“ଯେପର୍ଯ୍ୟନ୍ତ ଗ୍ଲାମର ଅଛି ଯାତ୍ରାରେ ଅଭିନୟ କରିବି ତା ପରେ ମୁଁ ଓଡିଶା ଛାଡ଼ିଦେବି” : ରାଣୀ ପଣ୍ଡା ।
ବନ୍ଧୁଗଣ ଆପଣମାନେ ସମସ୍ତେ ଯାତ୍ରା ଜଗତର ମହାନ୍ କଳାକାର ରାନୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ସେ ଜଣେ ମହାନ୍ କଳାକାର ସହିତ ଜଣେ ବହୁତ ଭଲ ମଣିଷ ମଧ୍ୟ ଅଟନ୍ତି । ସାରା ଓଡ଼ିଶାରେ କିଛି ନା କିଛି କଥାରେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ତାଙ୍କର ଭଲ କାମ ହେଉ କି ଖରାପ କାମ ସବୁବେଳେ ଆଲୋଚନାର ବିଷୟ ପାଲଟିଥାଏ । ଆଉ ବର୍ତ୍ତମାନ ସମୟରେ ମଧ୍ୟ ଏପରି କିଛି କଥାକୁ ନେଇ ତେଜି ଉଠିଛନ୍ତି ରାଣୀ ପଣ୍ଡା । କିନ୍ତୁ ଏବେ ତାଙ୍କ ଟାର୍ଗେଟ ରହିଛି ଏପରି ଜଣେ ଲୋକଙ୍କ ଉପରେ, ଯିଏକି ଯାତ୍ରା ଜଗତରେ ବେଶ୍ ଚର୍ଚ୍ଚିତ ।
ଯାହାଙ୍କୁ କୁହାଯାଏ ଯାତ୍ରା ଜଗତର ବାଦଶାହା ଆଉ ସେ ହେଉଛନ୍ତି ଦୈତାରୀ ପଣ୍ଡା । କାରଣ ତାଙ୍କ ବିରୁଦ୍ଧରେ ଦୈତାରି ପଣ୍ଡା ହଜାର ହଜାର ଲୋକଙ୍କ ସାମ୍ନାରେ କିଛି ଅପମାନ ଜନକ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ରାଣୀ ପଣ୍ଡା ରାଗିଯିବା ସହ ଦୈତାରି ପଣ୍ଡାଙ୍କୁ କାଉଣ୍ଟର ଆଟାକ୍ କରିଥିଲେ । ତାଙ୍କ ବିରୁଦ୍ଧରେ ଅପପ୍ରଚାର ନକରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ତେବେ ତାଙ୍କର ବିବାଦ ହେଇଛି ଦୈତାରି ପଣ୍ଡାଙ୍କ ସହିତ । ବନ୍ଧୁଗଣ ବର୍ତମାନ ଏକ ସାକ୍ଷାତକାରରେ ରାଣୀ ପଣ୍ଡାଙ୍କୁ ଦେଖିବାକୁ ମିଳୁଛି ।
ତେବେ ସେ କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ଯାତ୍ରା ଜଗତ ପାଇଁ ସେ ଅଭିନୟ କରି ତାଙ୍କ ଦକ୍ଷତା ଦେଖାଇ ସାରିଲା ପରେ ମଧ୍ୟ ଯାତ୍ରା ଜଗତ ର ବଡ଼ବଡ଼ କଳାକାର ତାଙ୍କୁ ଅପନିନ୍ଦା କରୁଛନ୍ତି । ଆଉ ମଞ୍ଚ ଉପରେ ତାଙ୍କର ମାନ ସମ୍ମାନ ହାନି କରୁଥିବାରୁ ତାଙ୍କର ମେଣ୍ଟାଲି ପ୍ରେସର୍ ପଡୁଛି । ତେଣୁ ବହୁତ୍ କ୍ଷତି ହେଇଗଲାଣି ତାଙ୍କର ଜୀବନ ମାଟି ହେଇଗଲାଣି । ସେ ଓଡ଼ିଶା ଛାଡ଼ିଦେବେ ଆଉ ଯେହେତୁ ସେ ଜଣେ ଆର୍ଟିଷ୍ଟ ତେଣୁ ତାଙ୍କ ପାଖରେ ସବୁ ପ୍ରକାର କଳା ଅଛି । ସେ ଗାଇ ପାରିବେ, ନାଚି ପାରିବେ, ଅଭିନୟ କରି ପାରିବେ । ପୁଣି ଷ୍ଟ୍ରଗଲ କରିକି ସେ ଯେଉଁ ଇଣ୍ଡଷ୍ଟ୍ରିକୁ ଯିବେ ତାଙ୍କୁ କାମ ମିଳିବ । ତେଣୁ ତାଙ୍କର କେବେ ଅସୁବିଧା ହେବନି ସେ କେବେ ଭୋକିଲା ରହିବେ ନାହିଁ ବୋଲି ରାଣୀ କହିଥିଲେ ।
ଯେପର୍ଯ୍ୟନ୍ତ ଗ୍ଲାମର ଅଛି ଅଭିନୟ କରିବେ ତା ପରେ କଳା କ୍ଷେତ୍ରରୁ ସେ ବିଦାୟ ନେଇଯିବେ । ଆହୁରି କହିଛନ୍ତି “ଆପଣ ଯେଉଁ କୋଳିଖାଇ ମଞ୍ଜି ପୋତିଛନ୍ତି, ଯାତ୍ରାକୁ ଟେକିକି ଧରନ୍ତୁ ବୋଲି” । ଶେଷରେ ରାଣୀ ପଣ୍ଡା କହିଛନ୍ତି ଯେ ତାଙ୍କର ତ ଆଉ ବାହାଘର ହେବନି ଆଉ ସେ ଆଶା ମଧ୍ୟ ଛାଡ଼ି ଦେଇଛନ୍ତି । କାରଣ ଏ ସମାଜ ତାଂକୁ କଳୁଷିତ କରି ସାରିଛି । ନିନ୍ଦା ଅପବାଦର ବୋଝ ତାଙ୍କ ମୁଣ୍ଡରେ ଲଦି ଦେଇଛି ଯେ ସେ ଆଉ କେବେ କାହା ଘରର ବୋହୂ, ସ୍ତ୍ରୀ କିମ୍ଵା ମା ମଧ୍ୟ ହୋଇ ପାରୁନାହାନ୍ତି ।