ମୋ ଚାଲିଚଳନ ଦେଖି ଲୋକ କହିଥିଲେ ତୁ ଛକା.. ମାଇଚିଆ!

ଜଣେ ଟ୍ରାନ୍ସଜେଣ୍ଡର ନିକଟରେ ଏକ ସାକ୍ଷାତକାର ଦେଇ ନିଜ ଜୀବନରେ ଘଟିଥିବା ଦୁଃ-ଖ ବ୍ୟଥା ବିଷୟରେ କହିଥିଲେ । ତେବେ ସେ କହିଥିଲେ ଯେ ଆଗରୁ ତୋ ବହୁତ୍ ଗୁଡ଼ିଏ ଜିନିଷରେ ଆପଣମାନେ ଶୁଣିଥିବେ ତାଙ୍କ କଥା । ସଂ-ଘର୍ଷ ସମସ୍ତଙ୍କ ଜୀବନରେ ଥାଏ । କେବଳ ଟ୍ରାନ୍ସଜେଣ୍ଡର ବୋଲି ସ୍ପେସିଆଲି ତାଙ୍କ ପାଇଁ ଯେ ଦୁଃ-ଖ ସେମିତି କିଛିନାହିଁ । କେବଳ ଟ୍ରାନ୍ସଜେଣ୍ଡର ମାନଙ୍କୁ ନିଜର ଅସ୍ତିତ୍ବ ପାଇଁ ଟିକେ ପରିଚୟ ପାଇଁ ସମସ୍ତଙ୍କୁ ବୁଝାଇବାକୁ ପଡୁଥିଲା ଆଉ ସମସ୍ତଙ୍କୁ ଜଣାଇବା ପାଇଁ ପଡୁଥିଲା । ଯେଉଁ ସଂଘ-ର୍ଷରେ ସାମାନ୍ଯ ମାତ୍ର ବଡ଼ ।

କହିବାକୁ ଗଲେ ସେମିତି ବେଶୀ କିଛିନୁହେଁ । ଟ୍ରାନ୍ସଜେଣ୍ଡର ମାନଙ୍କର ଅସ୍ତିତ୍ବ ଲଢେ଼-ଇରେ ଜିତିବା ସମସ୍ତଙ୍କ ପକ୍ଷେ ସମ୍ଭବ ନଥିବ । ତେଣୁ ବହୁତ୍ ଗୁଡ଼ିଏ ସେପରି ଅସୁବିଧାର ସମ୍ମୁଖୀନ ହୋଇ ଆମେ ମଣିଷ ହେଇଛୁ । ସନ୍ତୋଷରୁ ସୋନି ହେବା ପାଇଁ କା ଯେଉଁ ସଂଘର୍ଷତା ଥିଲା ସେଇଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଆମର ମାନ୍ୟବର ସର୍ବୋଚ୍ଚ ନ୍ୟାୟା-ଳୟ ସୁପ୍ରିମ କୋର୍ଟ । ଯେଉଁ ସେ ଐତିହାସିକ ରାୟ ଦେଇଥିଲେ ଯେ କିନ୍ନର ଏବଂ ଏଲଜିବିଟି କମ୍ୟୁନିଟିକୁ ଥାର୍ଡ଼ ଜେଣ୍ଡରର ମାନ୍ୟତା ଦେଇକି। ଯେଉଁଥିରେ ଆମର ଗୋଟେ ଅଲଗା ବକ୍ସ ଆସିପାରିଲା ଫିମେଲ ଏବଂ ମେଲ୍ ପରେ ।

ଆଉ ସଙ୍ଘର୍ଷ ସେଇଠି ସରି ଯାଇଥିଲା ଅସ୍ତିତ୍ବ ଲଢେ଼-ଇର କିନ୍ତୁ ତାପରେ ଆରମ୍ଭ ହୋଇଥିଲା ନିଜକୁ ପ୍ରମାଣିତ କରିବାର । ସୋସାଇିଟ୍ ରେ କେମିତି ଆମେ ସମସ୍ତଙ୍କ ସହିତ ସମାନ ହେଇ ବଞ୍ଚିପାରିବା । ଏ ସଭ୍ୟ ସମାଜ କେମିତି ଆମକୁ ସଭ୍ୟତାର ସହ ଗ୍ରହଣ କରିବ ସେଥିପାଇଁ ଆମକୁ ମଧ୍ୟ ବହୁତ୍ କଷ୍ଟ କରିବା ପାଇଁ ପଡ଼ିଛି । ଆହୁରି ମଧ୍ୟ କହିଥିଲେ ଯେ ସୋନି ହେବା ପୂର୍ବରୁ ସେ ସନ୍ତୋଷ ଥିଲେ । ସେ ଜନ୍ମ ମଧ୍ୟ ହେଇଥିଲେ ପୁରୁଷ ହୋଇ । ଘରେ ସେ ଗୋଟେ ପୁଅ ଥିଲେ । ତାଙ୍କ ବାପା ମାଆଙ୍କର ବହୁତ୍ ଗୁଡାଏ ଇଚ୍ଛା ମଧ୍ୟ ଥିଲା ତାଙ୍କୁ ନେଇକି ।

ବାକି ସେ ଛୋଟ ବେଳୁ ଗୋଟେ ଭଲ ଷ୍ଟୁଡେଣ୍ଟ୍ ଥିଲେ । ଖେଳ ଶିଖୁଥିଲେ, ରିଙ୍ଗ ବଲ କରିକି ଗେମ୍ ଅଛି ଯେଉଁଥିରେ ସେ ଓଡିଶା ପାଇଁ ମଧ୍ୟ ଖେଳିଥିଲେ । ସେତେବେଳେ ତାଙ୍କ ଜେଣ୍ଡର ଆଇଣ୍ଡିଟିକୁ ନେଇ ବହୁତ୍ ଲୋକେ ପ୍ରଶ୍ନ କରିଥିଲେ । ତାଙ୍କର ଚାଲି ଚଳନ, ତାଙ୍କର ସ୍ୱଭାବ, ରଙ୍ଗଢ଼ଙ୍ଗକୁ ନେଇ କିଛିଲୋକ କହୁଥିଲେ ତାଙ୍କୁ ଛକା, ମାଇଚିଆ ବୋଲି । କିନ୍ତୁ ତାଙ୍କ ପରିସର ତାଙ୍କୁ ଆଙ୍ଗୁଳି ଉଠାଇ ନଥିଲା । ତାଙ୍କ ବାପା ମା ତାଙ୍କୁ ବହୁତ୍ ଭଲ ପାଇବା ଦେଇଛନ୍ତି । ଆଉ ତାଙ୍କ ସାଙ୍ଗସାଥୀ ମାନେ ମଧ୍ୟ ବହୁତ୍ ସହଜରେ ତାଙ୍କୁ ଗ୍ରହଣ କରିନେଇଥିଲେ ।

Leave a Reply

Your email address will not be published. Required fields are marked *