ଲ୍ୟାଣ୍ଡ ହେଲାନିହେଲିକ୍ୟାପ୍ଟର ଉଡି ଉଡି ସାତ ଫେରା ନେଲା ବର।

ହେଲିକ୍ୟାପ୍ଟର ତଳକୁ ଓଲ୍ହାଇ ପାରିଲାନି ବର, ମଝି ଆକାଶରେ ହେଲା ବାହାଘର… ସମସ୍ତେ ଦେଖି କାବା।ବର ଆସିଲା ହେଲିକ୍ୟାପ୍ଟରରେ। ୯ ଲକ୍ଷ ଦେଇ ବୁକିଂ କରିଥିଲେ। ହେଲେ ଲ୍ୟାଣ୍ଡ ହୋଇପାରିଲାନି ହେଲିକ୍ୟାପ୍ଟର। ଉଡି ଉଡି ଆକାଶରେ ନେଲେ ୭ ଫେରା।ହଁ ଆଜ୍ଞା ୯ ଲକ୍ଷ ଟଙ୍କା ଦେଇ ବୁକିଂ ହୋଇଥିଲା ଏହି ହେଲିକ୍ୟାପ୍ଟର। ଗାଡି ଘୋଡା ନୁହେଁ ସିଧା ହେଲିକ୍ୟାପ୍ଟରରେ କନ୍ୟାକୁ ନେବା ପାଇଁ ଆସିଥିଲା ବର କିନ୍ତୁ ଅଧାରେ ରହିଗଲା ସ୍ୱପ୍ନ। ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯେଉଁଥିରେ ଜଣେ ବର ନିଜ କନ୍ୟାକୁ ନେବା ପାଇଁ ହେଲିକ୍ୟାପ୍ଟରରେ ଆସିଥିଲା। ଖାଲି ହେଲିକ୍ୟାପ୍ଟରରେ ଆସିଥିଲେ ତାହା ନୁହେଁ କନ୍ୟାକୁ ନେବା ପାଇଁ ବିବାହରେ ଯେପରି ୭ଫେରା ନିଆଯାଏ ଠିକ ସେହିପରି ଗାଁ ଉପରେ ହେଲିକ୍ୟାପ୍ଟରକୁ ୭ ଥର ବୁଲାଇଥିଲେ।

ଏ ଖବରଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଘଟଣାଟି ସତ। ଏ ଘଟଣା ଏବେ ସାରା ଭାରତରେ ଚର୍ଚ୍ଚା। ଯାହା ଖବର ମିଳିଛି ମହଙ୍ଗିପୁର ଗାଁର ବାସିନ୍ଦା ରାମନନ୍ଦ ଦାସ ନିଜ ଡାକ୍ତର ଝିଅ ମେଘାରାଣୀଙ୍କ ବିବାହ ନଭେମ୍ବର ୨୭ ରେ ବୌଧ ଗୟା ସ୍ଥିତ ଏକ ହଟେଲରେ ରଖିଥିଲେ। ଜାମସେଦପୁର ନିବାସୀ ବିବେକକୁମାରଙ୍କ ସହ ବିବାହ ସ୍ଥିର ହୋଇଥିଲା।

ବିବାହ ସମାରୋହ ପରେ ବର ଓ କନ୍ୟା ସମେତ ପରିବାରର ସମସ୍ତ ସଦସ୍ୟ ମୋହଦଧିପୁର ଗାଁକୁ ଆସିଥିଲେ। ଏଥି ସହିତ ପର ଦିନ ହେଲିକ୍ୟାପ୍ଟର ଯୋଗେ ଝିଅର ବିଦାୟି ହେବାର ଯୋଜନା ଥିଲା। ବିବାହ ପରେ ଝିଅକୁ ହେଲିକ୍ୟାପ୍ଟରରେ ବିଦା କରିବା ପାଇଁ ବାପା ମା’ ଦେଖିଥିଲେ ସ୍ୱପ୍ନ। ହେଲେ ଏଇ ସ୍ୱପ୍ନରେ ଲାଗିଗଲା ନଜର। ଅଧୁରା ରହିଗଲା ସ୍ୱପ୍ନ। ଝିଅର ଖୁସିରେ ଲାଗିଗଲା ନିଆଁ।

ହଁ ଆଜ୍ଞା ୯ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ହେଲିକ୍ୟାପ୍ଟର ବୁକ କରିଥିଲେ କିନ୍ତୁ ଜିଲ୍ଲା ପ୍ରଶାସନ ହେଲିକ୍ୟାପ୍ଟରକୁ ଲ୍ୟାଣ୍ଡ କରିବାକୁ ଅନୁମତି ଦେଲେ ନାହିଁ। ୯ ଲକ୍ଷ ଖର୍ଚ୍ଚ କରି ହେଲିକ୍ୟାପ୍ଟର ବୁକ କରିଥିଲେ ମଧ୍ୟ ଝିଅ ହେଲିକ୍ୟାପ୍ଟରରେ ଯାଇ ପାରିବନାହିଁ ବୋଲି ଶୁଣିବା ପରେ ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏଇ ସମୟରେ ବର ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା ସେ ତୁରନ୍ତ ଗାଁ ଉପରେ ହିଁ ହେଲିକ୍ୟାପ୍ଟରକୁ ୭ ଥର ବୁଲାଇ ୭ ଫେରା ନେଇଥିଲା। ଏହା ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ସମସ୍ତ ଲୋକ ଘଟଣା ସ୍ଥଳରେ ଉପସ୍ଥିତ ହୋଇଥିଲେ। କିଛି ଲୋକ ଘଟଣାର ଭିଡିଓ ମଧ୍ୟ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପରେ ଜଣା ପଡ଼ିଛି ଯେ ବର ଏବଂ କନ୍ୟାକୁ ବିମାନ ବନ୍ଦରରୁ ଜାମସେଦପୁରକୁ ପଠା ଯାଇଥିଲା। ଏଭଳି ଭିନ୍ନ ବିବାହକୁ ନେଇ ବର୍ତ୍ତମାନ ସବୁଆଡେ ଆଲୋଚନା ହେଉଛି। ବର୍ତ୍ତମାନ ବିବାହକୁ ନେଇ ଲୋକେ କିଛି ଭିନ୍ନ ଉପାୟ ଆପଣେଇବାକୁ ଚାହୁଁଛନ୍ତି। ତେଣୁ ଏଇ ଦମ୍ପତି ମଧ୍ୟ ବିବାହରେ ଏଭଳି ଭିନ୍ନ ଉପାୟ ଆପଣେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଷି ଥାନା ଅନ୍ତର୍ଗତ ମହଦଧିପୁର ଗାଁର ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *