୩୭ ଦିନରେ ବଦଳି ଗଲା ଖୁସୀଙ୍କ ଚେହେରା।
୩୭ ଦିନ ଭିତରେ ଏମିତି ହୋଇଗଲେ ଖୁସି….ଦେଖିଲେ ଆଖିରୁ ବହିଯିବ ଲୁହ।ବନ୍ଧୁଗଣ ଆପଣ ମାନେ ଏଇ ଦୁଇଟି ଫୋଟକୁ ଦେଖନ୍ତୁ ଏ ହେଉଛନ୍ତି ସେଇ ଖୁସି। ଯାହାଙ୍କୁ ଆପଣ ମାନେ ସବୁବେଳେ ହସ ହସ ମୁହଁରେ ଦେଖୁଥିଲେ। ଆଉ ଏଇ ଫୋଟକୁ ଦେଖନ୍ତୁ ୩୭ ଦିନ ପୂର୍ବର ଖୁସି କେମିତି ଦିଶୁଥିଲେ। ଆଉ ୩୭ ଦିନ ପରେ ଖୁସୀଙ୍କ ଚେହେରା ବଦଳି ଯାଇଛି। ସବୁ ହସ ଖୁସି ତାଙ୍କ ମୁହଁରୁ ଲିଭି ଯାଇଛି। ଆଖିରେ ଭରି ଯାଇଛି ଲୁହ।
ଆପଣ ମାନେ ଏଇ ଦୁଇଟି ଫୋଟକୁ ଦେଖି ବିଶ୍ୱାସ କରି ପାରୁନଥିବେ। ମାତ୍ର ୩୭ ଦିନ ଭିତରେ ଖୁସିଙ୍କର ଏଭଳି ପରିସ୍ଥିତି ହୋଇ ଯାଇଛି। ଏ ଦୁଇଟି ଫୋଟକୁ ଦେଖିଲେ ଆପଣ ମାନଙ୍କ ଆଖିରେ ବି ଲୁହ ଆସିଯିବ।୩୭ ଦିନ ପୂର୍ବରୁ ସ୍ୱାମୀ ଅର୍ଜୁନଙ୍କ ସହ ବେଶ ହସଖୁସିରେ ରହୁଥିଲେ ଖୁସି। ଘରକୁ ଆସିଥାନ୍ତା ନୂଆ ଅତିଥି। ସେଥିପାଇଁ ଅର୍ଜୁନ ଏବଂ ଖୁସୀଙ୍କ ପାଦ ତଳେ ଲାଗୁନଥିଲା। କିନ୍ତୁ କେମିତି କେଜାଣି ତାଙ୍କ ଖୁସି ଉପରେ କାହାର ନଜର ଲାଗିଗଲା।
ଖୁସି ଗର୍ଭବତୀ ଥିଲେ। ଆଉ ଡାକ୍ତରଖାନାକୁ ଯାଇଥିଲେ ପରୀକ୍ଷା କରିବା ପାଇଁ। କିନ୍ତୁ ସେଠାରେ ସବୁକିଛି ଓଲଟ ପାଲଟ ହୋଇଗଲା। ଖୁସୀଙ୍କ ପେଟରେ ଥିବା ତାଙ୍କ ସନ୍ତାନଟି ନଷ୍ଟ ହୋଇଯାଇଥିବା ଡାକ୍ତର କହିଥିଲେ। ଏହା ପରେ ଖୁସୀଙ୍କ ପେଟ ୱାସ କରାଯାଇଥିଲା। ଆଉ ଆଇସ୍ୟୁରେ ଦୀର୍ଘ ୩୭ ଦିନ କାକ ଜୀବନ ମୃତ୍ୟୁ ସହିତ ସଙ୍ଘର୍ଷ କରୁଥିଲେ ଖୁସି।
ଖୁସୀଙ୍କ ଏଭଳି ଅବସ୍ଥାରେ ଦେଖି ସ୍ୱାମୀ ଅର୍ଜୁନ ନିଜକୁ ସମ୍ଭାଳି ପାରୁନଥିଲେ। କାନ୍ଦି କାନ୍ଦି ତାଙ୍କ ଦିନ କଟି ଯାଉଥିଲା। ଆଉ ଭଗବାନଙ୍କୁ ଡାକୁଥିଲେ ମୋର କିଛି ଦରକାର ନାହିଁ ମୋର ଖାଲି ମୋ ଖୁସି ଦରକାର। ମୋ ଖୁସିକୁ ମୋ ପାଖକୁ ଫେରାଇ ଦିଅ। ଆଉ ଶେଷରେ ଭଗବାନ ଅର୍ଜୁନଙ୍କ ଡାକ ଶୁଣିଛନ୍ତି। ଖୁସୀଙ୍କ ୩୭ ଦିନ ପରେ ପାଖକୁ ଫେରାଇଛନ୍ତି ସତ କିନ୍ତୁ ନାଁ ସେ ଭଲ ଭାବରେ ଟିକେ କଥା କହି ପାରୁଛନ୍ତି ନାଁ ସେ ଚାଲି ପାରୁଛନ୍ତି। ନାଁ ସେ ଖୁସୀଙ୍କ ମୁହଁରୁ ସେଇ ହସ ଦେଖି ପାରୁଛନ୍ତି ଅର୍ଜୁନ।
