୩ ଜଣଙ୍କର ଭେଳା ବୁଡାଇଦେଲେ ଜଣେ ୱକେଟ କିପର।କିଏ ଖେଳିବ କିଏ ବସିବ ଏନେଇ ଚିନ୍ତାରେ BCCI।

୩ ଜଣଙ୍କର ଭେଳା ବୁଡାଇଦେଲେ ଜଣେ ୱକେଟ କିପର।ଏବେ ୪ ୱକେଟ କିପରଙ୍କ ମଧ୍ୟରେ ବାଡାବାଡ଼ି। ଟି-୨୦ ବିଶ୍ୱକପ କିଏ ଖେଳିବ କିଏ ବସିବ। ବିସିସିଆର ମୁଣ୍ଡ କାମ କରୁନାହିଁ।୨୦୨୪ ରେ ହେବାକୁ ଯାଉଛି ଟି-୨୦ ବିଶ୍ୱକପ। ୱେଷ୍ଟେଡିଜ ଓ ଆମେରିକାରେ ଖେଳାଯିବ ମ୍ୟାଚ। ସବୁ ଦଳ ଏବେ ପୁରା ଫର୍ମରେ ରହିଛନ୍ତି। ଭାରତ ମଧ୍ୟ ଦିନିକିଆ ବିଶ୍ୱକପ ହାରିବା ପରେ ଏବେ ଟି-୨୦ ବିଶ୍ୱକପ ଉପରେ ନିଜର ଫର୍ମ ଚଳାଇବାକୁ ପ୍ରସ୍ତୁତ ହେଉଛି। ଆଉ ଏହାରି ଭିତରେ ଭାରତୀୟ କ୍ରିକେଟରେ ୪ ୱକେଟ କିପିରଙ୍କ ମଧ୍ୟରେ ଆରମ୍ଭ ହୋଇଛି ସଙ୍ଘର୍ଷ। କିଏ ଖେଳିବ କିଏ ବସିବ। କାରଣ ସବୁ ରହିଛନ୍ତି ଜୋରଦାର ଫର୍ମରେ।

ହଁ ଆଜ୍ଞା ଭାରତୀୟ ଦଳରେ ଏବେ ୪ ୱକେଟ କିପର ବ୍ୟାଟର ରହିଛନ୍ତି। ହେଲେ ଏମିତି ଜଣେ କିପର ବ୍ୟାଟର ରହିଛନ୍ତି ଯାହାଙ୍କର ଅନୁଭବ ବହୁତ ଅଧିକ। କେଲ ରାହୁଲ ଇସାନ କିଶନ ସଞ୍ଜୁ ସାମସନ ଏବଂ ଏବେ ଏବେ ନୂଆ ହୋଇ ଦଳରେ ସାମିଲ ହୋଇଥିବା ଜିତେଶ ଶର୍ମା। ଏମାନେ ସମସ୍ତେ ହେଉଛନ୍ତି ଭାରତୀୟ ଦଳର ଉଇନ କିପର ବ୍ୟାଟର। ସମସ୍ତେ ଏବେ କିଏ ଖେଳିବ ଟି-୨୦ ବିଶ୍ୱକପ ତାକୁ ନେଇ ଏବେ ସମସ୍ତଙ୍କର ଚିନ୍ତା କାରଣ କେହି ଜଣେ ହିଁ ସୁଯୋଗ ପାଇବ ପ୍ଲେଇଂ ୧୧ ରେ ଖେଳିବା ପାଇଁ। ସେହି ଜଣଙ୍କ କିଏ ହେବ ତାକୁ ନେଇ ୪ ଜଣଙ୍କର ଚିନ୍ତା ବଢିଯାଇଛି।

ସେଥିପାଇଁ ସାଉଥଆଫ୍ରିକା ମ୍ୟାଚରେ କେବଳ ଇସାନଙ୍କୁ ଛାଡିଦେଲେ ଅନ୍ୟ ୩ ଜଣ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ। ଯେମିତି ବିସିସିଆଇ ସେମାନଙ୍କୁ ବିଶ୍ୱକପରେ ସେମାନଙ୍କୁ ନେବା ପାଇଁ ବାଧ୍ୟ ହେବ।କେଲ ରାହୁଲ ତାଙ୍କର ବିଶ୍ୱକପରେ ଜୋରଦାର ଫର୍ମ ଦେଖାଇ ଚର୍ଚ୍ଚାରେ ଅଛନ୍ତି। ୱକେଟ କିପିଂରେ ମଧ୍ୟ ଉନ୍ନତି କରିଛନ୍ତି ରାହୁଲ। ତେବେ ବିଶ୍ୱକପରେ ବିସିସିଆଇ କେବେ ହେଲେ ରାହୁଲଙ୍କୁ ବସାଇବା ପାଇଁ ଚିନ୍ତା କରିବ ନାହିଁ। ଆଉ ରହିଲେ ୩ ଜଣ ଇସାନ କିସାନ ସଞ୍ଜୁ ଏବଂ ଜିତେଶ।

ଏମାନଙ୍କ ଭିତରୁ ଇସାନ କିଶନ ଏବଂ ସଞ୍ଜୁ ସାମସନ ହିଁ ବିଶ୍ୱକପ ଖେଳିବାକୁ ଯୋଗ୍ୟ ହୋଇପାରନ୍ତି। କାରଣ ଉଭୟଙ୍କର ୱାଣ୍ଡେ ଏବଂ ଟି-୨୦ ରେ ବହୁତ ରେକର୍ଡ ରହିଛି ଏବଂ ବହୁତ ଅନୁଭବ ମଧ୍ୟ ରହିଛି।ଯଦି ଜିତେଶଙ୍କ କଥା କହିବା ତେବେ ଜିତେଶ ଏବେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କର ନିର୍ଭୟ ବ୍ୟାଟିଂ ସମସ୍ତଙ୍କୁ ଆକର୍ଷିତ କରିଛି। ବିସିସିଆଇ ମଧ୍ୟ ଜିତେଶଙ୍କ ଉପରେ ଖାସ ନଜର ରଖିଛି। ସେ ଯଦି ସାଉଥ ଆଫ୍ରିକାରେ ଭଲ ପ୍ରଦର୍ଶନ କରିବେ ତାହେଲେ ଏଇ ୩ ଜଣ ଖେଳାଳୀଙ୍କର ଭେଳା ବୁଡି ଯାଇପାରେ।

Leave a Reply

Your email address will not be published. Required fields are marked *