ଅଳ୍ପ ଟଙ୍କା ଜମା କରି ପାଆନ୍ତୁ ଲକ୍ଷ ଲକ୍ଷ ଟଙ୍କା, ମାତ୍ର ୧୫୦୦ ଟଙ୍କା ଜମା କଲେ ପୋଷ୍ଟ ଅଫିସ ଦେବ ତୁମକୁ ଏତିକି ଟଙ୍କା।
ମାତ୍ର ୧୫୦୦ ଟଙ୍କା ରଖନ୍ତୁ ୩୧ ଲକ୍ଷ ଟଙ୍କା ପାଆନ୍ତୁ। ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ। ଅଳ୍ପ ଜମାରେ ଭଲ ରିଟର୍ଣ୍ଣିର ସୁଯୋଗ।ଆଜ୍ଞା ହଁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଡାକ ଘରର ଏକ ସ୍ୱତନ୍ତ୍ର ଯୋଜନା ବିଷୟରେ ଜଣେଇ ଦେବାକୁ ଯାଉଛୁ। ଯଦି ଆପଣ ନିରାପଦ ପୁଞ୍ଜି ନିବେଶ ସହିତ ଭଲ ରିଟର୍ଣ୍ଣି ଚାହୁଁଛନ୍ତି ତ ତେବେ ଡାକଘରର ସେହି ସ୍କିମ ବିଷୟରେ ଜାଣିନେବା ଜରୁରୀ। ଆପଣ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ ଡାକଘର ସ୍କିମ ଗୁଡିକରେ ବିନିଯୋଗ ହୋଇଥିବା ଅର୍ଥ କମ ବିପଦ ସହିତ ଉଚ୍ଚ ରିଟର୍ଣ୍ଣି ଦେଇଥାଏ। ଅଳ୍ପ ପରିମାଣ ନିବେଶ କରି ମୋଟା ଅଙ୍କର ଟଙ୍କା ମିଳିଥାଏ। ତେବେ ପୋଷ୍ଟ ଅଫିସ ଏଭଳି ଏକ ଯୋଜନା ଆରମ୍ଭ କରିଛି। ସେହି ଯୋଜନା ହେଉଛି ଗ୍ରାମ ସୁରକ୍ଷା ଯୋଜନା। ଏହି ଯୋଜନାରେ ନିବେଶର ପରିମାଣ ଏତେ କମ ଯେ ଗାଁରେ ରହୁଥିବା ଜଣେ କୃଷକ ମଧ୍ୟ ଏହାର ଫାଇଦା ଉଠାଇପାରିବେ।
ଗ୍ରାମୀଣ ଲୋକଙ୍କ ଉଦ୍ଧେଶ୍ୟରେ କାର୍ଯ୍ୟ ଆରମ୍ଭ କରିଥିବା ଇଣ୍ଡିଆ ପୋଷ୍ଟ ବର୍ତ୍ତମାନ ଗ୍ରାମୀଣ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଗ୍ରାମ ସୁରକ୍ଷା ଯୋଜନା ଆରମ୍ଭ କରିଛି। ଏଇ ଅଧୀନରେ ଯେଉଁ ନିବେଶକ ମାନେ ମାସକୁ ୧୫୦୦ ଟଙ୍କା ଜମା କରନ୍ତି ସେମାନେ୩୧ ରୁ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣି ପାଇବେ। ତେବେ ଏଇ ଗ୍ରାମ ସୁରକ୍ଷା ଯୋଜନାରେ ୧୯ ବର୍ଷରୁ ୫୫ ବର୍ଷ ମଧ୍ୟରେ ଯେକୌଣସି ବ୍ୟକ୍ତି ଏହାର ଲାଭ ଉଠାଇ ପାରିବେ।
ଏହି ଯୋଜନାରେ ନିଶ୍ଚିତ ହୋଇଥିବା ସ୍ୱବଲମ୍ବୀର ରାଶି ୧୦ ହଜାରରୁ ୧୦ ଲକ୍ଷ ପର୍ଯ୍ୟନ୍ତ। ଏହି ଯୋଜନାରେ ପ୍ରିମୀୟମ ମାସିକ ତ୍ରୟୋମାସି ଅର୍ଦ୍ଧ୍ୱ ବାର୍ଷିକ କିମ୍ବା ବାର୍ଷିକ ପ୍ରଦାନ କରାଯାଇ ପାରିବ। ସବୁଠାରୁ ବଡ଼ କଥା ହେଲା ଏହି ଯୋଜନା ମାଧ୍ୟମରେ ଋଣ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଗ୍ରାହକ ୩ ବର୍ଷ ପରେ ପୋଲିସିକୁ ମଧ୍ୟ ବିନ୍ଦ୍ଵ କରିପାରିବ।
ଯଦି କୌଣସି ବ୍ୟକ୍ତି ୧୯ ବର୍ଷ ବୟସରେ ଏହି ଗ୍ରାମୀଣ ଯୋଜନା ପୋଲିସି ଆରମ୍ଭ କରନ୍ତି ତେବେ ତାଙ୍କର ମୋଟ ବିନିଯୋଗ ୧୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଏ। ସେହି ଅନୁଯାୟୀ ଯଦି ବ୍ୟକ୍ତି ୫୫ ବର୍ଷ ପରପକ୍ୱତା ପାଇଁ ଯୋଜନା ଗ୍ରହଣ କରନ୍ତି ତେବେ ମାସିକ ପ୍ରିମୀୟମ ୧୫ ଶହ ୧୫ ଟଙ୍କା ଜମା କରିବେ। ୫୮ ବର୍ଷ ପାଇଁ ୧୪ ଶହ ୬୩ ଟଙ୍କା। ୬୦ ବର୍ଷ ପାଇଁ ୧୪ ଶହ ୧୧ ଟଙ୍କା ଜମା କରିବାକୁ ପଡିବ।
ତେବେ ରିଟର୍ଣ୍ଣି କଥା ଯଦି ଦେଖିବା ୫୫ ବର୍ଷରେ ପରପକ୍ୱତା ବ୍ୟକ୍ତି ଜଣଙ୍କ ୩୧ ଲକ୍ଷ ୬୦ ହଜାର ଟଙ୍କା ପାଇବା ବେଳେ ୫୮ ବର୍ଷ ପୋଲିସି ପାଇଁ ୩୩ ଲକ୍ଷ ୪୦ ହଜାର ଟଙ୍କା ମିଳିବ।ବସେହିଭଳି ୬୦ ବର୍ଷର ପୋଲିସିର ପରପକ୍ୱତା ଲାଭ ହେଉଛି ୩୪ ଲକ୍ଷ ୬୦ ହଜାର ଟଙ୍କା।ଯଦି ଆପଣ ଏହି ସ୍କିମ ବିଷୟରେ ଅଧିକ କିଛି ଜାଣିବା ପାଇଁ ଚାହୁଁଛନ୍ତି ତେବେ ପାଖରେ ଥିବା ଡାକଘର ସହ ଯୋଗାଯୋଗ କରି ଟଙ୍କା ବିନିଯୋଗ କରିପାରିବେ।