ମୁଁ ଦେଖିବାକୁ ସୁନ୍ଦର୍ ନୁହେଁ,ହେଲେ ୟୁଟ୍ୟୁବ୍ ପାଇଁ ମୋ କଳା ଲୋକଙ୍କ ପାଖରେ ପହଞ୍ଚିଛି
ନମସ୍କାର ପ୍ରତିଦିନ ଟିଭିକୁ ଯେତେଜଣ ଦର୍ଶକ ଦେଖୁଛନ୍ତି ସେମାନଙ୍କୁ ମୋର ନମସ୍କାର। କମେଡିଆନ୍ ହିସାବରେ ୟୁଟୁବରେ ପାଦ ଦେଇଥିଲେ। କମେଡିଆନର ବହୁତ୍ ଦୁଃଖ ଥାଏ। ଷ୍ଟ୍ରଗଲର ଦୁଃଖ ଥାଏ ପ୍ରଥମ।କମେଡିଆନ ମାନଙ୍କର ଦୁଃଖ ଥାଏ ସେଇଟା ଗୋଟେ ଅଲଗା ପ୍ରକାରର ଦୁଃଖ ଥାଏ ଯେଉଁଟାକି ସେ କେତେ ଦୁଃଖରେ ଥିଲେ ବି ସେ ହସେଇବା ପାଇଁ ବାଧ୍ୟ।
ଆଉ ସେତିକି ସେଇ ଫନି କମେଡି କଲେ ହିଁ ଦର୍ଷକ ହସିବେ। କିନ୍ତୁ ତା ମନରେ ଦୁଃଖ ଥିଲେ ବି ସେ ହସେଇବା ପାଇଁ ବାଧ୍ୟ। ସେଇଟା ହିଁ କମେଡିଆନ ମାନଙ୍କୁ ବହୁତ ବାଧି ଥାଏ।ତ ସେଇ ଦୁଃଖଟା ଜଣା ପଡ଼େ ଅଧିକ। ଯେତେବେଳେ ୟୁଟୁବ୍ ନ ଥିଲା ସେତେ ବେଳେର ଷ୍ଟ୍ରଗଲଟା ବହୁତ୍ କଷ୍ଟ ଥିଲା ଆଉ ଯିଏ ୟୁଟୁବ୍ କରିଛି ସିଏ ଜାଣିଛି।
ତ ୟୁଟୁବ୍ ପଳେଇ ଆସିଲା ପରେ ଷ୍ଟ୍ରଗଲଟା ବହୁତ୍ ସହଜ ହେଇଗଲା। ନିଜେ ନିଜେ ସେ ଚେଷ୍ଟା କଲେ, ନିଜେ ନିଜେ ସେ ଯେଉଁଠି ବି ଥାଆନ୍ତୁ ନା କାହିଁକି ନିଜ ପ୍ରତିଭାଟିକୁ ଦେଖେଇ ପାରିଲେ। ସେଇ ଟାଇମର ଷ୍ଟ୍ରଗଲ ଯେହେତୁ ୟୁଟୁବ୍ ସୋସିଆଲ ମିଡିଆ ସେତେ ଷ୍ଟ୍ରଙ୍ଗ ନ ଥିଲା ତ ସେତେ ବେଳେ ଅଡିସନ୍ ପାଇଁ ଦଉଡିବାକୁ ପଡୁଥିଲା, ୟାକୁ ପଚାର ନାଇଁ, ତାକୁ ପଚାର, ରିକ୍ୱେଷ୍ଟ କରି ନାଇଁ ମୋତେ ଗୋଟେ ଚାନ୍ସ ଦିଅନ୍ତୁ।ସେତେବେଳର ଏହି ଷ୍ଟ୍ରଗଲଟା ବହୁତ୍ କଷ୍ଟ ଥିଲା ଆଉ ବହୁତ୍ ଅଲଗା ଥିଲା। ହଁ ବହୁତ୍ ରିଜେକ୍ଟ୍ ହେଇଛି।ରିଜେକ୍ଟ୍ ହେଇ ସାରିଲା ପରେ ଭାବେ କି ସେ ମୋତେ କାହିଁକି କହିଲେ ବୋଧ ହୁଏ ମୋ ଠାରେ କିଛି କମି ରହିଯାଇଛି। ମୁଁ ସେଇଟାକୁ ଖୋଜିବା ପାଇଁ ଚେଷ୍ଟା କରେ। ସେଇଟାକୁ ଶୁଣିଲା ପରେ ହିଁ ଜାଣି ହୁଏ ଯେ ମୁଁ କଣ କରିପାରିବି।
