କେମିତି ଗଢ଼ିଥିଲେ ସାଇକେଲରୁ ସାହାରା ସାମ୍ରାଜ୍ୟ।
ସୁବ୍ରତ ରୟଙ୍କ ସାଇକେଲରୁ ସାହାରାର ଯାତ୍ରା, କେମିତି କରିଥିଲେ ଆରମ୍ଭ?ଦିନେ ସାହାରାର ସାରଥୀ ଥିଲା ଦୁଇ ଚକିଆ ସାଇକେଲ। ପରେ ସେ ବନିଥିଲା ଦେଶର ବୃହତ୍ତମ କମ୍ପାନୀ। କ୍ରୀଡା ଠୁ ଫିଲ୍ମ ଏୟାରଲାନ୍ସ ପର୍ଯ୍ୟନ୍ତ ଥିଲା ସାହାରାର ଦବଦବା। ୨୦୧୨ ରେ ସାହାରା ଉପରେ ପଡିଥିଲା ଶନିଦଶା।ସୁବ୍ରତ ରୟ ଏକ ନାଁ ନୁହେଁ ସେ ଥିଲେ ଜଣେ ଭାରତୀୟ ବ୍ୟବସାୟୀ ତଥା ସାହାରା ଇଣ୍ଡିଆ ପରିବାରର ପ୍ରତିଷ୍ଠାତା। ଦିନ ଥିଲା ସାହାରା ବନି ଯାଇଥିଲା ଦେଶର ସବୁଠାରୁ ବଡ଼ କମ୍ପାନୀ। ଭାରତୀୟ ରେଲୱେ ପରେ ସବୁଠାରୁ ଅଧିକ ନିଯୁକ୍ତି ଦେଉଥିଲା ସାହାରା। କ୍ରୀଡା ଠୁ ଫିଲ୍ମ ଏୟାରଲାନ୍ସର ବିମାନ ସବୁ ସମସ୍ତ ସେକ୍ଟରରେ ଥିଲା ସାହାରାର ଦବଦବା। ତେବେ ଏହି ଯାତ୍ରା ଏତେ ସହଜ ନଥିଲା କାରଣ ଦୁଇ ଚକିଆ ସାଇକେଲରୁ ଆରମ୍ଭ ହୋଇଥିଲା ସୁବ୍ରତଙ୍କ ସାହାରା ଫାଇନାନ୍ସ
ତେବେ ସାଇକେଲରୁ ଆରମ୍ଭ ହୋଇଥିବା ଏହି ସାହାରାର ଯାତ୍ରା ଅନେକ ସଫଳତା ପରେ ବି ବିଫଳତାର ସ୍ୱାଦ ମଧ୍ୟ ଚାଖିଛି। ଏମିତିକି ଲୋକଙ୍କ ହିତ ପାଇଁ କାମ କରି ମଧ୍ୟ ଶେଷରେ ଲୋକଙ୍କ ଆକ୍ରସର ଶିକାର ହେବାକୁ ମଧ୍ୟ ପଡିଥିଲା।ତେବେ କଣ ଥିଲା ସୁବ୍ରତ ରୟଙ୍କ କାହାଣୀ। ଆସନ୍ତୁ ଜାଣିବା।ମଙ୍ଗଳବାର ଦିନ ହୃଦଘାତରେ ତାଙ୍କର ପରଲୋକ ହୋଇଛି। ଦୀର୍ଘଦିନ ଧରି ଅସୁସ୍ଥ ସୁବ୍ରତ ରୟ ରବିବାର ଦିନ ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ବେଳେ ସେ ୭୫ ବର୍ଷ ବୟସରେ ଆଖି ବୁଜି ଥିବା ନେଇ ସାହାରା ଇଣ୍ଡିଆ ପରିବାର ପକ୍ଷରୁ ସୂଚନା ମିଳିଛି।ତେବେ ସୁବ୍ରତଙ୍କ କଣ ଥିଲା ସଂଘର୍ଷ। କଣ ଥିଲା ତାଙ୍କର ଜୀବନ କାହାଣୀ ଆସନ୍ତୁ ଜାଣିବା।
ବିହାର ରାଜ୍ୟର ଆରୀୟାରେ ଏକ ବଙ୍ଗୀୟ ହିନ୍ଦୁ ପରିବାରରେ ୧୯୪୮ ଜୁନ ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସୁବ୍ରତ ରୟ। ବିହାରରେ ଜନ୍ମିତ ହୋଇ ସେ କୋଲକତା ସ୍ଥିତ ହୋଲି ଚାଏଲଡ଼ ଇନ୍ସୁଚ୍ୟୁଟରେ ପାଠ ପଢିବା ପରେ ଉତ୍ତରପ୍ରଦେଶର ଗରଖପୁର ସ୍ଥିତ ଗମେଣ୍ଟ ଟେକ୍ନିକାଲ ଇନ୍ସିଚ୍ୟୁଟରେ ମେକାନିକାଲ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ।