“ମୁଁ ପୂଜା କରେନି ହେଲେ ମୋ ଠୁ ବେଶୀ ଈଶ୍ୱରବିଶ୍ୱାସୀ ବୋଧେ କେହି ନାହାନ୍ତି “ପପୁ ପମପମ ।
ବନ୍ଧୁଗଣ ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ସମସ୍ତ କଳାକାର ମାନଙ୍କ ମଧ୍ୟରେ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ନିଶ୍ଚୟ । ହାସ୍ୟ ଅଭିନେତା ପପୁ ପମପମ୍ ଟେଲିଭିଜନ ସହ ମଞ୍ଚରେ ସେ ନିଜର ହାସ୍ୟ କଳାରେ ଦର୍ଶକଙ୍କୁ କରିଛନ୍ତି ମୋହିତ । ସାରା ଓଡ଼ିଶା ପପୁଙ୍କ ଅଭିନୟକୁ ଖୁବ୍ ପସନ୍ଦ କରନ୍ତି । ପପୁ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତେବେ ତାଙ୍କ ପ୍ରକୃତ ନାଁ ହେଉଛି ତତ୍ତ୍ୱ ପ୍ରକାଶ ଶତପଥୀ । ପମ୍ ପମ୍ ହେଲେ ହାସ୍ୟ ଅଭିନେତା ହେବା ପରେ । ବହୁତ କଷ୍ଟରେ ଏହିପରି ଏକ ସ୍ଥାନରେ ସେ ଆଜି ପହଁଚି ପାରିଛନ୍ତି ।
ପପୁଙ୍କ ଅଭିନୟ ଦେଖିବା ପାଇଁ ଲୋକ ମାନେ ବହୁତ ପରିମାଣରେ ପସନ୍ଦ କରନ୍ତି । ପପୁ ପ୍ରତ୍ୟକ ସମୟରେ କିଛି ନା କିଛି ଖବର ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଦିଗ୍ଗଜ ନେତା ଭାବେ କାମ କରିଛନ୍ତି । ତାଙ୍କୁ ଓଡ଼ିଶାର ଆବାଳ ବୃଦ୍ଧ ବନିତା ଜାଣିଛନ୍ତି । ଆଉ ତାଙ୍କ କଥାରେ ସମସ୍ତେ ହସୁଥାନ୍ତି । ଆଉ ଲୋକମାନଙ୍କୁ ହସାଇବା ପାଇଁ ସେ ଅନେକ ପ୍ରକାରର କଥା ଆଉ ଆକ୍ସନ କରିଥାନ୍ତି । ଯାହାକି ଓଡ଼ିଶାବାସୀଙ୍କ ମନରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଥାଏ ।
ଏବେ ତୋ ସବୁଆଡ଼େ ଦୀପାବଳୀ ପର୍ବ ବେଶ୍ ଧୁମଧାମ୍ ରେ ପାଳନ କରାଯାଉଅଛି । ଆଉ ଏହି ଅବସରରେ ଏକ ସାକ୍ଷାତକାର ସମୟରେ ପପୁ କହିଛନ୍ତି ଯେ ତାଙ୍କର ଜୀବନ ଶୈଳୀ ଭିତରେ ଯାହା ମନେ ଅଛି ଶେଷ ୨୦/୨୫ ବର୍ଷ ଭିତରେ ଦୀପାବଳୀରେ ପ୍ରୋଗ୍ରାମ, ଫଙ୍କସନ୍ ପଡେ ପ୍ରାୟ । କାରଣ ଲୋକଙ୍କର ଯେତେବେଳେ ଆନନ୍ଦର କଥା ସେତେବେଳେ ତାଙ୍କର କାମ । ଆହୁରି ମଧ୍ୟ ପପୁ କହିଥିଲେ ଯେହେତୁ ସେ ଜଣେ ଶିକ୍ଷକ ଘରର ପିଲା ତେଣୁ ଗଣେଶ ପୂଜା ଆଉ ସରସ୍ଵତୀ ପୂଜାରେ ଏବେ ପର୍ଯ୍ୟନ୍ତ ସେ କୌଣସି ପ୍ରୋଗ୍ରାମ କରିନାହାନ୍ତି ।
ଆଉ ଜାଗର ଏବଂ ଦୀପାବଳୀରେ ମଧ୍ୟ କରନ୍ତି ନାହିଁ କାରଣ ଜାଗରରେ ଲୋକ ହୁଅନ୍ତି ନାହିଁ ଓପାସରେ ଥାନ୍ତି ଆଉ ଦୀପାବଳୀଟି ତାଙ୍କ ପରିବାର ପାଇଁ ସମ୍ପୂର୍ଣ ରିଜର୍ଭ । ଦିନରେ ଯଦି କିଛି ଭଲକଥା ଆସେ ପ୍ରତିବର୍ଷ ସେ ଅନୁଷ୍ଠାନକୁ ଯାଆନ୍ତି । ଆଉ ରାତିରେ ପରିବାର ସହିତ ଜମେଇକି ଦୀପାବଳୀ ପାଳନ କରନ୍ତି । ବାଣ ମଧ୍ୟ ସେ ବହୁତ୍ ଫୁଟାନ୍ତି । ଆଉ ସ୍ୱଦେଶୀ ଜିନିଷ ହିଁ କିଣନ୍ତି ଚାଇନା ବାଣ ସେସବୁ କିଣନ୍ତି ନାହିଁ । ଶେଷରେ ସମସ୍ତ ଫ୍ୟାନ୍ସ ମାନଙ୍କୁ ସେ ଶୁଭ ଦୀପାବଳୀର ଅଭିନନ୍ଦନ କରିଥିଲେ ।