ମୋ ସ୍ୱାମୀ ନାହିଁ ବୋଲି ମେଡିକାଲରେ ଡାକ୍ତର । ନର୍ସ ମୋ ପୁଅକୁ ଲକ୍ଷେ ଟଙ୍କାରେ ବିକିଦେଲେ।
ଗୋଟେ ମା କାନ୍ଦି କାନ୍ଦି ନୟାନ୍ତ ହେଲାଣି । ତାର ଛୁଆକୁ ଲକ୍ଷେ ଟଙ୍କାରେ ବିକ୍ରି କରି ଦେଇଛନ୍ତି । ଆଉ ଏବେ ସେ ତାଙ୍କ ଛୁଆକୁ ଫେରାଇ ଦେବା ପାଇଁ କାକୁତି ମିନତୀ କରୁଛନ୍ତି । ମହିଳା ଜଣକ କହିଛନ୍ତି ଯେ ସେ ଗୋଟେ ପୁଅ ସହ ବିବାହ କରିଥିଲେ । ସେ ପୁଅକୁ ବାହା ହୋଇ ଅଳ୍ପ କିଛିଦିନ ରହିବା ପରେ ମାସେ ଖଣ୍ଡେ ରହିବା ପରେ ସେ ମହିଳାଙ୍କୁ ଛାଡ଼ିକି ପଳେଇଲେ । ପଳାଇବା ପରେ ଭୁବନେଶ୍ୱରରୁ ପଠେଇ ଦେଲେ କଟକ ।
ଆଉ କଟକରେ ଗଲ ପରେ ସେଠି ହସ୍ପିଟାଲ୍ ରେ ଡ଼ାକ୍ତର ମାନେ ପଚାରିଲେ ସେହି ଛୁଆଟା ବିଷୟରେ । ଆଉ ପଚାରିଲେ ସାଙ୍ଗରେ କିଏ କଣ ଆସି ନାହାଁନ୍ତି । ତେବେ ମହିଳା ଜଣକ କହିଲେ ଅସୁବିଧା କାରଣରୁ ତାଙ୍କ ସହିତ କେହି ଆସି ପାରିନାହାନ୍ତି । ଘର ଲୋକେ ନ ଆସିଲେ ଛୁଆକୁ ଜନ୍ମ କରାନ୍ତୁ । ଛୁଆ ଜନ୍ମ ହେବା ପରେ ହୁଏତ ଘରଲୋକ ଆସି ପାରନ୍ତି । ତାପରେ ପୁଅ ଛୁଆ ଜନ୍ମ ହୋଇଥିଲା । ସେ କୁଆଁ କୁଆଁ ହୋଇ ଯେତେବେଳେ କା-ନ୍ଦିଥିଲା ମହିଳା ଜଣକ ତାଙ୍କ ଛୁଆ ଆଡ଼କୁ ଅନାଇଥିଲେ ଆଉ ନର୍ସ ଜଣକ ତାଙ୍କ ଆଖିରେ ଢୋ କରିକି ମା-ରିଥିଲେ ।
ମହିଳା ଜଣକ ପ୍ରଥମେ ଡ-ରିଗଲେ ଯେ ନର୍ସ ତାଙ୍କୁ ମା-ରୁଛି କଣ ପାଇଁ । ଆଉ କିଛି ସମୟ ପରେ ତାଙ୍କ ପିଲାକୁ ଯେଉଁ ଡ଼ାକ୍ତର ନର୍ସ ପାଖରେ ଥିଲେ ସେମାନଙ୍କୁ ମଧ୍ୟ ମହିଳା ଜଣକ ଭଲ ଭାବରେ ଚିହ୍ନିଛନ୍ତି । ସେମାନେ ମହିଳାଙ୍କ ନବଜାତ ପୁଅକୁ ନେଇକି ରଖିଲେ ।ଆଉ ମହିଳା ଜଣଙ୍କ ପିଲା ମାଗିବାରୁ ତାଙ୍କୁ ଓଲଟା ନର୍ସ ପଚାରିଲା ତୋ ପିଲା କାଇଁ । ଆଉ ତାପରେ ନର୍ସ ହଁସିଲା ।
ପୁଣି ମହିଳା ଜଣକ ଆଉଥରେ ତାଙ୍କ ଛୁଆକୁ ମାଗିବାରୁ ଗାଲେଇ ହେଇକି ପଳେଇଲା ଆଉ ଆଜକୁ ୩ଦିନ ହୋଇଗଲାଣି । ଆଉ ତାଙ୍କର ସ୍ଵାମୀ ନାହିଁ କହିକି ତାଙ୍କ ପିଲାକୁ ଆଉ ଦେଲେନି । ତେବେ ମହିଳାଙ୍କ ଅଭି-ଯୋଗ ଅନୁସାରେ ତାଙ୍କ ନବଜାତ ଶିଶୁ ପୁତ୍ରକୁ ଲକ୍ଷେ ଟଙ୍କା ମୂଲ୍ୟରେ ହସ୍ପିଟାଲ୍ କର୍ମଚାରୀ । ଆଉ ମହିଳା ଜଣଙ୍କ କାନ୍ଦି କାକୁତି ମୀନତି କରି ତାଙ୍କ ପିଲାକୁ ପାଇବା ପାଇଁ ଅଡି ବସିଛନ୍ତି । ସ୍ବାମୀ ନଥିଲେ ମଧ୍ୟ ସେ ଏକାକୀ ତାଙ୍କ ପିଲାକୁ ସମ୍ଭାଳି ନେବେ ବୋଲି ମଧ୍ୟ କହିଛନ୍ତି ।