ବିଶ୍ୱକପ ବିଜେତା ଅଧିନାୟକଙ୍କୁ ଅଷ୍ଟ୍ରେଲିଆରେ କେହି ପଚାରିଲେନି।
ବିଶ୍ୱକପକୁ ଅସମ୍ମାନ କରିଥିଲେ ଏବେ ନିଜ ଦେଶରେ ସମ୍ମାନ ପାଇଲେନି ଅଷ୍ଟ୍ରେଲିଆ ଖେଳାଳି।ବିଶ୍ୱକପ ବିଜେତା ଅଧିନାୟକଙ୍କୁ ଅଷ୍ଟ୍ରେଲିଆରେ କେହି ପଚାରିଲେନି। ବସକୁ ଅପେକ୍ଷା କଲେ ବସ ଆସିଲା ନାହିଁ। ସ୍ୱାଗତ କରିବା ପାଇଁ ଆସିଲା ନାହିଁ ଅଷ୍ଟ୍ରେଲିଆନ କ୍ରିକେଟ ବୋର୍ଡ। ବିଶ୍ୱକପ ବିଜେତାଙ୍କୁ ଅଷ୍ଟ୍ରେଲିଆରେ କିଛି ସମ୍ମାନ ନାହିଁ।
ବିଶ୍ୱକପ ଜିତିଲେ ହେଲେ ହାରିଲା ଭଳି ନିଜ ଦେଶକୁ ଗଲେ। ପାଖରେ କେହି ମଧ୍ୟ ସ୍ୱାଗତ କରିବା ପାଇଁ ଆସିଲେନି। ଅଧିନାୟକଙ୍କ ଠୁ ଆରମ୍ଭ କରି ଖେଳାଳି। ସବୁ ଏକା ଏକା ଘରକୁ ଗଲେ। ବିଶ୍ୱକପ ବିଜେତାଙ୍କୁ ଅଷ୍ଟ୍ରେଲିଆର ସାଧାରଣ ଲୋକେ ବି କେହି ପଚାରିଲେ ନାହିଁ କି ଶୁଭେଚ୍ଛା ବି ଜଣାଇଲେ ନାହିଁ। ବିଶ୍ୱକପକୁ ଅସମ୍ମାନ କରିଥିଲେ ନିଜେ ଅସମ୍ମାନୀତ ହେଲେ।
ସରିଛି ବିଶ୍ୱକପ ୨୦୨୩। ଅଷ୍ଟ୍ରେଲିଆ ବିଜୟ ହାସଲ କରିଛି। ହେଲେ ଏଇ ବିଜୟ ହାସଲରେ ଯେତିକି ଭାରତରେ ଖୁସି ହୋଇଥିଲେ ତାଙ୍କ ଦେଶକୁ ଗଲା ବେଳେ ସବୁ ଖୁସି ମୌଳି ଗଲା। ଟ୍ରଫି ନେଇ ପହଁଚିଲା ପରେ କେହି ପଚାରି ନାହାଁନ୍ତି।କିଛି ଖେଳ ସାମ୍ବାଦିକମାନେ ତାଙ୍କ ପାଖରେ ରହିଥିଲେ କିଛି ଫୋଟ ଉଠାଇବା ପାଇଁ।
ଟିକେ ଏହି ଫୋଟକୁ ଦେଖନ୍ତୁ। ଟିକେ ଏହି ଫୋଟକୁ ଦେଖନ୍ତୁ ଯେଉଁଥିରେ ଅଧିନାୟକ ଅଷ୍ଟ୍ରେଲିଆ ବିମାନ ବନ୍ଦରରେ ରହିଛନ୍ତି ତାଙ୍କ ସହିତ ଅନ୍ୟ ଖେଳାଳି ମାନେ ମଧ୍ୟ ରହିଛନ୍ତି। ହେଲେ ସେଠାରେ ତାଙ୍କୁ କେହି ମଧ୍ୟ ସ୍ୱାଗତ କରୁନାହାଁନ୍ତି। ଏକା ଏକା ଯାଉଛନ୍ତି ପାର୍ଟ କମିନ୍ସ। କେବଳ କମିନ୍ସ ନୁହଁନ୍ତି ଅଷ୍ଟ୍ରେଲିଆର ଅନ୍ୟ ସବୁ ଖେଳାଳିଙ୍କୁ କେହି ସ୍ୱାଗତ କରିବାକୁ ଆସିନଥିଲେ।
ଭାରତରେ କେବଳ ସେମାନେ ବିଶ୍ୱକପ ବିଜୟକୁ ଉପଭୋଗ କରିଥିଲେ। ହେଲେ ସେଇ ଉପଭୋଗ ସେମାନେ ନିଜ ଦେଶରେ କରି ପାରି ନାହାଁନ୍ତି। କିଛି ଫୋଟ ଗ୍ରାଫର କେବଳ ଫୋଟ ଉଠାଉଛନ୍ତି। ଖାଲି ସେତିକି ନୁହେଁ ସେଠାରେ ଉପସ୍ଥିତ ଥିବା ଅଷ୍ଟ୍ରେଲିଆର ସାଧାରଣ ଲୋକ ମଧ୍ୟ କିଛି ଶୁଭେଚ୍ଛା ଜଣେଇ ନାହାଁନ୍ତି। ଯାହା ଏବେ ଚର୍ଚ୍ଚା ହେଉଛି କି ଅଷ୍ଟ୍ରେଲିଆର କ୍ରିକେଟର କିଛି ମହତ୍ୱ ନାହିଁ।
ହେଲେ ଭାରତ ବିଶ୍ୱକପ ଜିତିଥିଲେ ସ୍ୱାଗତ କିଛି ଅଲଗା ପ୍ରକାରର ହୋଇଥାନ୍ତା। ବାଣ ଫୁଟାଇ ଫୁଲମାଳ ପିନ୍ଧାଇ ଫୁଲ ବର୍ଷା ହୋଇଥାନ୍ତି କ୍ରିକେଟ ପ୍ରେମୀ। ବିମାନ ବନ୍ଦରରେ ବାଜା ବିଜେଇ ସ୍ୱାଗତ କରିଥାନ୍ତେ।ଯେମିତି ୨୦୧୧ ମସିହାରେ ହୋଇଥିଲା। ଭାରତରେ କ୍ରିକେଟ ଖେଳକୁ କ୍ରିକେଟ ପ୍ରେମୀ ବହୁତ ସମ୍ମାନ ଦିଅନ୍ତି। ସେଥିପାଇଁ କ୍ରିକେଟ ଖେଳାଳି ଭାରତରେ କେଉଁ ସେଲିବ୍ରେଟି ଠାରୁ କମ ନୁହଁନ୍ତି।