ପ୍ରବଳ ଗାଳି କଲେ ମ୍ୟାକ୍ସୱେଲଙ୍କ ସ୍ତ୍ରୀ।

ଅଷ୍ଟ୍ରେଲିଆ ବିଶ୍ୱକପ ନେବା ପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଗାଳି ଦେଲେ ଗ୍ଲେନ ମ୍ୟାକ୍ସୱେଲଙ୍କ ସ୍ତ୍ରୀ।ଭାରତ ଉପରେ ରାଗ ସାରିଲେ ମ୍ୟାକ୍ସୱେଲଙ୍କ ସ୍ତ୍ରୀ। ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଗାଳି କଲେ ବିନୀ ରମଣ। କହିଲେ ପାଟି ଚୁପ କର। ଆଉ ହିସାବରେ ରୁହ। ବିଶ୍ୱକପ ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ହାରିବା ସହିତ ୧୪୦ କୋଟି ଭାରତୀୟଙ୍କ ହୃଦୟ ବି ଭାଙ୍ଗି ଯାଇଛି।ଅଷ୍ଟ୍ରେଲିଆ ଫାଇନାଲରେ ଦମଦାର ପ୍ରଦର୍ଶନ କରିବା ସହ ୬ ୱକେଟରେ ଭାରତକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିୟାନ ହୋଇଛି। ଯେବେଠାରୁ ଭାରତ ହାରିଛି ଆଉ କଙ୍ଗାରୁଦଳ ବିଶ୍ୱକପ ଟ୍ରଫି ଉଠାଇଛି ସେବେଠାରୁ ଏହି ମୁହୂର୍ତ୍ତ ପ୍ରତ୍ୟକ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଦୁସ୍ୱପ୍ନ ପାଲଟି ଯାଇଛି।

ଏହି କଥାକୁ କୌଣସି ମତେ ହଜମ କରିପାରୁନାହାନ୍ତି ଭାରତୀୟ କ୍ରିକେଟର ପ୍ରଶଂସକ ମାନେ। କାରଣ ପୁରା ଟୋର୍ଣ୍ଣାମେଣ୍ଟରେ ଅପରାଜୟ ହେଇ ଆସିଥିବା ଟିମ ଇଣ୍ଡିଆ ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ତୃତୀୟ ଥର ପାଇଁ ବିଶ୍ୱକପ ହାସଲ କରିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ କଙ୍ଗାରୁଦଳ ସବୁ କିଛି ଓଲଟ ପାଲଟ କରିଦେଲା। ଭାରତ ମାଟିରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଶ୍ୱକପ ଟ୍ରଫିକୁ ନେଇଯିବ କଥାକୁ ହଜମ କରି ପାରୁନାହାନ୍ତି ଆମ ଦେଶର କ୍ରିକେଟ ପ୍ରେମୀ।ତେବେ ଔଷଧ ବିକଳରେ ତାଟିଆ କାମୁଡିବା ଭଳି ଅଷ୍ଟ୍ରେଲିଆ ଦଳର ବିଭିନ୍ନ ଖେଳାଳିମାନଙ୍କୁ ସୋସିଆଲ ମିଡିଆରେ ଟ୍ରଲ କରୁଛନ୍ତି ଭାରତୀୟ ପ୍ରଶଂସକ। ଆଉ ଏହାରି ଭିତରେ ଅଷ୍ଟ୍ରେଲିଆ ଷ୍ଟାର ଅଲରାଉଣ୍ଡର ମ୍ୟାକ୍ସୱେଲଙ୍କ ପତ୍ନୀ ବି ଆସିଯାଇଛନ୍ତି ଭାରତୀୟ କ୍ରିକେଟ ପ୍ରେମୀଙ୍କ ଟାର୍ଗେଟକୁ।

