ଭଗବାନ ଙ୍କ ଦ୍ଵିତୀୟ ଅବତାର ହେଉଛନ୍ତି ମୋ ସ୍ଵାମୀ…. ଭଗବାନ୍ ବଞ୍ଚିଥିଲେ ମୋର କିଛି ହେବନି : ଖୁସି ।
ବନ୍ଧୁଗଣ କିଛିଦିନ ପୂର୍ବର ଦୃଶ୍ୟ ଯଦି ଆମେ ଆପଣଙ୍କୁ ମନେ ପକାଇ ଦେବୁ, ଯେଉଁଠି ସ୍ଵାମୀଟିଏ ସ୍ତ୍ରୀ ପାଇଁ ହସ୍ପିଟାଲ୍ ଆଗରେ କାନ୍ଦୁଥିଲେ । ଆଉ ସେହି ଦୃ-ଶ୍ୟ ଆପଣଙ୍କୁ ମଧ୍ୟ କ-ନ୍ଦେଇ ଦେଇଥିଲା । ନିଜ ସ୍ତ୍ରୀର ଜୀବନ ବଞ୍ଚାଇବା ପାଇଁ ସେ ସଂ-ଘର୍ଷ କରି ଚାଲିଥିଲେ ଆଉ ହସ୍ପିଟାଲ୍ ଆଗରେ ହିଁ ସେମିତି ବସି ରହିଥିଲେ ଏବଂ ସ୍ତ୍ରୀର ଧ୍ୟାନ ମଧ୍ୟ ନେଉଥିଲେ । କିଛିଦିନର ପରେ ବର୍ତ୍ତମାନ୍ ତାଙ୍କ ସ୍ତ୍ରୀ ଆଇସିୟୁରୁ ଆସିଛନ୍ତି ଉଠି ବେଡରେ ବସିଛନ୍ତି । ସେ ସବୁ ବୋଧହୁଏ ଭଗବାନଙ୍କ ଆଶୀର୍ବାଦ ଆଉ ଦର୍ଶକଙ୍କ ସାହାର୍ଯ୍ୟ ପାଇଁ । ତେବେ ବର୍ତମାନ ସେ ହସ୍ପିଟାଲ୍ ରୁ ବାହାରି ତୋ ଆସିଛନ୍ତି କିନ୍ତୁ ଅସୁବିଧା ତାଙ୍କର ପିଛା ଛାଡୁନି ।
ବିପଦରେ ସେ ଏବେ ମଧ୍ୟ ଘେରିକି ରହିଛନ୍ତି । ବସିବା ଅପେକ୍ଷା ସେ କଥା ମଧ୍ୟ ଠିକ୍ ସେ ହୋଇ ପାରୁନାହାଁନ୍ତି । ତେବେ ସେ ହେଉଛନ୍ତି ଏଞ୍ଜେଲ ଖୁସି ଯାହାଙ୍କୁ ଆପଣମାନେ ସବୁବେଳେ ଇନଷ୍ଟାଗ୍ରାମ ରେ ମୋଟିଭେସ୍ନାଲ୍ ଭିଡ଼ିଓରେ ଦେଖୁଥିଲେ ଆଉ ଖୁବ୍ ସାରା ଭଲପାଇବା ଦେଉଥିଲା । ହଁସୁଥିଲେ ଆଉ ସମସ୍ତଙ୍କୁ ମୋଟିଭେଟ୍ କରୁଥିଲେ କିନ୍ତୁ ଆଜି ସେ ଆପଣ ସମସ୍ତଙ୍କ ମୋଟିଭେସନ୍ ଆଉ ସହାନୁଭୂତି ନିଜେ ଖୋଜୁଛନ୍ତି ।
ତେବେ ଏହି ସ୍ଵାମୀ ସ୍ତ୍ରୀ ଦୁହେଁ ହେଉଛନ୍ତି ଅର୍ଜୁନ ଭାଇ ଏବଂ ଖୁସି ଭାଉଜ । ତେବେ ଖୁସି ଘରକୁ ଫେରିଲା ପରେ ତାଙ୍କ ସହିତ ଏକ ସାକ୍ଷାତକାର ହୋଇଥିଲା । ଯେଉଁଠି ଖୁସି କାନ୍ଦି କାନ୍ଦି ନିଜ ମନର କଷ୍ଟ, ଯନ୍ତ୍ରଣା ବ୍ୟଥାକୁ ପ୍ରକାଶ କରିଛନ୍ତି । ତେବେ ଖୁସି କହିଛନ୍ତି ଯେ ସେ ଆଗ ଅପେକ୍ଷା ଟିକେ ଭଲ ଅଛନ୍ତି ଏବେ । ଦୀର୍ଘ ୩୭ଦିନ ମରଣ ସହିତ ଲଢେ଼ଇ କରିବା ପରେ ସେ ଆଇସିୟୁରୁ ବାହାରି ଏବେ ୨ଦିନ ହେଲା ଘରକୁ ଆସିଛନ୍ତି । ଠିକ୍ ସେ ଚାଲି ତ ପାରୁନାହାଁନ୍ତି ଏପରିକି କଥା ଭି କହି ପାରୁନାହାନ୍ତି ।
ଲୋକ ମାନଙ୍କର ସାହାର୍ଯ୍ୟ ଆଉ ତାଙ୍କ ସ୍ବାମୀଙ୍କ ଭଲ ପାଇବା ପାଇଁ ନିଜ ଜୀବନ ଫେରି ପାଇ ଘରକୁ ଫେରି ପାରିଛନ୍ତି । ଯେଉଁ ଝିଅ କଥା କହି କହି ଲୋକମାନଙ୍କ ମନ କିଣି ଦେଉଥିଲା ସେ ଆଜି କଥା ଦୁଇପଦ କହିବାକୁ ମଧ୍ୟ ଡରୁଛି । ତାଙ୍କ ସ୍ଵାମୀ ପାଇଁ ପୁନର୍ଜନ୍ମ ପାଇ ପାରିଛନ୍ତି ସେ ଆଉ ତାଙ୍କ ସ୍ବାମୀ ହିଁ ତାଙ୍କ ପାଇଁ ଭଗବାନ୍ ଅଟନ୍ତି । ଶେଷରେ ତାଙ୍କୁ ଆଉ ତାଙ୍କ ସ୍ଵାମୀଙ୍କୁ ଏହିପରି ଭଲ ପାଇବା ଦେବା ସହିତ ଆଶୀର୍ବାଦ କରିବା ପାଇଁ ଅନୁରୋଧ କରିଥିଲେ ।