ଆପଣଂକ ଯାତ୍ରା କଣ ମୁଁ ପୁରା ଓଡ଼ିଶା ଛାଡ଼ିଦେବି..

ଆପଣମାନେ ଜାଣିଥିବେ ଦୀର୍ଘଦିନ ହେବ ସୋସିଆଲ ମିଡିଆରେ ବେଶ୍ ଏକ୍ଟିଭ୍ ରହୁଛନ୍ତି ରାଣୀ ପଣ୍ଡା। କାହିଁକି ନା ତାଙ୍କ ବିରୁଦ୍ଧରେ କିଛି ମନ୍ତବ୍ୟକୁ ନେଇ ସେ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଲେଖୁଛନ୍ତି। ଏବଂ ଗତ କିଛିଦିନ ହେବ ଭିଡ଼ିଓ ମଧ୍ୟ ସେୟାର କରୁଛନ୍ତି। ଏବଂ ତାଙ୍କ ବିରୁଦ୍ଧରେ ଅପପ୍ରଚାର ନ କରିବା ପାଇଁ ନିବେଦନ କରୁଛନ୍ତି । ଆମ ସହିତ ରାଣୀ ପଣ୍ଡା ଅଛନ୍ତି। ଏବଂ ତାଙ୍କର ବିବାଦ ଘଟିଛି ଦୈତାରୀ ପଣ୍ଡାଙ୍କ ସହିତ। ଦେଖନ୍ତୁ ମୋ ବିଷୟରେ ସେମିତି କିଛି ଖରାପ ମନ୍ତବ୍ୟ ଆସିବନି। ତାହେଲେ ମୋର ବି କାହା ବିଷୟରେ ଖରାପ ମନ୍ତବ୍ୟ ଦେବାର କୌଣସି ରାଇଟସ୍ ନାହିଁ। ପ୍ରଥମ କଥା ହେଉଛି ଯେତେବେଳେ ମୋର ଖଣ୍ଡଗିରିରେ କଣ୍ଟ୍ରୋଭର୍ସ୍ ହେଇଥିଲା ସେଇଟା ମୋ ଅଜାଣତରେ ହେଇଥିଲା।ତା ପାଇଁ ମୁଁ ଅନେକଗୁଡ଼ିଏ ବାଦ ବିବାଦ, ଲାଞ୍ଛନା, ନିର୍ଯ୍ୟାତନା, ଦୁଃଖ, କଷ୍ଟ ବହୁତ୍ ଗୁଡ଼ାଏ ମୁଁ ସହିଛି। ମୋର ବିନା ଦୋଷରେ ବି ମୋ ଅଜାଣତର ଭୁଲ୍ ପାଇଁ।

ମୁଁ ଯାତ୍ରାରେ ଅନ୍ୟ କୌଣସି ଜାଗାରେ ଆଇଟମ୍ ପର୍ଫୋମନ୍ସ୍ କରୁନାହିଁ। ମୁଁ ଯାତ୍ରାରେ ଅଭିନୟ କରୁଛି। ମୋ ଜୀବନର ମାର୍ଗକୁ ଧୀରେ ଧୀରେ ମୁଁ ଅଲଗା ମୋଡ଼କୁ ନେଉଛି, ଯେହେତୁ ମୁଁ ପ୍ରୋଫେସିଓନାଲ୍। ମୁଁ ଡାନ୍ସ ବି କରିପାରିବି, ଆକ୍ଟିଂ ବି କରିପାରିବି , ଗୀତ ବି ଗାଇପାରିବି। ମୁଁ ସବୁ କଳାର ଅଧିକାରିଣୀ। ତେଣୁ ଆଜ୍ଞା ମୋ ନିଜକୁ ଏତେ ଚେଞ୍ଜ କଲା ପରେ ଯାତ୍ରା ଜଗତ ପାଇଁ ମୋର ଚିନ୍ତାଧାରା ଅଲଗା ଆସିବା ପରେ ମୁଁ ଅଭିନୟ କରିକି , ମୋର ଦକ୍ଷତା ସାରା ଓଡ଼ିଶାବାସୀଙ୍କୁ ଦେଖେଇ ସାରିବା ପରେ ବି ଯଦି ଯାତ୍ରା ଜଗତର ବଡ଼ ବଡ଼ କଳାକାର, ବଡ଼ ବଡ଼ ଭାଇ ଭଉଣୀମାନେ ଯଦି ରାଣୀ ପଣ୍ଡାଙ୍କୁ ଅପନିନ୍ଦା କରନ୍ତି, ତାକୁ ଅପପ୍ରଚାର କରନ୍ତି ମଞ୍ଚ ଆଗରେ, ତାକୁ ଇଣ୍ଡାଇରେକ୍ଟଲି ପବ୍ଲିକଙ୍କ ଆଗରେ ତାର ମାନ ସମ୍ମାନକୁ ହାନି କରନ୍ତି ତାହେଲେ ମୁଁ ନିହାତି ଭାବରେ ରାଗିବି। ମୋତେ ମେଣ୍ଟାଲି ପ୍ରେସର୍ ପଡୁଛି।

