ସ୍ବାମୀ ଯିବା ପରେ, ୟୁ ଟ୍ୟୁବ ରୋଜଗାର ରେ ହିଁ ଘର ଚାଲୁଛି ।

ନାରୀ ହେଉଛି ସହିଷ୍ଣୁ । ନାରୀ ହେଉଛି ସକଳ ଶକ୍ତିର ଆଧାର । ସବୁବେଳେ ନାରୀ ସହି ସହି କରି ହିଁ କଠୋର ହୋଇ ଯାଇଥାଏ । ଏଭଳି ଏକ ମହିଳା ଅଛନ୍ତି ଯିଏ ତାଙ୍କ ଜର୍ଣି ବିଷୟରେ ଆପଣଙ୍କୁ ସବୁବେଳେ ଜଣାଇ ଆସିଛନ୍ତି । ତାଙ୍କର ପ୍ରତ୍ୟେକଟି ଦୁଃଖ ହେଉ ସୁଖ ହେଉ ସର୍ଟସ୍ ଭିଡ଼ିଓ ମାଧ୍ଯମରେ ସବୁବେଳେ ସେ ଆପଣଙ୍କ ପାଖରେ ପହଞ୍ଚିଛନ୍ତି । ତେବେ ଯାହାଙ୍କ ବିଷୟରେ ଆମେ କହୁଛୁ ସେ ହେଉଛନ୍ତି କ୍ୟାନ୍ସର ରୋଗୀ ସଂଘମିତ୍ରା ପଣ୍ଡା । ଯିଏ ନିଜର ଷ୍ଟୋରି ୟୁ ଟ୍ୟୁବ୍ ଜରିଆରେ ଆପଣ ମାନଙ୍କୁ ଜଣାଇଛନ୍ତି । ଜଣେ ମହିଳା ସେତିକି ଷ୍ଟ୍ରଙ୍ଗ ହୋଇକି ଆପଣ ସମସ୍ତଙ୍କୁ ପରିବାର ଭାବି ନିଜର ସୁଖ ଦୁଃଖ ବାଣ୍ଟିଛନ୍ତି ।

ନିଜ ଜୀବନରେ ସେ ବହୁତ୍ କଷ୍ଟ ସହିଛନ୍ତି । ଯାହାକୁ ସେ ଲୁଚାଇ ରଖିଛନ୍ତି । ତେବେ ନିକଟରେ ଏକ ସାକ୍ଷାତକାର ସମୟରେ ସେ ନିଜ ଭିତରେ ଥିବା ଦୁଃଖ ବ୍ୟଥାକୁ ସମସ୍ତଙ୍କ ସାମ୍ନାରେ ଆଣିଛନ୍ତି । ତାଙ୍କ ଜୀବନରେ ପ୍ରକୃତ ସଂଘର୍ଷ ଆରମ୍ଭ ହୋଇଥିଲା ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ । ଏକୁଟିଆ ମହିଳା ଛୋଟ ଛୋଟ ଛୁଆଙ୍କୁ ଧରି କିପରି ଚଲୁଛନ୍ତି ଆସନ୍ତୁ ସେ ବିଷୟରେ ସଂଘମିତ୍ରା ପଣ୍ଡା କଣ କହିଛନ୍ତି ଜାଣିବା ।

ଯେଉଁ ସ୍ଵାମୀଙ୍କ ପାଇଁ ସେ ଆଗକୁ ଆସୁଥିଲେ ସେହି ସ୍ଵାମୀ ତାଙ୍କୁ ମନୋବଳ ଦେଉଥିଲେ ବଞ୍ଚିବାର ଗୋଟେ ରାହା ଦେଖାଉଥିଲେ ସେହି ସ୍ଵାମୀ ଆଜି ନାହାଁନ୍ତି । ସଂଘମିତ୍ରା କହିଛନ୍ତି ଅକ୍ଟୋବର ୨୮ ତାରିଖ ତାଙ୍କ ସ୍ଵାମୀ ତାଙ୍କୁ ଛାଡ଼ି ଚାଲିଗଲେ । କିନ୍ତୁ ଚାଲିଯିବାର କାରଣ ଏବେ ପର୍ଯ୍ୟନ୍ତ ମଧ୍ୟ କିଛି ଟା ଅଛପା ରହିଛି । ତାଙ୍କୁ ମଧ୍ୟ ଗୋଟେ ଅନ୍ଧାର ଭିତରେ ରହିବା ଭଳି ଲାଗୁଛି । ଯିବାର ଥିଲା ତାଙ୍କର କାରଣ ୭ବର୍ଷ ହେଲା କ୍ୟାନ୍ସରରେ ପୀଡ଼ିତା ଥିଲେ ସେ ଆଉ ତାଙ୍କର ସବୁଠାରୁ ବଡ ସପୋର୍ଟ ଥିଲେ ତାଙ୍କ ସ୍ଵାମୀ ଯିଏକି ସବୁବେଳେ କହୁଥିଲେ ତାଙ୍କ ସ୍ତ୍ରୀକୁ ତୋର କିଛି ହେବନି ମୁଁ ଅଛି ।

ଏପରିକି ମରିବାର ୨ ଘଣ୍ଟା ଆଗରୁ ମଧ୍ୟ କହିଥିଲେ କିଏ କହିଲା ତୋତେ ଛାଡ଼ିଯିବି ବୋଲି । ତାଙ୍କ ସ୍ଵାମୀ ପୂରା ସୁସ୍ଥ ଥିଲେ କେବଳ ନିଜ ସ୍ତ୍ରୀଙ୍କ କ୍ୟାନ୍ସରକୁ ନେଇ ଆଉ ପରିବାର ଲୋକଙ୍କ କିଛି କଥା ପାଇଁ ସେ ଟିକେ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ସଂଘମିତ୍ରା ଶେଷରେ କହିଥିଲେ ସେ ଦୁଇ ଭଉଣୀ ଥିଲେ ବୋଲି ଛୁଆ ବେଳୁ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଥିଲେ । ରାକ୍ଷୀ ବଦଳରେ ଯଦି କିଛି ଦେବୁ ତାହେଲେ ତାଙ୍କ ସ୍ବାମୀଙ୍କ ଜୀବନ ବଞ୍ଚାଇ ଦେବାକୁ ସେ ଅନୁରୋଧ କରିଥିଲେ । କିନ୍ତୁ ଜଗନ୍ନାଥ ତାଙ୍କ କଥା ଶୁଣିଲେନି ତେଣୁ ସେ ପ୍ରଣ କରିଛନ୍ତି ବଞ୍ଚିଥିବା ପର୍ଯ୍ୟନ୍ତ ଆଉ ଜଗନ୍ନାଥଙ୍କ ମୁହଁ ଦେଖିବେନି ବୋଲି ।

Leave a Reply

Your email address will not be published. Required fields are marked *