ଚତୁର୍ଥୀ ଛାଡି ଚାଲି ଆସିଲେ ସିରିଜ ଜିତାଇବାକୁ।

ବାହାଘରର ଦିନକ ପରେ ଚାଲି ଆସିଲେ…. ଦଳକୁ ବିପଦରେ ପକାଇଲେ ନାହିଁ ମୁକେଶ କୁମାର।ବାହାଘରର ଦିନକ ପରେ ଚାଲି ଆସିଲେ, ଚତୁର୍ଥୀ ଥିଲା ହେଲେ ଦଳରେ ଆସି ସାମିଲ ହେଲେ। ଦଳକୁ ବିପଦରେ ପକାଇଲେ ନାହିଁ ସ୍ତ୍ରୀକୁ ମଧ୍ୟ ସାଙ୍ଗରେ ଆଣିଲେ ନାହିଁ। ଦଳକୁ ବିପଦରେ ନପକାଇ ନିଜର ସବୁଠାରୁ ଖୁସିର ଦିନକୁ ଛାଡି ଚାଲି ଆସିଛନ୍ତି। ସମସ୍ତଙ୍କ ପାଇଁ ଚତୁର୍ଥୀର ରାତି ସବୁଠୁ ଖାସ ରହିଥାଏ। ହେଲେ ମୁକେଶଙ୍କ ପାଇଁ ଦଳର ସିରିଜ ଜିତିବା ହେଉଛି ଆଗ।

ସେଥିପାଇଁ ଘରେ ନବବିବାହିତ ସ୍ତ୍ରୀକୁ ଛାଡି ଦେଇ ଦଳରେ ପୁଣିଥରେ ଆସି ସାମିଲ ହୋଇଛନ୍ତି।ଆଜ୍ଞା ଭାରତୀୟ ଦଳର ଦ୍ୱିତୀୟ ସିମର ହେଉଛନ୍ତି ମୁକେଶ କୁମାର। ତାଙ୍କ ବୋଲିଂରେ ଅଷ୍ଟ୍ରେଲିଆ ନାକରେ ପାଣି ପିଏ। ହେଲେ ତୃତୀୟ ଟି-୨୦ରେ ବାହା ହେବାକୁ ଯାଇଥିଲେ ମୁକେଶ କୁମାର। ଆଉ ଭାରତ ଏପଟେ ପରାସ୍ତ ହୋଇଥିଲା।ସେଥିପାଇଁ ସେ ତାଙ୍କ ବାହାଘରର ଗୋଟିଏ ଦିନ ପରେ ଆସି ଦଳରେ ସାମିଲ ହୋଇଛନ୍ତି। ପୁଣି କମାଲ କରିଛନ୍ତି ମୁକେଶ।ଅଷ୍ଟ୍ରେଲିଆକୁ ନିଜ ବୋଲିଂରେ ପାଣି ପିଆଇବେ।

ତେବେ ମୁକେଶଙ୍କ ବାହାଘର ଏଇ ଗୋଟିଏ ଦିନ ପୂର୍ବରୁ ହୋଇଛି। ସେଥିପାଇଁ ସେ ତୃତୀୟ ଟି- ୨୦ ମ୍ୟାଚକୁ ମିଶ କରିଥିଲେ। ତେବେ ମୁକେଶ ତାଙ୍କ ଛୋଟ ବେଳର ପ୍ରେମିକା ଦିବ୍ୟାଙ୍କୁ ମେରେଜ କରିଛନ୍ତି। ନୂଆ ଜୀବନ ଆରମ୍ଭ କରିଛନ୍ତି ମୁକେଶ। ହେଲେ ନିଜର ଚତୁର୍ଥୀ ନକରି ସେ ଦଳରେ ସାମିଲ ହୋଇଛନ୍ତି।

୧ ତାରିଖରେ ରହିଛି ଚତୁର୍ଥ ଟି-୨୦ ମ୍ୟାଚ ଯେଉଁଥିରେ ସାମିଲ ହେବେ ମୁକେଶ। ସେଥିପାଇଁ ନିଜର ଚତୁର୍ଥୀ ଛାଡି ପଡ଼ିଆରେ ବୋଲିଂ କରୁଛନ୍ତି ମୁକେଶ। ତେବେ ଏହି ମ୍ୟାଚକୁ ଜିତିବା ଭାରତ ପାଇଁ ବହୁତ ଜରୁରୀ। ଭାରତ ଯଦି ମ୍ୟାଚକୁ ଜିତିଯାଏ ତେବେ ସିରିଜ ମଧ୍ୟ ବିଜୟ ହାସଲ କରିବ। ସେଥିପାଇଁ ଚତୁର୍ଥ ଟି-୨୦ କୁ ଜିତିବା ପାଇଁ ଚେଷ୍ଟା କରିବ ଭାରତୀୟ ଦଳ। ହେଲେ ଅଷ୍ଟ୍ରେଲିଆର ଖେଳାଳି ମାନେ ମଧ୍ୟ ଜୋରଦାର ଫୋର୍ମରେ ଅଛି।ପ୍ରଥମ ନିଜର ଦୁଇଟି ମ୍ୟାଚରେ ଫର୍ମ ହରେଇଥିବା ବେଳେ ଏବେ ପୁରା ଫର୍ମକୁ ଆସିଛି ଦଳ। ସେ ମଧ୍ୟ ଲଗାତାର ଦୁଇଟି ମ୍ୟାଚକୁ ଜିତିବା ପାଇଁ ପ୍ରୟାସ କରିବ।

Leave a Reply

Your email address will not be published. Required fields are marked *