ଯେଉଁ ଟିଭି ଦିନେ ତାକୁ କେତେ କଣ ଶିଖାଇ ଥିଲା ,ସେ ଟିଭି ହିଁ ଶୂନ୍ୟ କରିଦେଲା ମାଆ କୋଳ
ଶୂନ୍ୟ ହେଇଗଲା ମାଆ କୋଳ। ସବୁଦିନ ପାଇଁ ଆଖି ବୁଜିଲା ବାପାମାଆଙ୍କର ଏକମାତ୍ର ଗେହ୍ଲା ପୁଅ ସ୍ଵୟଂ ପ୍ରକାଶ। ହଁ ଆଜ୍ଞା ଏ ହେଉଛନ୍ତି ସେଇ ବିସ୍ମୟ ବାଳକ ସ୍ଵୟଂ ପ୍ରକାଶ । ଯିଏ ଅସୀମ ପ୍ରତିଭାର ଅଧିକାରୀ ଥିଲେ। ନିଜ ପ୍ରତିଭା ବଳରେ ସେ ବେଶ୍ ଲୋକାଦୃତ ହୋଇ ପାରିଥିଲେ। ରୂପରେ ଯେମିତି ଗୁଣରେ ସେମିତି, ପାଠପଢା ହେଉ କି ଖେଳକୁଦ। ସବୁଥିରେ ଆଗରେ ଥିଲେ ସ୍ଵୟଂ ପ୍ରକାଶ । ଏତେ କମ ବୟସରୁ ସେ ସମସ୍ତଙ୍କ ମନରେ ଏକ ନିଆରା ଛାପ ଛାଡ଼ିଦେଇ ଯାଇଛନ୍ତି। ଟିଭି ଦେଖିବା ଯେ ସ୍ଵୟଂ ପାଇଁ କାଳ ସାଜିବ ସେ କେବେବି ଭାବି ନଥିଲେ।
ଯେଉଁ ଟିଭି ଦେଖି ସେ ଦିନେ ନୂଆ ନୂଆ କଥା ଶିଖୁଥିଲେ, କେତେ ଜ୍ଞାନ ଆହରଣ କରୁଥିଲେ । ଆଜି ସେ ଟିଭି ଯେ ତାଙ୍କ ମୃ-ତ୍ୟୁର କାରଣ ସାଜିବ ବୋଲି କେହି କେବେ ହେଲେ ଭାବି ନଥିଲେ। ଯେଉଁ ଟିଭି ତାଙ୍କୁ ଏକ ନୂଆ ପରିଚୟ ଦେବାରେ ସାହାଯ୍ୟ କରିଥିଲା । ଆଜି ସେଇ ଟିଭି ସ୍ଵୟଂ ମୃ-ତ୍ୟୁର କାରଣ ପାଲଟି ଯାଇଛି। ସେଦିନ ସକାଳୁ ସକାଳୁ ସ୍ଵୟଂ ତରତର ହୋଇ ଟିଭି ଦେଖିବା ପାଇଁ ପ୍ଲକ୍ ଦେଉଥିବା ବେଳେ ହଠାତ୍ ଇଲେକ୍ଟ୍ରି ବୋର୍ଡ଼ରୁ ସର୍ଟସର୍କିଟ ହେବା ଯୋଗୁଁ ସ୍ଵୟଂଙ୍କୁ ଲାଗିଥିଲା ବିଦ୍ୟୁତ୍ ଆ-ଘାତ। ଆଉ ସେଇଠି ଛିଟିକି ପଡ଼ି ଯାଇଥିଲେ ସ୍ଵୟଂ। ପୁଅର ଚି-ତ୍କାର ଶୁଣି ଘର ଲୋକେ ଦୌଡ଼ି ଆସି ପୁଅକୁ ଗୁରୁତର ଅବସ୍ଥାରେ ଉ-ଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ସେଠି ତାଙ୍କୁ ମୃ-ତ ଘୋଷଣା କରିଥିଲେ।