ଖୁସୀଙ୍କ ଏଭଳି ଅବସ୍ଥାରେ ଦେଖି ଅର୍ଜୁନ ମଧ୍ୟ ଭାଙ୍ଗି ପଡିଛନ୍ତି। ଆଉ ସବୁ ହସ ଖୁସି ଖୁସୀଙ୍କ ମୁହଁରୁ ଲିଭି ଯାଇଛି। ଆଖିରେ ଭରି ଯାଇଛି ଲୁହ। କଷ୍ଟ ଆଉ ଯନ୍ତ୍ରଣାରେ ଦିନ କାଟୁଛନ୍ତି ଖୁସି।ଯିଏକି ଇଂଷ୍ଟାଗ୍ରାମରେ ମୋଟିଭେସନାଲ ଭିଡ଼ିଓ କରି ସବୁବେଳେ ଆପଣଙ୍କୁ ମୋତିଭେଟ କରୁଥିଲେ। ଆଉ ଆପଣ ମାନଙ୍କୁ ଖୁସି ତାଙ୍କ କଥାରେ କଥାରେ ହସାଉଥିଲେ କିନ୍ତୁ ଆଜି ସେ ପୁରା ନିରାଶା ହୋଇ ଯାଇଛନ୍ତି। କଥା କହି କହି ପାଟି ବନ୍ଦ ହୋଉନଥିଲା କିନ୍ତୁ ଆଜି ସେଇ ପାଟିରୁ ଦର୍ଶକମାନେ ଚାହୁଁଛନ୍ତି ଦୁଇ ପଦ କଥା ତାଙ୍କ ମୁହଁରୁ ଶୁଣିବାକୁ। କିନ୍ତୁ ଆଜି ସେଇ ଖୁସି ଦୁଇ ପଦ କଥା କହିବାକୁ ଡରୁଛନ୍ତି।
ତାହାରି ଭିତରେ କାନ୍ଦି କାନ୍ଦି କହୁଛନ୍ତି ମୋ ପାଇଁ ମୋ ସ୍ୱାମୀ ହେଉଛନ୍ତି ଭଗବାନ। ମୋ ସ୍ୱାମୀ ନଥିଲେ ମୁଁ ବଞ୍ଚି ପାରିନଥାନ୍ତି। ମୋ ସ୍ୱାମୀଙ୍କ ଭଲପାଇବା ମୋତେ ଆଜି ନୂଆ ଜୀବନ ଦେଇଛି। ସବୁବେଳେ ମୋର ଅଳି ଅଝଟକୁ ଶୁଣି ମତେ ବହୁତ ଭଲ ପାଉଥିଲେ ଅର୍ଜୁନ। ଆଉ ଆଜି ମୁଁ ୧୨ ବର୍ଷର ଭଲପାଇବାକୁ ଦେଖିଛି। ହୁଏତ ମୋତେ ରୋଗ ନହୋଇଥିଲେ ମୁଁ ମୋର ସ୍ୱାମୀଙ୍କୁ ଚିନ୍ହି ପାରିନଥାନ୍ତି।
ମୋତେ ରୋଗ ହୋଇଛି ଭଲ ହୋଇଛି। ରୋଗ ହେଲା ବୋଲି ମୁଁ ମୋର ସ୍ବାମୀଙ୍କ ଭଲ ପାଇବାକୁ ଚିନ୍ହି ପାରିଛି। ତାଙ୍କୁ ଜାଣି ପାରିଛି। ତାଙ୍କର ଭଲ ପାଇବା ପାଇଁ ମୋତେ ଆପଣମାନେ ଚିନ୍ହି ପାରୁଛନ୍ତି। ମୁଁ ତ କେବେବି ଭାବି ପାରିନଥିଲି କି ମୁଁ ଆଉ କେବେବି ମୋ ଅର୍ଜୁନକୁ ଦେଖି ପାରିବି ବୋଲି ସବୁ ଆଶା ଭାଙ୍ଗି ଯାଇଥିବା ବେଳେ ତାଙ୍କର ଭଲ ପାଇବା ଆଗରେ ମୃତ୍ୟୁ ବି ହାର ମାନିଛି। ମୋ ଅର୍ଜୁନ ମୋତେ ନୂଆ ଜୀବନ ଦେଇଛି। ମୋ ସ୍ୱାମୀ ମୋ ପାଇଁ ଭଗବାନ।