ଆଉ ସେଥିପାଇଁ ମୁଁ ଯୋଗ୍ୟ କି ନାଇଁ ସେଥିପାଇଁ ମୁଁ ବହୁତ୍ ଖୋଜିଛି। ଖୋଜିଲା ପରେ ୟୁଟୁବ୍ ପାଇଁ ଚେଷ୍ଟା ଜାରି ରଖିଛି। ଦେଖିବାକୁ ମୁଁ ସୁନ୍ଦର ନୁହେଁ ହେଲେ ୟୁଟୁବ୍ ପାଇଁ ମୋ କଳା ଲୋକଙ୍କ ପାଖରେ ପହଞ୍ଚିଛି।ଗାଁରେ ମୁଁ ଯାତ୍ରା କରେ। ତ ମୋ ଭିତରେ ଆକ୍ଟିଂ ନିଶା ଥାଏ। ବଡ଼ ପରଦାରେ ମୁଁ ରୋଲ୍ କରିଥିଲି ହେଲେ ମୋତେ କେହି ଚିହ୍ନି ନାହାନ୍ତି।’ହିରୋ ନଂ ୱାନ’ ଆଉ ‘ଟୋକାଟା ଫସିଗଲା’ରେ ଆକ୍ଟିଂକରିଛି। ଆଉ ପରେ ସେଥିରୁ ପଳେଇ ଆସି ଯେତେବେଳେ ୟୁଟୁବ୍ ଆସିଲା ସେତେ ବେଳେ ଫାଷ୍ଟ ଟାଇମ୍ ମୁଁ କମେଡି କଲି।
ଦିବ୍ୟ ଯିଏକି ମୋତେ ଚାନ୍ସ୍ ଦେଇଥିଲା ଖୋର୍ଦ୍ଧା ଟୋକା। ସେଇଠୁ ମୋ ନିଜକୁ ନିଜେ ମୁଁ ଚିହ୍ନି ପାରିଥିଲି। ଏତେ ସାରା ଭଲ ପାଇବା ଯେଉଁ ଦର୍ଶକ ଦେଉଛନ୍ତି, ଆଗକୁ ଯିବା ପାଇଁ ଯେଉଁ ଭଲ ପାଇବା ମୋତେ ବହୁତ୍ ଖୁସି ଲାଗେ। ପ୍ରଥମରୁ ଯଉଁ କଣା, ‘ମଦ ଅଭିଯାନ’ ସେଥିରେ ବହୁତ ଦର୍ଶକ ମୋତେ ଭଲ ପାଇବା ଦେଲେ। ପରେ ‘ଗୁଆ ଘିଅ’ ସେଥିରେ ମୁଁ ଲେଡିଜ୍ କ୍ୟାରକ୍ଟରରେ ଥିଲି ସେଥିରେ ବି ମୋତେ ଲୋକମାନେ ବହୁତ୍ ଭଲ ପାଇବା ଦେଲେ। ତାପରେ ଯାଇ ମୁଁ ‘କନକଲତା ଭାଉଜ’ ରୋଲ୍ କରିଲି। ସେଥିରେ ବି ଲୋକମାନେ ମୋତେ ବହୁତ୍ ଭଲ ପାଇବା ଦେଲେ।
“ଗାଈ ଗୁହାଳରେ ଷଣ୍ଢ ପଶିଗଲା, ଗାଁରେ ବସିଲା ମିଟିଂ। ଆଲୋ ଗାଈ ଗୁହାଳରେ ଷଣ୍ଢ ପଶିଗଲା,ଗାଁରେ ବସିଲା ମିଟିଂ। ସବୁ ଦୋଷ ଶଳା ଷଣ୍ଢକୁ କଲା, ହେଲେ ଗାଈ କରିଥିଲା ସେଟିଂ ଲୋ। ଆଲୋ ତୁ କଣ ତୋ ଝିଅ କଥା ଜାଣିନୁ? ତୋ ଝିଅକୁ ଆଗେ ବାଗେଇ ସେଗେଇ ରଖେ, ତାପରେ ଗାଁ ଲୋକଙ୍କୁ କହିବୁ ଆ”। ଏଇଟା କନକଲତା ଡାଇଲୋଗ ଥିଲା। ଏହି କନକଲତା ପାଇଁ ମୋ ପାଖକୁ ବହୁତ୍ ପ୍ରାଙ୍କ କଲ୍ ଆସିଛି। ଆଉ ଟେନସନରେ ଥିବା ବେଳେ ତ ବହୁତ୍ ରାଗ ମାଡେ ଜାଣିଥିବେ। ସେତେ ବେଳେ ମୁଁ ରାଗରେ କାଳିଆ ଷଣ୍ଢ ଆଉ ସନୁମୋନୁ ଭାଇଙ୍କୁ ବହୁତ୍ ଶୋଧିଛି। ମୁଁ ‘ଆପଣ ମାନେ ଖୁସିତ ?’ ଫିଲ୍ମରେ ବି କାମ କରୁଛି। ଏହି ଫିଲ୍ମ ବି ଦେଖନ୍ତୁ ଆଉ ଆମକୁ ବହୁତ୍ ସାରା ଭଲ ପାଇବା ଦିଅନ୍ତୁ। ଆଉ ଆପଣମାନେ ବି ଖୁସି ହୁଅନ୍ତୁ।