ଟାଇମ୍ ପାସ୍ ପାଇଁ ଚୋର ପୋଲିସ୍ ଖେଳ ଖେଳୁଥିଲୁ

ଉତ୍ତର କାଶୀରେ ଫସି ରହିଥିବା ପାଞ୍ଚ ଓଡ଼ିଆ ଶ୍ରମିକଙ୍କୁ ଆଜି ସୁରକ୍ଷିତ ଭାବେ ଓଡ଼ିଶା ଆଣିଛନ୍ତି ରାଜ୍ୟ ସରକାର। ଏବଂ ଆସିବା ପରେ ନବରଙ୍ଗପୁରର ଜଣେ ବ୍ୟକ୍ତି ଯିଏକି ଉତ୍ତର କାଶୀର ଟନେଲରେ ଫସି ଯାଇଥିଲେ, ତାଙ୍କ ସହିତ ଆମେ ଆଲୋଚନା କରିବା କେମିତି ଥିଲା ସେ ଦିନର ମୁହୂର୍ତ୍ତ। ଆଜ୍ଞା ଆପଣଙ୍କୁ ଶୁଭେଚ୍ଛା ଜଣେଇବି ଯେ କେମିତି ଥିଲା ସେଇ ଟନେଲ୍ ଭିତରେ ଏତେ ଦିନ ପର୍ଯ୍ୟନ୍ତ ଥିବା ଆପଣଙ୍କର ସଂଘର୍ଷ। କେମିତି ଫସି ଯାଇଥିଲେ ଆଉ ଆପଣ କେବେ ଭାବିଥିଲେ କି ଆମେ ଏଇ ଟନେଲ୍ ଭିତରୁ ଆଉ ବାହାରି ପାରିବୁ ଏବଂ ସୁରକ୍ଷିତ ଭାବେ ଯାଇପାରିବୁ ଆଉ ପରିବାର ଲୋକଙ୍କୁ ଭେଟି ପାରିବୁ।

ହଁ କେବେ ନା କେବେ ବାହାରିବାର ଆଶା ଥିଲା। ରାତି ବାରଟା ଯାଏଁ କାମ କରୁଥିଲୁ। କାଲି ଦୀପାବଳୀ ଛଅଟାରୁ ଉଠି ଯିବାକୁ ପଡ଼ିବ ଭାବି ଶୋଇପଡ଼ିଲୁ। ଶୋଇ ଉଠିକି ଦେଖିଲା ବେଳକୁ ମାଟି ଅତଡା ଖସି ଯାଇଥିଲା, ରାସ୍ତା ବନ୍ଦ ହେଇଯାଇଥିଲା।”ଆମେ ଶୋଇଥିଲୁ କେତେବେଳେ ମାଟି ଅତଡା ଖସିଗଲା ଜାଣି ପାରିଲୁନି, ଫସିଲା ପରେ ବି ଆମେ ଆଶା ଥିଲା ଯେ ଆମେ ନିଶ୍ଚେ ବହାରିବୁ”। ଖାଇବା ପାଇଁ ତ ପାଇପ୍ ଅଛି ଆଉ ଅକ୍ସିଜେନ୍ ପାଇଁ ବି ଅଛି ସେଥିପାଇଁ ଆଶା ଥିଲା।

ଯୋଗାଯୋଗ ତ ପରିବାର ଲୋକଙ୍କ ସହ ହେଇପାରୁ ନଥିଲା। କିନ୍ତୁ ଆମର ଅଫିସର ମାନଙ୍କ ସହ କଥା ହେଇ ପାରୁଥିଲୁ। ଟନେଲ୍ ଭିତରେ ଯେତେବେଳେ ଥିଲୁ ଟାଇମ୍ ପାସ୍ ପାଇଁ ଭାଈ ଭାଈ ମାନେ ମିଶି ଚୋର ପୋଲିସ୍ ଖେଳୁଥିଲୁ , ଯୋଗ କରୁଥିଲୁ। ଆମକୁ ଖାଇବା ପାଇଁ ସେଇ ପାଇପରେ ମୁଢ଼ି, କିସମିସ ସବୁ ଦେଉଥିଲେ।

