ଆକ୍ଟିଂ ପାଇଁ ମୁଁ ପୋଲିସ୍ ଚାକିରୀ ଛାଡ଼ିଲି..
ଯଦି ଆକ୍ଟିଙ୍ଗ୍ କରିବା ପାଇଁ ପୋଲିସ୍ ଚାକିରି ଛାଡ଼ି ପାରିଲି ତ ସେଇଟା ଗୋଟେ ଆଭ୍ୟନ୍ତରୀଣ ଇଚ୍ଛା, ମନର ଗୋଟେ ଇଚ୍ଛା ତା ପାଇଁ ମୁଁ ପୋଲିସ ଚାକିରି ଛାଡ଼ିକି ଆସିକି ଆକ୍ଟିଙ୍ଗ୍ ଲାଇନ୍ ରେ ଜଏନ୍ କରିଲି, କଷ୍ଟ ହେଲେ ବି ଏଥିପାଇଁ ଇଚ୍ଛା ଅଛି। ରୂପେଲି ପରଦାର ଲୋଭଟା ସମସ୍ତଙ୍କର ମନରେ ଥାଏ ସେଇ ଲୋଭଟା ସମୟ କାଢ଼ିବା ପାଇଁ ବାଧ୍ୟ କରୁଛି।
ଖୁବ୍ ଶୀଘ୍ର ଏକ ଗୀତ ସମସ୍ତଙ୍କୁ ଏଣ୍ଟରଟେନ୍ମେଣ୍ଟ କରିବ ଏବଂ ସମସ୍ତଙ୍କର ହୃଦୟ ମଧ୍ୟ ଭାଙ୍ଗିବ ସେଇଟା ଗୀତ ଦେଖିଲେ ହିଁ ଜାଣି ପାରିବେ କାହିଁକି ନା ଗୀତର ନାଁ ହେଉଛି “ଭାଙ୍ଗି ଦେଲୁ ମୋ ହୃଦୟ” ଯେଉଁଥିରେ ପୀୟୁଷ ତ୍ରିପାଠୀ ଭାଇଙ୍କୁ ଦେଖିବାକୁ ମିଳିବ ଏବଂ ପ୍ରତୀକ୍ଷାଙ୍କୁ ଦେଖିବାକୁ ମିଳିବ। ପୀୟୁଷ ଙ୍କୁ ଯେତେବେଳେ ପଚରାଗଲା କାହିଁକି ଆପଣ ସବୁବେଳେ ସେଡ୍ ସଙ୍ଗ୍ ବାଛୁଛନ୍ତି ବୋଲି ସେ କହିଲେ କି, ବାସ୍ ଭଲଲାଗେ ସେଡ୍ ସଙ୍ଗ୍ କରିବା ପାଇଁ, କାହିଁକି ସମସ୍ତେ ଛାଡ଼ିକି ଯାଉଛନ୍ତି ଆଜି ଯାଏଁ ମୁଁ ବି ବୁଝି ପାରିଲିନି।
ଆଜି ଯାଏଁ ତ ଯେଉଁମାନେ ବି ଜାଣିଛନ୍ତି ଏଜ୍ ଏ ଭିଲିଆନ୍ ଜାଣିଛନ୍ତି କିନ୍ତୁ ଭିଲିଆନ୍ ସେଡ୍ ସଙ୍ଗ୍ କରୁଛି କିନ୍ତୁ ଭିଲିଆନ୍ କୁ ଯିଏ ଛାଡ଼ିକି ଯାଇଛି ସେଇ ଉପରେ ସୁନ୍ଦର ଗୀତ ଟିଏ ନିଶ୍ଚିତ ଭାବେ ଦର୍ଶକ ମାନଙ୍କୁ ଭଲଲାଗିବ। ପ୍ରତୀକ୍ଷାଙ୍କୁ ଯେତେବେଳେ ପଚରାଗଲା କି ଆପଣ ପୀୟୁଷ ଭାଇଙ୍କ ହୃଦୟ ଭାଙ୍ଗୁଛନ୍ତି ସେ କହିଲେ କି, ହଁ ଭାଙ୍ଗି ଦେଇଛି କାହିଁକି