ଉ-ଦ୍ଧାର କାର୍ଯ୍ୟରେ ଏ ହେଉଛନ୍ତି ପ୍ରକୃତ ହିରୋ । ମୃ-ତ୍ୟୁର ଟନେଲ୍ ଭିତରୁ ଟାଣି ଆଣିଲେ ଶ୍ରମିକଙ୍କୁ ।

ଉଦ୍ଧାର କାର୍ଯ୍ୟରେ ଏ ହେଉଛନ୍ତି ପ୍ରକୃତ ହିରୋ । ମୃ-ତ୍ୟୁର ଟନେଲ୍ ଭିତରୁ ଟାଣି ଆଣିଲେ ଶ୍ରମିକ ମାନଙ୍କୁ । ଭଗବାନଙ୍କ ପରେ କେବଳ ଆଙ୍କ ଉପରେ ହିଁ ବିଶ୍ୱାସ କରାଯାଇଥିଲା । ୧୭ ଦିନ ହେଲା ସଂ-ଘର୍ଷ କରି ଚାଲିଥିଲେ ଏହି ମହାନ୍ ବ୍ୟକ୍ତି । ଉ-ଦ୍ଧାର କାର୍ଯ୍ୟର ପ୍ରକୃତ ହିରୋ କିଏ? ଉ-ଦ୍ଧାର ତୋ ହେଲେ ଶ୍ରମିକ ହେଲେ ଯିଏ ପ୍ରକୃତ ହିରୋ ତାଙ୍କୁ କେହି ଜାଣି ପାରିଲେ ନାହିଁ । ପରଦା ପଛରେ ଲୁଚି ରହିଗଲେ ପ୍ରକୃତ ହିରୋ । ଆଜ୍ଞା ହଁ ବନ୍ଧୁଗଣ ୪ଶହରୁ ଅଧିକ ଘଣ୍ଟାର ମହା-ଅପରେସନ ।

୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା ଓ ଅକ୍ଲାନ୍ତ ପରିଶ୍ରମ ପରେ ଅନ୍ଧାରୀ ଟନେଲ ଭିତରୁ ର-କ୍ଷା ପାଇଲା ୪୧ ଜୀବନ । ସବୁ ଶ୍ରମ, ସବୁ ଉଦ୍ୟମ, ସବୁ ପ୍ରାର୍ଥନା ସଫଳ ହୋଇଛି । ରେସ୍କ୍ୟୁ ପାଇପ୍‌ ଭିତର ଦେଇ ଗୁରୁଣ୍ଡି ଗୁରୁଣ୍ଡି ସୁରକ୍ଷିତ ଭାବେ ଫେରିଛନ୍ତି ଜଣେ ପରେ ଜଣେ ସାହସୀ ଶ୍ରମିକ । ଅଭିଜ୍ଞ ରାଟ୍-ହୋଲ୍ ମାଇନର୍‌ଙ୍କ କଠିନ ପରିଶ୍ରମ ପରେ ଗତକାଲି ସନ୍ଧ୍ୟା ୭ଟା ୫ରେ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଥିଲା ୮ଶହ ମିଲିମିଟର ଓସାରର ପାଇପ୍ । ସୁର-କ୍ଷିତ ଭାବେ ଟନେଲରୁ ଫେରିବା ପରେ ଖୁସି ଅଛନ୍ତି ଶ୍ରମିକ ଆଉ ଖୁସି ଅଛନ୍ତି ସରକାର ।

ତେବେ ଏସବୁର ଶ୍ରେୟ ଯାଉଛି ଅନ୍ତର୍ଜାତୀୟ ଟନେଲିଂ ବିଶେଷଜ୍ଞ ଆର୍ନୋଲ୍‌ଡ ଡିକ୍ସଙ୍କୁ । ସେ କହିଛନ୍ତି ଯେ ଉ-ଦ୍ଧାର କାର୍ଯ୍ୟରେ ଏକାଧିକ ଚ୍ୟାଲେଞ୍ଜ ଥିଲେ ମଧ୍ୟ ୪୧ଜଣଙ୍କୁ ବଞ୍ଚାଇବାର ମିଳିତ ଉଦ୍ୟମ ସମସ୍ତ ଚ୍ୟାଲେଞ୍ଜକୁ ଦୂର କରିଛି । କହି ରଖିବୁ ଯେତେବେଳେ ଉଦ୍ଧାର ପାଇଁ ସବୁ ପନ୍ଥା ଯେତେବେଳେ ଫେଲ ମାରିଥିଲା ସେତେବେଳେ କମାଲ କରିଥିଲା ର୍ୟାଟ ହୋଲ ମାଇନର୍ସ । ତେବେ ପ୍ରଥମ ଦିନରୁ ଉ-ଦ୍ଧାର କାମର ନେତୃତ୍ୱ ନେଇଥିଲ ଅର୍ନ୍ତଜାତୀୟ ସୁଡ଼ଙ୍ଗ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ । ଯାହାଙ୍କ ଚର୍ଚ୍ଚା ଏବେ ସବୁଠି

ଶ୍ରମିକଙ୍କ ଉ-ଦ୍ଧାର ପାଇଁ ଟନେଲ ସମ୍ମୁଖରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ପ୍ରାର୍ଥନା କରିଥିଲେ ଡିସ୍କ ।ସୂଚନାଯୋଗ୍ୟ ଆର୍ନୋଲ୍ଡ ଡିକ୍ସ ହେଉଛନ୍ତି ଅନ୍ତର୍ଜାତୀୟ ଟନେଲିଂ ଓ ଅଣ୍ଡରଗ୍ରାଉଣ୍ଡ ସ୍ପେଶ ଆସୋସିଏସନର ସଭାପତି । ସେ ଭୂତଳ ପରିବହନ କ୍ଷେତ୍ରରେ ବିଶେଷଜ୍ଞ । ଭୂତଳ ପରିବହନରେ ଥିବା ଅସୁବିଧା ଓ ଏହାର ସମାଧାନ ଦିଗରେ ତାଙ୍କ ପରାମର୍ଶ ପ୍ରଭାବୀ ହୋଇଥାଏ । ସେ ଏକ୍ଷେତ୍ରରେ ବିଶ୍ୱର ସର୍ବଶ୍ରେଷ୍ଠ ବିଶେଷଜ୍ଞଙ୍କ ଭିତରୁ ଜଣେ । ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉ-ଦ୍ଧାର ପାଇଁ ଆର୍ନୋଲ୍ଡ ଦେଇଥିଲେ ପରାମର୍ଶ । ଦେଶବାସୀ ପ୍ରଫେସର ଆର୍ନୋଲ୍ଡ ଡିକ୍ସଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଭୁଲିବ ନାହିଁ ।

Leave a Reply

Your email address will not be published. Required fields are marked *