ଆଉ କଥା ହେବାକୁ ହେଲେ ସେଇ ପାଇପରେ ଜୋରରେ ଚିଲେଇବାକୁ ପଡୁଥିଲା। ଦଶ ଦିନ କାଳ ଫୋନରେ ଯୋଗାଯୋଗ ହେଇପାରୁ ନଥିଲା। ତାପରେ ଆମେ ଫୋନରେ କଥା ହେଲୁ।ଯେତେବେଳେ ଟନେଲ୍ ଭିତରୁ ବାହାରକୁ ଆସିଲୁ ପରିବାର ଲୋକଙ୍କୁ ଦେଖି ବହୁତ ଖୁସି ଲାଗିଲା। ଓଡ଼ିଶାରେ କିଛି କାମ ମିଳିଲେ କରିବାକୁ ପଡ଼ିବ ନ ହେଲେ ଉତ୍ତର କାଶୀ ଯିବାକୁ ପଡ଼ିବ। ଘର ଲୋକଙ୍କୁ, ପରିବାରକୁ ଚଳାଇବାକୁ ପଡ଼ିବ ନା।

ନିହାତି ଭାବରେ ଆମେ ଆଲୋଚନା କରୁଥିଲେ ନବରଙ୍ଗପୁରର ଜଣେ ଯୁବକ ଯିଏକି ଉତ୍ତର କାଶୀର ଟନେଲ୍ ଭିତରେ ଫସି ଯାଇଥିଲେ । ସେ ତାଙ୍କର ବଖାଳୁଥିଲେ ଯେ ସେ ରାତିରେ ଶୋଇଥିଲେ ଉଠିବା ପରେ ଦେଖିଲେ ଯେ ମାଟି ଅତଡା ଖସି ଯାଇଛି ଏବଂ ସେମାନେ ଟନେଲ୍ ଭିତରେ ଫସି ଯାଇଛନ୍ତି। କିନ୍ତୁ ମନରେ ଭୟ ନଥିଲା। କଉଁଠି ନା କଉଁଠି ସେମାନେ ଜାଣିଥିଲେ ଯେ ତାଙ୍କୁ ନିଶ୍ଚିତ ଭାବେ ଉଦ୍ଧାର କରାଯିବ। ଏବଂ ଦୀର୍ଘଦିନ ଧରି ସେମାନେ ଲୁଚକାଳି ଖେଳୁଥିଲେ, ମୋବାଇଲରେ ଗେମ୍ ଖେଳୁଥିଲେ ଏବଂ ଯୋଗ ମଧ୍ୟ କରୁଥଲେ।

ପରିଶେଷରେ ଯେତେବେଳେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ତାଙ୍କୁ ଓଡ଼ିଶା ଅଣାଯାଇଛି ଏବଂ ସିଏ ଏବେ ତାଙ୍କ ଘରକୁ ଯିବେ। ଏବଂ ଓଡ଼ିଶାରେ ତାଙ୍କୁ ଯଦି କିଛି କାର୍ଯ୍ୟ ମିଳିଯାଏ ତେବେ ସେ ନିହାତି ଭାବରେ ଓଡ଼ିଶାରେ ହିଁ କାର୍ଯ୍ୟ କରିବେ । କିନ୍ତୁ ଆବଶ୍ୟକତା ଯଦି ଏଠି କିଛି କାର୍ଯ୍ୟ ନ ମିଳେ ତାହେଲେ ସେ ପୁଣିଥରେ ରାଜ୍ୟ ବାହାରକୁ ଯିବେ, ନିଜ ପରିବାରର ପ୍ରତିପଷୋଣ କରିବା ପାଇଁ।

Leave a Reply

Your email address will not be published. Required fields are marked *