ଭାଙ୍ଗିଲି ଆଉ କାହା ପାଇଁ ଭାଙ୍ଗିଲି ସେଇଟା ସମସ୍ତେ ମ୍ୟୁଜିକ୍ ଭିଡ଼ିଓ ଦେଖିଲେ ହିଁ ଜାଣି ପାରିବେ। ମୋର ଏଇଟା ତାଙ୍କ ସହ ଫାଷ୍ଟ ସଙ୍ଗ୍ ଆଉ ବହୁତ ଡର ମଧ୍ୟ ଲାଗୁଥିଲା ନର୍ଭସ୍ ବି ଲାଗୁଥିଲା କାହିଁକି ନା ସେ ବହୁତ ଟାଲେଣ୍ଟେଡ୍ ଆଉ ତାଙ୍କ ପାଖରେ ବହୁତ ଏକ୍ସପିରିଏନ୍ସ ବି ଅଛି ମୁଁ ତ ନୂଆ ସେଥିପାଇଁ ମୋତେ ଡର ଲାଗୁଥିଲା।
ପୀୟୁଷ ଙ୍କୁ ଯେତେବେଳେ ପଚରାଗଲା କି ମ୍ୟୁଜିକ୍ ଭିଡ଼ିଓ କାହିଁକି ଆପଣ ବାଛୁଛନ୍ତି ଲୋକମାନେ ତ ସେମିତିରେ ଆପଣଙ୍କୁ ଜାଣିଛନ୍ତି, ସେତେବେଳେ ସେ କହିଲେ କି ଯଦି ଆକ୍ଟିଙ୍ଗ୍ କରିବା ପାଇଁ ପୋଲିସ୍ ଚାକିରି ଛାଡ଼ି ପାରିଲି ତ ସେଇଟା ଗୋଟେ ଆଭ୍ୟନ୍ତରୀଣ ଇଚ୍ଛା, ମନର ଗୋଟେ ଇଚ୍ଛା ତା ପାଇଁ ମୁଁ ପୋଲିସ ଚାକିରି ଛାଡ଼ିକି ଆସିକି ଆକ୍ଟିଙ୍ଗ୍ ଲାଇନ୍ ରେ ଜଏନ୍ କରିଲି, କଷ୍ଟ ହେଲେ ବି ଏଥିପାଇଁ ଇଚ୍ଛା ଅଛି। ରୂପେଲି ପରଦାର ଲୋଭଟା ସମସ୍ତଙ୍କର ମନରେ ଥାଏ ସେଇ ଲୋଭଟା ସମୟ କାଢ଼ିବା ପାଇଁ ବାଧ୍ୟ କରୁଛି
ଆଗରୁ ଦେଖିବାକୁ ମିଳୁଥିଲା କି ମୁଁ ଝିଅ ମାନଙ୍କୁ କଷ୍ଟ ଦେଉଥିଲି, ସେମାନଙ୍କ ହୃଦୟ ଭାଙ୍ଗୁଥିଲି, ତାଙ୍କ ମନ ଦୁଃଖ କରୁଥିଲି ଯେତେବେଳେ ମୁଁ ଦୁଇବର୍ଷ ଆଗରୁ ଯାତ୍ରାରେ ଥିଲି ସେତେବେଳେ ସେଇଟା ହେଉଥିଲା କିନ୍ତୁ ଏବେ ସେଇଟା ଓଲଟା ହେଇ ଯାଇଛି ଝିଅମାନେ ଏବେ ମୋ ହୃଦୟ ଭାଙ୍ଗୁଛନ୍ତି,ମୋତେ କଷ୍ଟ ଦେଉଛନ୍ତି, ଦୁଃଖ ଦେଉଛନ୍ତି ମ୍ୟୁଜିକ୍ ଭିଡ଼ିଓ କରିବା ପରଠାରୁ ଏପରି ହେଉଛି ଏମିତି ପରିବର୍ତ୍ତନ ଆସିଛି, ସମୟ ସହ ସବୁ ବଦଳୁଛି ପରିବର୍ତ୍ତନ ହେଉଛି।