ବିଶ୍ୱକପ ମ୍ୟାଚରେ କାହିଁକି ବ୍ୟାଟ୍ସମ୍ୟାନ ମାନଙ୍କୁ ବୋଲିଂ ଦେଲେ ରୋହିତ ଶର୍ମା, ନିଜେ ଖୋଲିଲେ ଗୁମର।

ବିଶ୍ୱକପରେ କଣ ପାଇଁ ବୋଲିଂ କଲେ ବ୍ୟାଟର। ରୋହିତ କଣ ପାଇଁ ଗିଲ ସୂର୍ଯ୍ୟ ଏବଂ ବିରାଟଙ୍କୁ ବୋଲିଂ ଦେଲେ।ବବ୍ୟାଟରମାନେ ବୋଲିଂ କରିବା ପଛରେ କାରଣ କଣ। ବିଶ୍ୱକପର ବୋଲର ମାନଙ୍କର ଓଭର ସରି ନଥିଲା। ୫ ଜଣ ସ୍ପେଶାଲ ବୋଲର ମାନଙ୍କର ଓଭର ବାକି ଥିଲା। ହେଲେ ହଠାତ ବୋଲିଂ କରିବାକୁ ଆସିଲେ ଭାରତୀୟଦଳର ବ୍ୟାଟର।

ଯେଉଁମାନେ ନେଟସରେ ବି ବୋଲିଂ କରନ୍ତି ନାହିଁ ସେହିମାନେ ବିଶ୍ଵକପର ମ୍ୟାଚରେ ବୋଲିଂ କରିବାକୁ ଲାଗିଲେ। ଏମିତି କିଛି ବୋଲିଂ ଦେଖିବାକୁ ମିଳିଥିଲା ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଶେଷ ଲିକ ମ୍ୟାଚରେ।

ବୋଲିଂ କରିବାକୁ ପଡିଆ ଉପରକୁ ଆସିଥିଲେ ବିରାଟ କହଲି ସୁମନ ଗିଲସୂର୍ଯ୍ୟ କୁମାର ଯାଦବ ଏବଂ ଅଧିନାୟକ ରୋହିତ ଶର୍ମା। ହେଲେ କଣ ପାଇଁ ରୋହିତ ଶର୍ମା ଏମିତି ନିଷ୍ପତ୍ତି ନେଲେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ।

ତେବେ ରୋହିତଙ୍କ ନିଷ୍ପତି ପଛରେ କାରଣ ଆଜି ଆମେ ଏହିଠାରେ ଜଣେଇବୁ। ନେଦରଲ୍ୟାଣ୍ଡ ବିପକ୍ଷରେ ପ୍ରମୁଖ ବୋଲରଙ୍କ ବ୍ୟତୀତ ୪ ଜଣ ପାର୍ଟଟାଇମ ବୋଲର ବୋଲିଂ କରିଛନ୍ତି। ବିରାଟ କହଲି ସୁମନ ଗିଲଙ୍କ ସହ ସୂର୍ଯ୍ୟ କୁମାର ଯାଦବ ବୋଲି କରିଥିବା ବେଳେ ଶେଷରେ ରୋହିତ ନିଜେ ମଧ୍ୟ ବୋଲିଂ କରିଥିଲେ। କିନ୍ତୁ ରୋହିତଙ୍କର ଏହି ନିଷ୍ପତ୍ତିକୁ ହଠାତ କେହି ବୁଝିପାରି ନାହାଁନ୍ତି। ତେଣୁ ବର୍ତ୍ତମାନ ରୋହିତ ଏହାର ଖୋଲାସା କରିଛନ୍ତି।

ରୋହିତ କହିଛନ୍ତି ଯେ ହାର୍ଦିକ ପାଣ୍ଡିଆ ଆହତ ହୋଇ ଦଳରୁ ବାଦ ପଡିବା ପରେ ଦଳର ବର୍ତ୍ତମାନ୫ ଜଣ ପ୍ରମୁଖ ବୋଲର ରହିଛନ୍ତି। କିନ୍ତୁ ନକଆଉଟ ଷ୍ଟେଜରେ ଖେଳିବା ସମୟରେ ବିରୋଧୀ ଦଳ ପାଇଁ ଷଷ୍ଠ ବିକଳ୍ପ ରହିବା ନିହାତି ଆବଶ୍ୟକ। ଭାରତୀୟ ଦଳରେ ହାର୍ଦିକଙ୍କ ସ୍ଥାନ ବର୍ତ୍ତମାନ ଖାଲି ପଡ଼ିଥିବାରୁ ଏଭଳି ନିଷ୍ପତ୍ତି ନେବା ଆବଶ୍ୟକ ଥିଲା।

ରୋହିତ ଆହୁରି ମଧ୍ୟ କହିଛନ୍ତି ଯେ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଆମକୁ କିଛି ନୂଆ କରିବାର ସୁଯୋଗ ମିଳିଥିଲା। ତେଣୁ ଦଳର ଷଷ୍ଠ ବୋଲରର ବିକଳ୍ପ ଖୋଜିବା ପାଇଁ କହଲିଙ୍କ ସହିତ ଗିଲ ଓ ସୂର୍ଯ୍ୟକୁମାରଙ୍କୁ ବୋଲିଂ କରିବାର ସୁଯୋଗ ମିଳିଛି। ତେବେ କହଲି ଏହି ମ୍ୟାଚରେ ସଫଳ ହୋଇ ଗୋଟିଏ ୱକେଟ ନେଇଥିବା ବେଳେ ଗିଲ ଓ ସୂର୍ଯ୍ୟକୁମାର ଭଲ ବୋଲିଂ କରିଛନ୍ତି।

ଏହା ବ୍ୟତୀତ ମୁଁ ନିଜେ ମଧ୍ୟ ୫ ଟି ବଲରେ ନେଦରଲ୍ୟାଣ୍ଡର ଶେଷ ୱକେଟ ନେଇ ମ୍ୟାଚରେ ବିଜୟ ହାସଲ କରିଛି। ଆମ ପାଖରେ ୯ ଜଣ ବୋଲିଂ ବିକଳ୍ପ ରହିଛନ୍ତି ଏହାକୁ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତ ଅଧିନାୟକ ରୋହିତ ଶର୍ମା। ଯଦି ଦେଖିବା ଆସନ୍ତା ୧୫ ତାରିଖରେ ଭାରତ ଏବଂ ନ୍ୟୁଜଲାଲଣ୍ଡ ବିପକ୍ଷରେ ଖେଳ ହେବାକୁ ଯାଉଛି ସେମି ଫାଇନାଲ। ଏହି ମ୍ୟାଚରେ ଉଭୟ ଦଳ ଫାଇନାଲକୁ ଯିବା ପାଇଁ ଚେଷ୍ଟା କରିବେ।

Leave a Reply

Your email address will not be published. Required fields are marked *