ଜଣା ପଡିଲା ସତ। ପନୋତି ଅମ୍ଫାୟାର ପାଇଁ ହାରିଲା ଭାରତ।

ଏହି ଅମ୍ଫାୟାର ଥିଲେ କେବେବି ଭାରତ ଜିତି ପାରେନି ମ୍ୟାଚ। ସେଥିପାଇଁ ମ୍ୟାଚ ହାରିଗଲା ଭାରତ।ଏହି ପନୋତି ଅମ୍ଫାୟାର ପାଇଁ ହାରିଲା ଭାରତ। ଏହି ଅମ୍ଫାୟାରର ମୁହଁ ଚାହିଁଲେ ଭାରତ ମ୍ୟାଚ ଜିତିପାରେ ନାହିଁ। ଯାହା ଚର୍ଚ୍ଚା ହେଉଥିଲା ସେସବୁ ସତ ହେଲା। ପନୋତି ଅମ୍ଫାୟାର ବୋଲି ପ୍ରମାଣିତ ହୋଇଗଲା। ଯାହା ଚର୍ଚ୍ଚା ହେଉଥିଲା ସେହି କଥା ସବୁ ହଜାର ବାର ସତ ବୋଲି ପ୍ରମାଣିତ ହୋଇଗଲା।ଲୋକେ କହୁଥିଲେ ଏହି ଅମ୍ଫାୟାର ଭାରତ ପାଇଁ ଅନଲକି ଏ ରହିଲେ ଭାରତ ହାରିଯାଏ ଫାଇନାଲ ମ୍ୟାଚ। ଆଉ ସେହି ସବୁ କଥା ଏବେ ପ୍ରମାଣିତ ହୋଇଯାଇଛି।

ଭାରତ ପାଇଁ ଅନଲକି ସାବ୍ୟସ୍ତ ହୋଇଛନ୍ତି ଏଇ ଅମ୍ଫାୟାର ଜଣକ। ଫାଇନାଲ ମ୍ୟାଚରେ ଅମ୍ଫାୟାରିଂ କରିବାରୁ ଭାରତରେ ବିଶ୍ୱକପରେ ପରାସ୍ତ ହୋଇଛି। ସେଥିପାଇଁ ଲୋକେ କହିଲେଣି ଏ ହେଉଛି ପନୋତି ଅମ୍ଫାୟାର।ଆମେ ଜଣେଇବାକୁ ଚାହୁଁଛୁ ଅମ୍ଫାୟାର ରିଚାର୍ଡ କ୍ୟାଟଲ ବ୍ରୋଙ୍କ କଥା। ହଁ ଆଜ୍ଞା ଭାରତ ଆଜି କେବଳ ଏହି ଅମ୍ଫାୟାରଙ୍କ ପାଇଁ ପରାସ୍ତ ହୋଇଛି ବୋଲି ବହୁତ ଜୋରରେ ଚର୍ଚ୍ଚା ହେଉଛି। କ୍ୟାଟଲ ବ୍ରୋ ନଥିଲେ ଆମେ ନିଶ୍ଚୟ ଜିତି ଥାନ୍ତୁ ବୋଲି ଏବେ କ୍ରିକେଟ ପ୍ରେମୀ କହିଲେଣି।ଏ ହେଉଛନ୍ତି ଫାଇନାଲ ମ୍ୟାଚର ଅମ୍ଫାୟାର ରିଚାର୍ଡ କ୍ୟାଟଲ ବ୍ରୋ।

ଯାହାକୁ ଭାରତର ସେମି ଫାଇନାଲ ମ୍ୟାଚରେ ରଖା ଯାଇନଥିଲା। କାରଣ ସେ ଥିଲେ ଭାରତ ସେମି ଫାଇନାଲ ମ୍ୟାଚ ମଧ୍ୟ ଜିତି ପାରିନଥାନ୍ତା। ସେମି ଫାଇନାଲରେ କ୍ୟାଟଲ ବ୍ରୋ ନଥିଲେ ଭାରତୀୟ ଦଳ ବେଶ ଖୁସି ହୁଅନ୍ତି।ହେଲେ ଏଇ ଫାଇନାଲ ମ୍ୟାଚରେ ଏଇ ଅମ୍ଫାୟାରଙ୍କ ଠାରୁ ବଞ୍ଚି ପାରିଲା ନାହିଁ ଭାରତୀୟ ଦଳ। ଭାରତୀୟ ଦଳ ଉପରେ କ୍ୟାଟଲ ବ୍ରୋଙ୍କର ପଡିଲା କଳା ନଜର।

