ଇଣ୍ଡିଆ ହାରିଲା ଦେବ ପରେ ରାହୁଲ ମରିଲା।

ପୁଣି ଦେବ ପରେ ରାହୁଲ, ଇଣ୍ଡିଆ ହାରିଗଲା ରାହୁଲ ଦେବ ଚାଲିଗଲେ।ବନ୍ଧୁଗଣ କାଲି ଖବର ଆସିଥିଲା ଇଣ୍ଡିଆ ହାରିଲା ଦେବ ଚାଲିଗଲା, ଏବେ ଖବର ଆସିଛି ଇଣ୍ଡିଆ ହାରିଲା ଦେବ ପରେ ପରେ ରାହୁଲବି ମରିଗଲା। ଭାରତ କ୍ରିକେଟ ଖଲରେ ହାରିଲା ଏମାନେ ଜୀବନ ଯୁଦ୍ଧରେ ହାରିଗଲେ। କାଲି ଦେବ ହାରିଯାଇଥିଲା ଆଜି ରାହୁଲ ହାରିଗଲା।ବନ୍ଧୁଗଣ ଗତ କାଲି ଆପଣମାନେ ଦେବକୁ ଦେଖିଥିବେ। ଯେତେବେଳେ ଇଣ୍ଡିଆ ଚୌକା ଛକା ମାରୁଥିଲା ଦେବ କେମିତି ଖୁସିରେ ନାଚୁ ଥିଲା।

ଏବେ ଦେଖନ୍ତୁ ଏ ହେଉଛି ରାହୁଲ। କିଭଳି ଭାବରେ ବିରାଟ କୋହଲି ଏବଂ ସାମୀଙ୍କ ଫୋଟକୁ ଜାବୁଡି ଧରିଛି। ରାହୁଲ ବୟସ ବି ଦେବ ବୟସ ସହିତ ସମାନ। ଦେବକୁ ୨୩ ବର୍ଷ ଏବଂ ରାହୁଲକୁ ବି ୨୩ ବର୍ଷ।ଛୋଟ ଟୋକା ଭେଣ୍ଡା ଟୋକାକୁ ହରାଇ ବର୍ତ୍ତମାନ ପରିବାର ଲୋକେ କାନ୍ଦୁଛନ୍ତି।ବନ୍ଧୁଗଣ ରାହୁଲ ଯେମିତି ବିରାଟ କୋହଲି ଏବଂ ସାମୀଙ୍କ ଫୋଟକୁ କୁଣ୍ଢାଇ ଧରିଛି ସତେ ଯେମିତି ଲାଗୁଛି ରାହୁଲ ପାଇଁ ସାମି ଓ ବିରାଟ ଭଗବାନ ସଦୃଶ। ଆଉ କ୍ରିକେଟକୁ ସେ ଏତେ ଭଲପାଉଥିଲା ଇଣ୍ଡିଆ ହାରିବା ପରେ ସେ ତା ଦେହକୁ ନେଇଯାଇଥିଲା।

ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ ବିଶ୍ୱକପ ଜିତିଛି ଏକଥା ସତ୍ୟ। କିନ୍ତୁ ଭାରତର ପରାସ୍ତକୁ ସହଜରେ ଗ୍ରହଣ କରିପାରିନଥିଲା। ଯାଜପୁର ଜିଲ୍ଲା ବିଝାର ପୁର ଥାନା ଅନ୍ତର୍ଗତ ଜରି ପଞ୍ଚାୟତ କୂଳସାହି ଗ୍ରାମର ନୀଳମଣି ଦାସଙ୍କ ସାନ ପୁଅ ଦେବରଞ୍ଜନ ଯାହାଙ୍କ ବୟସ ୨୩ ବର୍ଷ। ଯାହାକୁ ସ୍ନେହରେ ଡାକନ୍ତି ଦେବା।ଠିକ ସେମିତି ଭାରତର ପରାସ୍ତକୁ ସହିପାରିନି ରାହୁଲ। ପଶ୍ଚିମବଙ୍ଗର ରାହୁଲ ଲୋହର। ଯାହାଙ୍କ ବୟସ ୨୩ ବର୍ଷ। ରାହୁଲଙ୍କ କ୍ରିକେଟ ପ୍ରତି ଥିଲା ପ୍ରବଳ ଦୁର୍ବଳତା। ଭାରତ ଏଥର ବିଶ୍ୱକପ ଜିତିବ ବୋଲି ସମସ୍ତ ଭାରତୀୟଙ୍କ ଭଳି ରାହୁଲ ମଧ୍ୟ ଆଶା ବାନ୍ଧିଥିଲା।

କିନ୍ତୁ ଭାରତ ହାରିବା ପରେ ରାହୁଲ କାହାରିକୁ କିଛି ନକହି ଘର ଭିତର ପଟରୁ କବାଟ ବନ୍ଦ କରି ଦେଇଥିଲା। ଆଉ ପରିବାର ଲୋକେ ଏହାକୁ ଗୁରୁତ୍ୱର ବୋଲି ଭାବି ନଥିଲେ କିନ୍ତୁ ଅନେକ ସମୟ ଧରି ଯେତେବେଳେ ରାହୁଲ କବାଟ ଖୋଲି ନଥିଲା ସେତେବେଳେ ମା କବାଟ ବାଡେଇ ଥିଲା। ଭିତର ପଟରୁ କୌଣସି ଶବ୍ଦ ଶୁଣା ଯାଇନଥିଲା। ସନ୍ଦେହ ହୋଇଥିଲା ଏବଂ ସମସ୍ତଙ୍କ ଉପସ୍ଥିତିରେ ଯେତେବେଳେ କବାଟ ଭଙ୍ଗା ଗଲା ତାପରେ ଯାହା ହେଲା ସମସ୍ତଙ୍କୁ ସ୍ତବ୍ଧ କରିଦେଲା।

ରାହୁଲ ଆଉ ନଥିଲା ଏହାକୁ ଦେଖିବା ପରେ ଭେଣ୍ଡା ପୁଅକୁ ହରାଇବା ପରେ ବାପା ବି ଚେତା ଶୂନ୍ୟ ହୋଇଗଲା। ତୁରନ୍ତ ରାହୁଲକୁ ମେଡିକାଲକୁ ନିଆଗଲା ଆଉ ସେଠାରେ ଡାକ୍ତର ରାହୁଲକୁ ମୃତ ଘୋଷଣା କରିଥିଲେ।ଏବେ କୁହାଯାଉଛି ହାରିଲା ଇଣ୍ଡିଆ କିନ୍ତୁ ଜୀବନ ଯୁଦ୍ଧରେ ହାରିଗଲେ ରାହୁଲ ଏବଂ ଦେବ।

Leave a Reply

Your email address will not be published. Required fields are marked *