ଯେଉଁଠି ନିଜର ପାଠ ଶେଷ କରିଥିଲେ ସେହି ଠାରୁ ହିଁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। କହିବାକୁ ଗଲେ ସେହି ଗରଖପୁର ହିଁ ତାଙ୍କର କର୍ମକ୍ଷେତ୍ରର ଏନ୍ତୁଡ଼ି ଶାଳ ପାଲଟି ଥିଲା।ପ୍ରଥମ ବ୍ୟବସାୟ ଆରମ୍ଭ କରିଥିଲେ ଯାହାର ନାଁ ଦେଇଥିଲେ ସାହାରା। ଏକ ଛୋଟ କମ୍ପାନୀ ଭାବେ ଏହାକୁ ଆରମ୍ଭ କରିଥିଲେ। ସାଇକେଲରେ ବୁଲି ବୁଲି ଲୋକଙ୍କ ପାଖରୁ ଟଙ୍କା ଆଦାୟ କରି ଓ ତାକୁ ନିବେଶ କରି ଡବଲ କରିବାର ସ୍ୱପ୍ନ ଦେଖାଇଥିଲେ ଓ ପୂରଣ ମଧ୍ୟ କରିଥିଲେ।
ଫାଇନାନ୍ସ କମ୍ପାନୀ ଭାବେ ଏହାକୁ ପ୍ରତିଷ୍ଠା କରିବା ପରେ ଏହାକୁ ସାହାରା ଇଣ୍ଡିଆ ପରିବାର ଭାବେ ୧୯୭୮ ରେ ପ୍ରତିଷ୍ଠା କରିଥିଲେ। ସାହାରା ଫାଇନାନ୍ସ ପରବର୍ତୀ ସମୟରେ ଭାରତରେ ଏକ ଅଗଣିତ ତଥା ଦ୍ୱିତୀୟ ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ କମ୍ପାନୀରେ ପରିଣତ ହୋଇଥିଲା। ୧୯୯୦ ଦଶକରେ ସୁବ୍ରତ ଲକ୍ଷନୌରେ ନିଜର ଆର୍ଥିକ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ। ସେହିଠାରୁ ସାହାରାର ଇଣ୍ଡିଆ ଆର୍ଥିକ ସେବା ଶିକ୍ଷା ରିୟାଲିଟି ସୋ ଗଣମାଧ୍ୟମ ମନୋରଞ୍ଜନ ପର୍ଯ୍ୟଟନ ସ୍ୱାସ୍ଥ୍ୟ ସେବା ଆଦି ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଥିଲେ।୧୯୯୨ରେ ତାଙ୍କ ଦ୍ବାରା ପ୍ରକାଶିତ ହିନ୍ଦୀ ଖବର କାଗଜ ରାଷ୍ଟ୍ରୀୟ ସାହାରା ଉତ୍ତର ଭାରତ ସମେତ ଦେଶରେ ବିଭିନ୍ନ ଭାଗରେ ବେଶ ପାଠକୀୟ ଆଦୃତ୍ୟ ଲାଭ କରିଥିଲା।
୯୦ ଦଶକର ଶେଷ ଭାଗରେ ମହତ୍ୱ୍ୱକାଂକ୍ଷୀ ଆମ୍ବିଭ୍ୟାଲିସିଟି ପ୍ରକଳ୍ପ ୨୦୦୦ ରେ ସାହାରା ଟିଭି ୨୦୦୩ ରେ ସାହାରା ଟାଏମ୍ସ ସାହାରା ସମୟ ସାହାରା ଆଲମୀ ନାଁରେ ୩ଟି ସାପ୍ତାହିକ ପ୍ରକାଶନ ଆରମ୍ଭ ହୋଇଥିଲା।୨୦୧୨ ରେ ଇଣ୍ଡିଆ ଟୁଡେରେ ୧୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ସୁବ୍ରତଙ୍କ ନାଁ ରହିଥିଲା।୨୦୧୩ରେ ଉତ୍ତରଖଣ୍ଡ ବନ୍ୟା ପଭାବିତ ଅଞ୍ଚଳକୁ ରିଲିଫ ସମେତ ଅନେକ ଜନ କଲ୍ୟାଣକାରୀ କାର୍ଯ୍ୟରେ ସୁବ୍ରତ ନିୟୋଜିତ ରହି ପ୍ରଶଂସିତ ହୋଇଥିଲେ।
ନିଜର ବଦାନିତ୍ୟ ପାଇଁ ସେ ଦେଶ ବିଦେଶରେ ଅନେକ ସମ୍ମାନୀତ ଏବଂ ପୁରସ୍କାରର ଅଧିକାରୀ ହୋଇଥିଲେ। ସାହାରା ଗ୍ରୁପ ଅଧୀନରେ ୫୦୦୦ ରୁ ଅଧିକ ସଂସ୍ଥା କାର୍ଯ୍ୟ କରୁଥିବା ବେଳେ ପ୍ରାୟ ୧୨ଲକ୍ଷ୍ୟ କର୍ମଚାରୀ କାର୍ଯ୍ୟରତ ଥିଲେ।ତେବେ ସୁବ୍ରତ ଦୀର୍ଘବର୍ଷ ଧରି ଭାରତୀୟ କ୍ରିକେଟରର ପ୍ରାୟଜକ ରହି ଆସିଥିଲେ। ଅନ୍ୟ କମ୍ପାନୀ ଗୁଡିକର ମୁଖ୍ୟ ଭଳି ସୁବ୍ରତ ନିଜକୁ ମ୍ୟାନେଜିଂ ଡ଼ାଇରେକ୍ଟର ନକହି ମେନେଜର ୱାର୍କର ଭାବେ ପରିଚିତ ହେବାକୁ ବେଶ ପସନ୍ଦ କରୁଥିଲେ। ସାହାରା ପରିବାର ତାଙ୍କୁ ଶ୍ରଦ୍ଧାରେ ସାହାରା ଶ୍ରୀ ସମ୍ବୋଧନ କରୁଥିଲେ
ତେବେ କେଉଁ ସବୁ ସମ୍ମାନର ଅଧିକାରୀ ହୋଇଥିଲେ ସୁବ୍ରତ ଆସନ୍ତୁ ଜାଣିବା।୧୯୯୨ ରେ ବାବାଇ ରୋଜଗାର ଆୱାଡ଼ରେ ସୁବ୍ରତଙ୍କୁ ସମ୍ମାନୀତ କରାଯାଇଥିଲା।୧୯୯୫ରେ କର୍ମଚାରୀ ସମ୍ମାନ ପାଇଥିଲେ।୨୦୦୧ରେ ଜାତୀୟ ନାଗରିକ ପୁରସ୍କାର ପାଇଥିଲେ।୨୦୦୨ ରେ ତାଙ୍କୁ ବିଜେନେସମେନ ଅଫ ଦିୟାରର ପୁରସ୍କାର ମିଳିଥିଲା। ସେହି ବର୍ଷ ସେ ଶ୍ରେଷ୍ଠ ଶିଳ୍ପପତି ପୁରସ୍କାର ମଧ୍ୟ ପାଇଥିଲେ।୨୦୧୦ ରେ ତାଙ୍କୁ ବିଶିଷ୍ଟ ରାଷ୍ଟ୍ରୀୟ ଉଡାନ ସମ୍ମାନ ମିଳିଥିଲା।୨୦୧୨ ରେ ଦେଶରେ ୧୦ ବ୍ୟବସାୟୀଙ୍କ ମଧ୍ୟରେ ତାଙ୍କ ନାମ ସ୍ଥାନିତ ହୋଇ ଥିଲା।ସେବେଠାରୁ ବିବାଦରେ ଛନ୍ଦି ହେଲେ ସୁବ୍ରତ। ଭଲ ବ୍ୟବସାୟ କରିଥିବା ବେଳେ ସୁବ୍ରତଙ୍କ ଜୀବନ ବିବାଦ ଭିତରକୁ ଆସିଥିଲା।୨୦୧୨ ରୁ ସୁବ୍ରତ ରୟଙ୍କ ଖରାପ ସମୟ ଆରମ୍ଭ ହୋଇଥିଲା।
ବେଆଇନ ଅର୍ଥ କାରବାର ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା S B B I। ଏପରିକି S B B I ତଦନ୍ତ ବେଳେ ୧୨୮ ଟି ଟ୍ରକରେ ଭର୍ତି ଡ଼କୁମେଣ୍ଟ ଆଣି ଚର୍ଚ୍ଚାକୁ ଆସିଥିଲେ ସୁବ୍ରତ। ଆଇନ ଜାଲରେ ଛନ୍ଦି ହେବା ପରେ ସାହାରାର ପ୍ରାୟ ସବୁ ବ୍ୟବସାୟ ବନ୍ଦ ହୋଇଯାଇଛି।ସୁବ୍ରତ ରୟ ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। ଜମାକାରୀଙ୍କ ଅର୍ଥ ମ୍ୟାଚୁରୀଟି ପରେ ମଧ୍ୟ ଫେରସ୍ତ ନକରିବା ଭଳି ସଂଘୀନ ଅଭିଯୋଗ ତାଙ୍କ ବିରୋଧରେ ରହିଛି।ଆଇନଗତ ବିବାଦକୁ ନେଇ ୨୦୧୪ ଫେବୃଆରୀ ୨୬ ରେ ସୁପ୍ରିମକୋର୍ଟଙ୍କ ନିର୍ଦେସ କର୍ମେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇ ବିହାର ଜେଲରେ ସେ ରହିଛନ୍ତି। ପରେ ତାଙ୍କୁ ୨୦୧୬ ରେ ପାରୋଲରେ ମୁକ୍ତ କରାଯାଇଥିଲା।ତେବେ ସୁବ୍ରତ ରୟ ଶେଷ ପର୍ଯ୍ୟନ୍ତ ବିବାଦରେ ମୁକ୍ତି ପାଇନଥିଲେ।