୧୦ ଟି ମ୍ୟାଚରେ ଭଲ ଖେଳିଥିବା ଭାରତୀୟ ଦଳ ଫାଇନାଲରେ ଫେଲ ମାରିଲା କାରଣ ଅମ୍ଫାୟାର ଭାବରେ ଉପସ୍ଥିତ ଥିଲେ ରିଚାର୍ଡ କ୍ୟାଟଲ ବ୍ରୋ। ଯିଏ ଭାରତ ପାଇଁ ସବୁବେଳେ ଅନଲକି ସାବ୍ୟସ୍ତ ହୋଇଛନ୍ତି। ଯାହା ପାଇଁ ଭାରତ ପ୍ରତ୍ୟକଟିକୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପରାସ୍ତ ହୋଇଛି। ଆଉ ଏବେ ଯେତେବେଳେ ଫାଇନାଲ ମ୍ୟାଚରେ କ୍ୟାଟଲ ବ୍ରୋଙ୍କର ପ୍ରଭାବ ଦେଖିଲେ ସେତେବେଳେ ସମସ୍ତେ କହିଲେ ଏହି କ୍ୟାଟଲ ବ୍ରୋ ହେଉଛନ୍ତି ପନୋତି ଅମ୍ଫାୟାର ଭାରତ ପାଇଁ।

ତେବେ ୨୦୧୯ ବିଶ୍ୱକପର ସେମିଫାଇନାଲ କ୍ୟାଟଲ ବ୍ରୋ ଅମ୍ଫାୟାରିଂ କରିଥିଲେ ଯେଉଁଥିରେ ଭାରତ ପରାସ୍ତ ହୋଇଥିଲା। ଏହା ପୂର୍ବରୁ ୨୦୧୪ ଟି20 ବିଶ୍ୱକପ ୨୦୧୫ ଦିନିକିଆ ବିଶ୍ୱକପରେ ମଧ୍ୟ କ୍ୟାଟଲ ବ୍ରୋ ଅମ୍ଫାୟାରିଂ କରିଥିଲେ।୨୦୧୬ ଟି20 ବିଶ୍ୱକପ ୨୦୧୬ ଚାମ୍ପିୟାନ ସ୍ଟଫିର ଲକାଉଟ ମ୍ୟାଚରେ ମଧ୍ୟ କ୍ୟାଟଲ ବ୍ରୋଙ୍କର ପ୍ରଭାବ ଭାରତୀୟ କ୍ରିକେଟ ଦଳ ଉପରେ ପଡିଥିଲା। ଏହା ପରେ ମଧ୍ୟ କ୍ୟାଟଲ ବ୍ରୋଙ୍କର ପ୍ରଭାବ ଅଟକି ନଥିଲା।୨୦୨୩ ବିଶ୍ୱଟେଷ୍ଟ ଚାମ୍ପିୟାନସିପରେ ମଧ୍ୟ ଭାରତ ପରାସ୍ତ ହୋଇଥିଲା। କାରଣ ଫାଇନାଲ ମ୍ୟାଚରେ ଥିଲେ କ୍ୟାଟଲ ବ୍ରୋ। ଆଉ ଏବେ ୨୦୨୩ ବିଶ୍ୱକପରେ ମଧ୍ୟ ଏଇ କ୍ୟାଟଲ ବ୍ରୋଙ୍କ ପାଇଁ ଭାରତ ପରାଜୟ ହୋଇଛି। କାରଣ କ୍ୟାଟଲ ବ୍ରୋ ବିଶ୍ୱକପର ଫାଇନାଲ ମ୍ୟାଚରେ ଅମ୍ଫାୟାରିଂ କରିଥିଲେ। ଯାହା ଭାରତୀୟ ଦଳ ପାଇଁ ଅନଲକି ସାବ୍ୟସ୍ତ ହୋଇଛି।

Leave a Reply

Your email address will not be published. Required fields are marked *