କାରଣ ମ୍ୟାକ୍ସୱେଲଙ୍କ ପତ୍ନୀ ବିନୀ ରମଣ ହେଉଛନ୍ତି ଭାରତୀୟ ମୂଳ ବାସିନ୍ଦା। ହେଲେ ବିନୀ ଅଷ୍ଟ୍ରେଲିଆ ଟିମକୁ ସମର୍ଥନ କରୁଥିବାରୁ ସେଥିପାଇଁ ତାଙ୍କୁ ଟ୍ରଲ କରିଛନ୍ତି ଭାରତୀୟ କ୍ରିକେଟ ଫ୍ୟାନ୍ସ। କାରଣ ଜଣେ ଭାରତୀୟ ହୋଇ ମଧ୍ୟ କଙ୍ଗାରୁଦଳକୁ ସମର୍ଥନ କରୁଥିବାରୁ ସୋସିଆଲ ମିଡିଆରେ ବିନିକୁ ଟାର୍ଗେଟ କରି ବିଭିନ୍ନ କଥା କହି ନିନ୍ଦା କରିଛନ୍ତି ଭାରତୀୟ କ୍ରିକେଟ ପ୍ରେମୀମାନେ। ହେଲେ ଏହାର କଡା ଜବାବ ଦେଇଛନ୍ତି ମ୍ୟାକ୍ସୱେଲଙ୍କ ପତ୍ନୀ ବିନୀ ରମଣ।ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ପାଲଟା ଜବାବ ଦେଇ ସୋସିଆଲ ମିଡିଆରେ ବର୍ଷିଛନ୍ତି ବିନୀ।

ସେ କହିଛନ୍ତି ମୋତେ ବେକାର କଥା କହୁଥିବା ଲୋକମାନେ ହିସାବରେ ରୁହ। ମୋତେ ବିଶ୍ୱାସ ହେଉନି କି ମୁଁ ବୁଝି ପାରୁନି କି ମୋତେ ଏ କଥା କହିବାକୁ ବି ଦରକାର ପଡୁଛି ଯେ ଆମେ ଭାରତୀୟ ହୋଇପାରୁ କିନ୍ତୁ ଆମେ ସେହି ଦେଶକୁ ବି ସମର୍ଥନ କରିବା ଆବଶ୍ୟକ ଯେଉଁଠି ମୁଁ ଜନ୍ମ ହୋଇଛି ବଡ଼ ହୋଇଛି ଆଉ ଖାସ କରି ଯେଉଁ ଟିମରେ ମୋ ସ୍ୱାମୀ ତଥା ମୋ ପିଲାର ବାପା ଖେଳୁଛନ୍ତି।

ବିନୀ ଆହୁରି ମଧ୍ୟ କହିଛନ୍ତି କି ଶାନ୍ତ ରୁହ ଆଉ ନିଜର କ୍ରୋଧକୁ ବିଶ୍ୱରେ ଭିଭନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବ୍ୟବହାର କର। ହଁ ଆଜ୍ଞା ତାଙ୍କୁ ହିଂସା କରିଥିବା ଭାରତୀୟ ମାନଙ୍କୁ ବିନୀ ଅନେକ କଡା କଥା କହି ତାଙ୍କୁ ଗାଳି କରିଛନ୍ତି। ତାଙ୍କ ସ୍ବାମୀ ଯେଉଁ ଦେଶ ପକ୍ଷରୁ ଖେଳୁଛନ୍ତି ସେହି ଦେଶକୁ ସମର୍ଥନ ନକରି ସେ ଭାରତକୁ କିପରି ସମର୍ଥନ କରିପାରିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ମ୍ୟାକ୍ସୱେଲଙ୍କ ପତ୍ନୀ ବିନୀ ରମଣ।ଏଠାରେ ଆମେ ଜଣେଇଦେବାକୁ ଚାହିଁବୁ କି ଏକ ତାମିଲ ପରିବାରର ଝିଅ ବିନୀ ରମଣଙ୍କ ଜନ୍ମ ଅଷ୍ଟ୍ରେଲିଆରେ ହୋଇଥିଲା। ଆଉ ସେଇ ଠାରେ ହିଁ ପିଲା ଦିନରୁ ବଢି ଆସିଛନ୍ତି। ସେଇଠାରେ ହିଁ ବଢିବା ଏବଂ ପାଠ ପଢିବା ସହ ଫାର୍ମାସିସ ଭାବେ କାମ କରୁଛନ୍ତି ବିନୀ।

୨୦୧୩ ରେ ଏକ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ କ୍ରିକେଟର ମ୍ୟାକ୍ସୱେଲଙ୍କ ସହ ବିନିଙ୍କର ସାକ୍ଷତ ହୋଇଥିଲା। ଆଉ ମ୍ୟାକ୍ସୱେଲ ତାଙ୍କୁ ପ୍ରପୋଜ କରିଥିଲେ। କିଛି ବର୍ଷ ଧରି ଦୁହେଁ ଡେଟିଂ କରିବା ପରେ ଗତ ବର୍ଷ ଅର୍ଥାତ ୨୦୨୨ ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଉ ଗତ ସେପ୍ଟେମ୍ବର ମାସରେ ବିନୀ ଏକ ସନ୍ତାନକୁ ଜନ୍ମ ଦେଇଥିବାର ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *