ବିଶ୍ୱକପ ରେକର୍ଡ କହୁଛି ସେମିଫାଇନାଲରେ ନ୍ୟୁଜଲାଲଣ୍ଡଠୁ ହାରିଯିବ ଭାରତ ହେଲେ ଜିତିବା ପାଇଁ କରିବାକୁ ପଡିବ।

ରେକର୍ଡ କହୁଛି ନ୍ୟୁଜଲାଲଣ୍ଡ ଠାରୁ ହାରିଯିବ ଭାରତ। ୨୦୧୯ ଭଳି ପରିସ୍ଥିତି ହେବ ଭାରତର। ଭାରତ ଏବଂ ନ୍ୟୁଜଲାଲଣ୍ଡ ମଧ୍ୟରେ ରହିଛି ସାଂଘାତିକ ରେକର୍ଡ। ସେମିଫାଇନାଲରେ ଭାରତ ଉପରେ ଭାରି ପଡେ ନ୍ୟୁଜଲାଲଣ୍ଡ। ପୁରୁଣା ରେକର୍ଡକୁ ଦେଖି ସମସ୍ତେ ଏବେ ଭୟରେ। ପୁରା ଭାରତରେ ଏବେ ଗୋଟିଏ ଚିନ୍ତା ସେମିଫାଇନାଲର ଖେଳ କଣ ହେବ। ଭାରତ ଜିତିବ କି ହାରିବ। ସେମିଫାଇନାଲ କଥା ଭାବି ଭାବି ଭୋକ କି ଶୋଷ ଏବେ ଠାରୁ ହେଉନାହିଁ।

ପୁରୁଣା ରେକର୍ଡ କହୁଛି ସେମିଫାଇନାଲରେ ଭାରତ ହାରି ଯାଇପାରେ। ୨୦୧୯ ଭଳି ଭାରତ ପୁଣି ଥରେ ପରାଜୟର ଶିକାର ହୋଇପାରେ। ଏହା ଆମେ ନୁହେଁ ଏମିତି କିଛି କହୁଛି iccର ରେକର୍ଡ। ହଁ ଆଜ୍ଞା ସେମିଫାଇନାଲରେ ପହଁଚିଛି ଭାରତ। ଆସନ୍ତା ୧୫ ତାରିଖରେ ନ୍ୟୁଜଲାଲଣ୍ଡ ବିଅକ୍ଷରେ ସେମିଫାଇନାଲ ଖେଳିବ। ପ୍ରଥମ ସେମିଫାଇନାଲରେ ଉଭୟ ଦଳ ଆମ୍ନା ସାମ୍ନା ହେବେ।

Iccର ରେକର୍ଡ କିଛି ଏମିତି କହୁଛି ନ୍ୟୁଜଲାଲଣ୍ଡ ଦଳ ପ୍ରେସରରେ ବହୁତ ଭଲ ଖେଳେ। ଯଦି ରେକର୍ଡକୁ ଦେଖିବା ତେବେ ଭାରତ ଏବଂ ନ୍ୟୁଜଲାଲଣ୍ଡ ମଧ୍ୟରେ ୨୦୦୦ ମସିହା ଠାରୁ ଏ ପର୍ଯ୍ୟନ୍ତ icc ଟୁର୍ଣ୍ଣାମେଣ୍ଟ ମାତ୍ର ୮ ଥର ଖେଳା ଯାଇଛି। ଭାରତ ମାତ୍ର ୨ ଥର ବିଜୟ ହାସଲ କରିଛି। ୨୦୦୦,୨୦୦୭, ୨୦୧୬,୨୦୧୯, ୨୦୧୯ ରୁ ୨୦୨୧ ଚାଂଫିୟନ ଟଫି। ୨୦୨୧ ରେ ଭାରତକୁ ହରାଇଛି ନ୍ୟୁଜଲାଲଣ୍ଡ।

ସେହିଭଳି ନ୍ୟୁଜଲାଲଣ୍ଡକୁ ଭାରତ ହରାଇଛି ୨୦୦୩ ଏବଂ ୨୦୨୩ ବିଶ୍ୱକପରେ। ଯେଉଁଥି ପାଇଁ ଭାରତରେ ରେକର୍ଡ ନ୍ୟୁଜଲାଲଣ୍ଡ ବିପକ୍ଷରେ ଦେଖି ଏବେ ଚିନ୍ତାରେ ଭାରତୀୟ।ସବୁଠାରୁ ବଡ଼ କଥା ହେଉଛି ନ୍ୟୁଜଲାଲଣ୍ଡକୁ ଭାରତ ବିଶ୍ୱକପରେ ହିଁ ହରାଇଛି। ଏବେ ଭାରତୀୟ ଦଳ ପୂର୍ବ ଭଳି ହୋଇନାହିଁ। ୨୦୧୯ର ଦଳ ଠାରୁ ବହୁତ ଭଲ ଦଳ ରହିଛି ୨୦୨୩ରେ। ଘୋରଇ ପିଚରେ ଭାରତ ଖେଳୁଥିବାରୁ ଏହା ଭାରତକୁ ଜିତିବା ପାଇଁ ବହୁତ ସହାୟକ ମଧ୍ୟ ହୋଇପାରେ।

ତେବେ ଲିକ ମ୍ୟାଚରେ ଥରେ ନ୍ୟୁଜଲାଲଣ୍ଡକୁ ପରାସ୍ତ କରିସାରିଛି ଭାରତ। ଏବେ ଖାଲି ସେମିଫାଇନାଲକୁ ଅପେକ୍ଷା। ଏବେକାର ରେକର୍ଡରେ ଭାରତର ଫୋମ ପୁରା ଜୋରଦାର ରହିଛି। ବ୍ୟାଟରଙ୍କ ଠାରୁ ବୋଲର ସମସ୍ତେ ଏବେ କମାଲ କରୁଛନ୍ତି। ଆଉ ୨୦୧୯ ଭଳି ପରିସ୍ଥିତି ଭାରତ ପାଇଁ ଉପୁଜିବ ନାହିଁ ବୋଲି ଭାରତୀୟ ଦଳ ତାର ଅଭ୍ୟାସକୁ ଜୋର କରିଛି।ଭାରତ ୨୦୧୯ ର ପ୍ରତିଶୋଧ ନେବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି।

Leave a Reply

Your email address will not be published. Required fields are marked *