ମୋତେ ରୋ-ଗ ନହୋଇଥିଲେ ମୋ ସ୍ୱାମୀଙ୍କ ଭଲ ପାଇବା ମୁଁ ଜାଣି ପାରିନଥାନ୍ତି । ଭଲ ହେଇଛି ରୋଗ ହେଇଛି… ।

ବନ୍ଧୁଗଣ କିଛିଦିନ ପୂର୍ବର ଦୃଶ୍ୟ ଯଦି ଆମେ ଆପଣଙ୍କୁ ମନେ ପକାଇ ଦେବୁ, ଯେଉଁଠି ସ୍ଵାମୀଟିଏ ସ୍ତ୍ରୀ ପାଇଁ ହସ୍ପିଟାଲ୍ ଆଗରେ କା-ନ୍ଦୁଥିଲେ । ଆଉ ସେହି ଦୃ-ଶ୍ୟ ଆପଣଙ୍କୁ ମଧ୍ୟ କନ୍ଦେଇ ଦେଇଥିଲା । ନିଜ ସ୍ତ୍ରୀର ଜୀବନ ବଞ୍ଚାଇବା ପାଇଁ ସେ ସଂ-ଘର୍ଷ କରି ଚାଲିଥିଲେ ଆଉ ହସ୍ପିଟାଲ୍ ଆଗରେ ହିଁ ସେମିତି ବସି ରହିଥିଲେ ଏବଂ ସ୍ତ୍ରୀର ଧ୍ୟାନ ମଧ୍ୟ ନେଉଥିଲେ । କିଛିଦିନର ପରେ ବର୍ତ୍ତମାନ୍ ତାଙ୍କ ସ୍ତ୍ରୀ ଆଇସିୟୁରୁ ଆସିଛନ୍ତି ଉଠି ବେଡରେ ବସିଛନ୍ତି । ସେ ସବୁ ବୋଧହୁଏ ଭଗବାନଙ୍କ ଆଶୀର୍ବାଦ ଆଉ ଦର୍ଶକଙ୍କ ସାହାର୍ଯ୍ୟ ପାଇଁ ।

ତେବେ ବର୍ତମାନ ସେ ହସ୍ପିଟାଲ୍ ରୁ ବାହାରି ତୋ ଆସିଛନ୍ତି କିନ୍ତୁ ଅସୁବିଧା ତାଙ୍କର ପିଛା ଛାଡୁନି । ବିପ-ଦରେ ସେ ଏବେ ମଧ୍ୟ ଘେରିକି ରହିଛନ୍ତି । ବସିବା ଅପେକ୍ଷା ସେ କଥା ମଧ୍ୟ ଠିକ୍ ସେ ହୋଇ ପାରୁନାହାଁନ୍ତି । ତେବେ ସେ ହେଉଛନ୍ତି ଏଞ୍ଜେଲ ଖୁସି ଯାହାଙ୍କୁ ଆପଣମାନେ ସବୁବେଳେ ଇନଷ୍ଟାଗ୍ରାମ ରେ ମୋଟିଭେସ୍ନାଲ୍ ଭିଡ଼ିଓରେ ଦେଖୁଥିଲେ ଆଉ ଖୁବ୍ ସାରା ଭଲପାଇବା ଦେଉଥିଲା । ହଁସୁଥିଲେ ଆଉ ସମସ୍ତଙ୍କୁ ମୋଟିଭେଟ୍ କରୁଥିଲେ କିନ୍ତୁ ଆଜି ସେ ଆପଣ ସମସ୍ତଙ୍କ ମୋଟିଭେସନ୍ ଆଉ ସହାନୁଭୂତି ନିଜେ ଖୋଜୁଛନ୍ତି ।

ତେବେ ଏହି ସ୍ଵାମୀ ସ୍ତ୍ରୀ ଦୁହେଁ ହେଉଛନ୍ତି ଅର୍ଜୁନ ଏବଂ ଖୁସି । ତେବେ ଖୁସି ଘରକୁ ଫେରିଲା ପରେ ତାଙ୍କ ସହିତ ଏକ ସାକ୍ଷାତକାର ହୋଇଥିଲା । ଯେଉଁଠି ଖୁସି କାନ୍ଦି କାନ୍ଦି ନିଜ ମନର କଷ୍ଟ, ଯନ୍ତ୍ରଣା ବ୍ୟଥାକୁ ପ୍ରକାଶ କରିଥିଲେ । ସେ କାନ୍ଦି କାନ୍ଦି କହିଥିଲେ ତାଙ୍କ ସ୍ଵାମୀ ନଥିଲେ ହୁଏତ ସେ ଆଜି ବଞ୍ଚିପାରି ନଥାନ୍ତେ । ତାଙ୍କ ସ୍ଵାମୀ ହେଉଛନ୍ତି ତାଙ୍କ ପାଇଁ ଭଗବାନ୍ । ୧୨ ବର୍ଷର ଭଲ ପାଇବା ତାଙ୍କ ସ୍ଵାମୀ ପ୍ରମାଣିତ କରି ଦେଇଛନ୍ତି । ତାଙ୍କ ସ୍ଵାମୀ ତାଙ୍କ ପାଇଁ କୌଣସି ଭଗବାନ୍ ଠାରୁ କମ୍ ନୁହଁନ୍ତି । ଦୀର୍ଘ ୩୭ ଦିନ ଡ଼ାକ୍ତରଖାନା ବେଡରେ ପଡ଼ିରହି ଚିକିତ୍ସିତ ହେବା ପରେ ଆଜି ସେ ଘରକୁ ଫେରିଛନ୍ତି ।

ତଥା ସ୍ଵାମୀଙ୍କ ନିକଟରେ ବସି ରହିଛନ୍ତି । ତାଙ୍କ ସ୍ଵାମୀ, ତାଙ୍କ ଭଗବାନଙ୍କ ପାଇଁ ହିଁ ସେ ଆଜି ଗୋଟେ ନୂଆ ଜୀବନ ପାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କେଉଁ ଜନ୍ମରେ କଣ ପୁଣ୍ୟ କାମ କରିଥିଲେ କେଜାଣି ସ୍ଵାମୀ ରୂପରେ ଭଗବାନ୍ ପାଇଲେ । ତାଙ୍କ ଭଗବାନ୍ ଯେତେ ଯାଏଁ ଅଛନ୍ତି ତାଙ୍କର କିଛି ହେବନି । ତେଣୁ ସବୁ ଓଡ଼ିଶାବାସୀଙ୍କୁ ତାଙ୍କ ଭଗବାନଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *