ମୁଁ ଏବେ କଣ କରିବି, ୫ ବର୍ଷ ସାଙ୍ଗରେ ରହିଲା ଦେହ ସୁଖ ନେଲା ପରେ ପ୍ରେଗ-ନେଟ କଲା, ପିଲା ହେବା ପରେ ଏବେ କହୁଛି….।
କେବେ ଭାବିନଥିଲେ ତାଙ୍କ ସହ ଏମିତି ଦିନେ ହେବ ବୋଲି। ଗୋଟିଏ ଘରେ ଗୋଟିଏ ଛାତ ତଳେ ୫ ବର୍ଷ ସାଙ୍ଗରେ ରହିଥିଲେ ଏବେ ପର ଘର ଦୁଆରେ ଦିନ କଟୁଛି। ଛୋଟ ଛୁଆକୁ ଧରି କୁଆଡେ ଯିବେ କେମିତି ଚଳିବେ ସେ କଥା ଭାବୁଛନ୍ତି।ହଁ ଆଜ୍ଞା ନବବଧୁ ସାଜି ନାଲି ଓଢଣୀ ଦେଇ ଶାଶୂ ଘରକୁ ଝିଅ ଯାଇଥିଲା। ଭାବିଥିଲା ବାପା ମା’ ଭଲ ପୁଅଟିଏ ମୋ ପାଇଁ ଦେଖିଛନ୍ତି। ଶାଶୂଘରକୁ ଗଲେ ତାଙ୍କର ଝିଅ ହୋଇ ରହିବେ। ମୋ ପରିବାର ଭଳି ତାଙ୍କର ସବୁ ଯତ୍ନ ନେବି ହେଲେ ବାହାଘରର କିଛି ଦିନ ପରେ ସବୁକିଛି ବଦଳିଗଲା। ଯେଉଁ ଘରକୁ ବୋହୂ ହୋଇ ଯାଇଥିଲା ସେହି ଘର ଏବେ ନର୍କ ପାଲଟି ଗଲା। ନିଜ ସ୍ୱାର୍ଥ ହାସଲ କରିବା ପରେ ସେ ସ୍ୱାମୀ ପର ହୋଇଗଲା। ମନ ଭରିଗଲା ପରେ ମାଡ଼ ଗାଳି ନିର୍ଯ୍ୟା-ତନା ଦେଇ ଶେଷରେ ଘରୁ ବାହାର କରିଦେଲା।
ଏବେ ସ୍ତ୍ରୀ ଛୋଟିଆ ଛୁଆଟିକୁ ଧରି ଶୀତ କାକରରେ ପର ଦୁଆରେ ପଡି ରହିଛନ୍ତି। ହଁ ଆଜ୍ଞା ଏଭଳି କିଛି ଅଭି-ଯୋଗ କରିଛନ୍ତି ଏଇ ମହିଳା ଜଣକ। କେତେ ଆଶା ନେଇ ସ୍ୱାମୀର ହାତ ଧରି ଥିଲେ। ହସ ଖୁସିର ସଂସାରରେ ଝିଅଟିଏ ଜନ୍ମ ହୋଇଥିଲା। ଭାବିଥିଲେ ଛୋଟ ଝିଅ ଓ ସ୍ବାମୀଙ୍କ ସହ ରାଣୀ ପରି ରହିବେ ହେଲେ ସବୁକିଛି ଓଲଟ ପାଲଟ ହୋଇଗଲା। ସବୁ ଆଶା ନିଆଁରେ ଜଳିଗଲା। ଖାଇବାକୁ ଦେଉନଥିଲେ ଶାଶୂ ଘରେ। ଛୋଟ ଝିଅଟିକୁ ଧରି ଦୁଃ-ଖରେ ଭାଙ୍ଗି ପଡ଼ିଥିଲେ। ଆଉ ଏପଟେ ସ୍ୱାମୀ ଏବେ କହିଲାଣି ଦ୍ୱିତୀୟ ବିବାହ କରିବ।
ଏଭଳି ଦୟନୀୟ ଘ-ଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥା-ନା ଅନ୍ତର୍ଗତ ଜୁଆଳିଆ ଗ୍ରାମରେ। ସେହି ଗ୍ରାମର ଗଣନାଥ ମୌଳିକଙ୍କ ପୁଅ ଗୌତମ ମୌଳିକଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ ଆରତୀ ଓ ତାଙ୍କର ଝିଅଟିଏ ଜନ୍ମ ହୋଇଥିଲା। ହେଲେ ଝିଅ ଜନ୍ମ ହେଲା ବୋଲି ଶାଶୂ ଶଶୁର ଓ ସ୍ୱାମୀ ମିଶି ଆରତୀଙ୍କୁ ନିର୍ଯ୍ୟା-ତନା ଦେଇ ଆସୁଥିଲେ। ଆଉ ଆଜି ତାଙ୍କୁ ଘରୁ ବାହାର କରି ଦେଇଛନ୍ତି।
ଏ ନେଇ ଆଳି ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି ଆରତୀ। ତାଙ୍କୁ ଘରୁ ବାହାର କରିଦେଇଥିବା ବେଳେ ଛୋଟ ଛୁଆକୁ ନେଇ ପାଖ ପୋଡ଼ସି ଘରେଆଶ୍ରୟ ନେଉଛନ୍ତି। ଏପଟେ ଆଖପାଖ ପୋଡ଼ସି ଆଉ ମହିଳା ପୁରୁଷମାନେ ଆରତୀଙ୍କୁ ସାଥ ଦେଇଥିବା ଦେଖିବାକୁ ମିଳିଛି।
ଏବେ ଆଳି ଥା-ନାରେ ଅଭି-ଯୋଗ ପରେ ପୋ-ଲିସ ତ-ଦନ୍ତ ଆରମ୍ଭ କରିଛି। ହେଲେ ସ୍ୱାମୀ ବର୍ତ୍ତମାନ ଫେ-ରାର ଅଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେଉଁଠି ଏକ ସ୍ୱାମୀ ତା ନିରୀହ ୪ ବର୍ଷର ଝିଅ ଆଉ ସ୍ତ୍ରୀର ହୋଇ ପାରୁନାହିଁ ସେ ଦ୍ୱିତୀୟ ବିବାହ କରି ଅନ୍ୟ ଝିଅର ଜୀବନ ନଷ୍ଟ କରିବନି ତ। ତେବେ ଜାଣିବାକୁ ବାକି ରହିଲା ଘଟ-ଣାଟି କେଉଁ ମୋଡ଼ ନେଉଛି।