ଏହି ଖବର ପାଇବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ପୁରା ଘର। ଏକମାତ୍ର ପୁଅକୁ ହରାଇ ଧୈର୍ଯ୍ୟହରା ହେଇଯାଇଛନ୍ତି ବାପାମାଆ। ଏ ମୃ-ତ୍ୟୁ ଖବର ପାଇବା ପରେ ଖାଲି ପରିବାର ନୁହେଁ ପୁରା ଗାଁ ମଧ୍ୟ ଆଜି ଦୁଃ-ଖରେ ଭାଙ୍ଗି ପଡ଼ିଛି। ହଁ ଆଜ୍ଞା ଆମେ କହୁଛୁ ଡେରାବିଶ ଥା-ନା ଅନ୍ତର୍ଗତ ତାଓପଡ଼ା ଗ୍ରାମପଞ୍ଚାୟତ ସାନଭୂଗୋଳ ଗ୍ରାମର ସନ୍ତୋଷ କୁମାର ହୋତାଙ୍କର ଏକ ମାତ୍ର ପାଞ୍ଚ ବର୍ଷୀୟ ପୁଅ ସ୍ଵୟଂ ପ୍ରକାଶ ହୋତାଙ୍କ କଥା। ଯିଏକି ଗତକାଲି ସକାଳେ ବିଦ୍ୟୁତ୍ ଆଘା-ତରେ ଗୁରୁ-ତର ହେବାରୁ ତାଙ୍କୁ ଛତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେବା ବାଟରେ ତାଙ୍କର ମୃ-ତ୍ୟୁ ହୋଇଛି।
ଏ ହେଉଛନ୍ତି ସ୍ଵୟଂ ପ୍ରକାଶ ଯିଏକି ଅନର୍ଗଳ ନିର୍ଭୁଲ ଇଂରାଜୀ କହିବା ଦ୍ଵାରା ଅନେକ ମଞ୍ଚରେ ସମ୍ମାନିତ ହୋଇଥିଲେ। ତାଙ୍କର ପ୍ରଖର ସ୍ମରଣ ଶକ୍ତି ଯୋଗୁଁ ସେ ବିଭିନ୍ନ ସାଧାରଣ ଜ୍ଞାନ ଓ ପୃଥିବୀର ସମସ୍ତ ଦେଶର ନାମ , ସମସ୍ତ ଦେଶ ଓ ରାଜ୍ୟ ଓ ରାଜ୍ୟର ରାଜଧାନୀର ନାମ , ସଙ୍କୁଳର ନାମ ଇତ୍ୟାଦି ମନେ ରଖିପାରୁଥିଲେ ସ୍ଵୟଂ। ଆଉ ତାଙ୍କର ଏଇ ଅଦ୍ୱିତୀୟ ପ୍ରତିଭା ସମସ୍ତଙ୍କୁ ଯେମିତି ଚକିତ କରିଥିଲା। ଏତେ କମ୍ ବୟସରୁ ଏତେ ଜ୍ଞାନର ଅଧିକାରୀ ହୋଇ ପୁରା ଗ୍ରାମ ତାଙ୍କୁ ନେଇ ଗର୍ବ ଅନୁଭବ କରୁଥିଲା।
ଏଥି ସହିତ ଚଳିତ ବର୍ଷ ଜୁଲାଇ ମାସରେ ତାଙ୍କର ଅସୀମିତ ଜ୍ଞାନ ଓ ପ୍ରଖର ସ୍ମରଣ ଶକ୍ତି ଯୋଗୁଁ ସାଧାରଣ ଜ୍ଞାନ ପାଇଁ ସେ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ରେ ସ୍ଥାନ ପାଇଥିଲେଓ ପୁରସ୍କୃତ ମଧ୍ୟ ହୋଇଥିଲେ। ତାଙ୍କର ଏହି ସଫଳତା ପାଇବାର ଖବର ଦିନେ ଆମେ ପ୍ରସାରଣ କରିଥିଲୁ। ହେଲେ ଆଜି ସେଇ ବିସ୍ମୟ ବାଳକ ଅନେକ ପ୍ରତିଭାର ଅଧିକାରୀ ସ୍ଵୟଂ ପ୍ରକାଶଙ୍କ ମୃ-ତ୍ୟୁର ଖବର ଲେଖିବାକୁ ହାତ ଯାଉନି। ଏଭଳି ଏକ ପ୍ରତିଭାବାନ୍ ପିଲାର ମୃ-ତ୍ୟୁ ଖବର ପାଇବା ପରେ ପୁରା ଅଞ୍ଚଳ ଆଜି କା-ନ୍ଦୁଛି।