ସେମାନଙ୍କୁ ଦେଖି ଆମର ବି ଇଚ୍ଛା ହେଲା.. ପ୍ରଥମ ଥର ରୋ-ମାନ୍ସ କଲୁ । ସତରେ ଭାରି ମଜା ଲାଗିଲା ।

ବନ୍ଧୁଗଣ ଆଜିକାଲି ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଆପଣମାନେ ସ୍ମାର୍ଟଫୋନ ଦେଖିବାକୁ ପାଇବେ । ଆଉ ଏହି ସ୍ମାର୍ଟଫୋନ ଜରିଆରେ ସମସ୍ତେ ସୋସିଆଲ ପ୍ଲାଟଫର୍ମରେ ସକ୍ରିୟ ରହି ଆସୁଛନ୍ତି । ପୂର୍ବରୁ କେବଳ ଫୋନ ଯୋଗେ କଥା ହୋଇପାରୁଥିବା ବେଳେ ଏବେ କିନ୍ତୁ ସେହ ସ୍ମାର୍ଟ ଫୋନରେ ଅନେକ ସୁବିଧା ଉପଲବ୍ଧ ହେଉଛି । ଯେମିତ କିି ଟଙ୍କା ରୋଜଗାର କରିବାର ଜରିଆ ପାଲଟିଛି ଏହିି ସ୍ମାର୍ଟ ଫୋନ । ଫୋନ ମାଧ୍ୟମରେ ଆଜିକାଲିର ଯୁବପିଢି ଲକ୍ଷ ଲକ୍ଷ ଟଙ୍କା ଘରେ ବସି ରୋଜଗାର କରିପାରୁଛନ୍ତି । ଟ୍ୱିଟର, ଇନଷ୍ଟାଗ୍ରାମ ଆପ୍ ପରି ୟୁଟ୍ୟୁବରେ ଭିଡିଓ ସେୟାରିଂ କରାଯାଉଛି ।

ଆଜିକାଲି ୟୁଟ୍ୟୁବ କେବଳ ମନୋରଂଜନ କିମ୍ବା ଶିକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଟଙ୍କା ରୋଜଗାରର ଏକ ପ୍ଲାଟଫର୍ମ ମଧ୍ୟ ପାଲଟିଗଲାଣି । ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ୟୁଟ୍ୟୁବର ଭାବେ ନିଜ କ୍ୟାରିୟର ଗଢୁଛନ୍ତି। ଏମିତି କି ନିଜ ନାଁରେ ୟୁଟ୍ୟୁବରେ ଆକାଉଣ୍ଟ ଖୋଲି ଭିଡିଓ ପୋଷ୍ଟ କରୁଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ତିନି ଜଣ ୟୁଟ୍ୟୁବର ଏକ ଗଣମାଧ୍ୟମ ସାକ୍ଷାତକାର ରେ ନଜର ଆସିଛନ୍ତି । ତାଙ୍କର ବ୍ଲଗିନ ଚ୍ୟାନେଲ ହେଉଛି ଓଡ଼ିଆ ଝିଅ ବ୍ଲଗ୍ । ତାଙ୍କ ଡ଼ାଇଲାଗ ଆଉ ଏକ୍ସପ୍ରେସନ୍ କୁ ଲୋକମାନେ ବେଶ୍ ପସନ୍ଦ କରନ୍ତି ।

ତେବେ ସେହି ତିନି ଜଣ ହେଉଛନ୍ତି ଆଦ୍ୟାସା, ତନୁଶ୍ରି, ସ୍ୱାତିକା । ସ୍ୱାତିକା କହିଛନ୍ତି ଗାଁରେ ବହୁତ୍ ଲୋକ ଅଛନ୍ତି ରାଗି ଆଉ କଳି ଝଗଡ଼ା କରନ୍ତି ସେଠୁ ସେ ଦେଖିକି ଭାବନ୍ତି ତାଙ୍କ ସ୍କ୍ରିପରେ ସେମିତିକା ଆକ୍ଟିଂ ପୁରେଇବା ପାଇଁ । ଆଦ୍ୟାସା କହିଛନ୍ତି ଯେ, ସ୍ୱାତିକା ଯେମିତି ଅଭିନୟ ଦୁନିଆରେ ତାଙ୍କୁ ଶାଶୂ ହୋଇ ଅତ୍ୟାଚାର କରନ୍ତି ସେମିତି ରିୟଲ ଲାଇଫରେ ବି ସେ ମାଆ ଭଳିଆ ତାଙ୍କୁ ଅତ୍ୟାଚାର କରନ୍ତି । ସ୍ୱାତିକା ଆଦ୍ୟାସାଙ୍କୁ ବହୁତ ଭଲ ପାଆନ୍ତି କିନ୍ତୁ ଗାଳି ମଧ୍ୟ ବହୁତ କରନ୍ତି ବୋଲି କହିଛନ୍ତି ସ୍ୱାତିକା ।

ତନୁଶ୍ରି କହିଛନ୍ତି ଯେ, ଅନ୍ୟ ଘରେ କଳି ଲଗାଇଲେ ତାଙ୍କୁ ମଜା ଆସେ ବୋଲି । ସେ କହିଛନ୍ତି ସେଇ କ୍ୟାରେକ୍ଟରଟା ହେଉଛି ମେନ, ଟିକେ ନିଆଁରେ ଅଧିକ ଘିଅ ଢାଳିବା । ସେ କହିଛନ୍ତି ଆମେ ଯୋଉ ସବୁ ଷ୍ଟୋରି କରୁଛୁ ସେସବୁ ରିୟଲ ଲାଇଫରେ ସମସ୍ତଙ୍କ ଘରେ ବି ହେଉଛି । ସ୍ୱାତିକା କହିଛନ୍ତି ଯେତିକି ବି ସଟ ଫିଲ୍ମ ଅଛି ସବୁଥିରେ ତନୁଶ୍ରିର ଖାଇବାଟା ହେଉଛି ନିହାତି ଦରକାର । ରିୟଲ ଲାଇଫରେ ବି ତନୁଶ୍ରିଙ୍କର ଖାଇବାଟା ନିହାତି ଦରକାର । ତନୁଶ୍ରିର ଆଉ ସ୍ୱାତିକାଙ୍କର ଚିହ୍ନା ପରିଚୟ କଲେଜ ସମୟରୁ ଥିଲା କିନ୍ତୁ ଆଦ୍ୟାସାଙ୍କୁ ସେମାନେ ୟୁଟ୍ୟୁବରେ ସଟ ଫିଲ୍ମ କରିବା ସମୟରେ ଚିହ୍ନି ଥିଲେ ।

Leave a Reply

Your email address will not be published. Required fields are marked *