ସେଥିପାଇଁ ଆଜ୍ଞା ମୁଁ ବାଧ୍ୟ ହେଇକି ମୋର ମନ୍ତବ୍ୟ ସୋସିଆଲ ମିଡିଆରେ ରଖୁଛି। ଦୈତାରୀ ପଣ୍ଡା ଚାହାଁନ୍ତିନି ଯେ ରାଣୀ ପଣ୍ଡା ପରି ଲୋକ ଯାତ୍ରା ଜଗତରେ ନାଚୁ ବୋଲି। ଆଉ ସେ କହିଛନ୍ତି କି ରାଣୀ ପଣ୍ଡା ଭଳି ଲୋକ ଯାତ୍ରା ଜଗତକୁ କଳୁଷିତ କରୁଛନ୍ତି, ସଂସାରକୁ କଳୁଷିତ କରୁଛନ୍ତି, ସାରା ଦେଶକୁ କଳୁଷିତ କରୁଛନ୍ତି। ବାରମ୍ବାର କାହିଁକି ଆପଣମାନେ ପୁରୁଣା କଥାକୁ ଦାହୋରାଇ କି ମୋତେ ଅପମାନ ଦେଉଛନ୍ତି, ମୋର ମାନହାନୀ କରୁଛନ୍ତି। ମୁଁ ଯଦି ଯାତ୍ରା ଜଗତକୁ କଳୁଷିତ କରୁଛି ତାହେଲେ ଓଡ଼ିଶାବାସୀ ବିଚାର କରିବେ । ମୁଁ ଲୋକମାନଙ୍କ ପାଖରେ ଏଇଟା ପହଞ୍ଚାଇବା ପାଇଁ ଚାହୁଁଛି ଯେ ମୋତେ ଯେଉଁ ଟ୍ୟାଗ୍ ଲାଇନ୍ ଲାଗିଛି ଯେ ରାଣୀ ପଣ୍ଡା ଜଣେ ନର୍ତ୍ତକୀ। ତାହା ମୁଁ ଦର୍ଶକମାନଙ୍କୁ ଦେଖେଇବାକୁ ଚାହେଁ କି ଆଜ୍ଞା ନା ମୁଁ ଜଣେ ସୁନ୍ଦର ଅଭିନେତ୍ରୀ। ସମସ୍ତେ ମୋର ଅଭିନୟକୁ ବି ଦେଖନ୍ତୁ। ପ୍ରଥମେ ମୁଁ ଆର୍ଟିଷ୍ଟ ,ତାପରେ ମୁଁ ଡାନ୍ସର୍।

ଦୁଇ ବର୍ଷ ପାଇଁ ମୋର ଚୁକ୍ତି ହେଇଛି। ଏହି ବର୍ଷ ଆଉ ଆସନ୍ତା ବର୍ଷ ମୁଁ ଯାତ୍ରାରେ ଅଭିନୟ କରି ମୁଁ ଭାବୁଛି ଓଡ଼ିଶା ଛାଡ଼ି ଚାଲିଯିବି। ଆଉ ମୋତେ ଯେଉଁଠି ଓପର୍ଚୁନିଟି ଆସିବ ଓଡ଼ିଶା ବାହାରେ ମୁଁ ସେଠି ସେଟେଲ୍ ହେଇଯିବି। ଆଉ ମୋର ଯେ ପର୍ଯ୍ୟନ୍ତ ବୟସ ଟୋଟଲ ମୁଁ କଳା ଇଣ୍ଡଷ୍ଟ୍ରି ଛାଡ଼ିଦେବି। ତେଣୁ ମୋତେ ସିଆଡେ ଯେଉଁ କାମ ମିଲିବ ମୁଁ ରହିବି। ଏଇ ସମାଜ ମୋତେ ଏତେ ନିନ୍ଦା, ଅପମାନ, ଲାଞ୍ଛନା ଦେଇଛି ଯେ ମୁଁ କାହାରି ଘରର ଗୋଟେ ବହୁ ହୋଇପାରୁନି, ଗୋଟେ ସ୍ତ୍ରୀ ହୋଇପାରୁନି, ଗୋଟେ ମାଆ ହୋଇପାରୁନି। ଆଉ ବାହା ହେବାର ମୋର ଆଶା ବି ନାହିଁ। ମୁଁ ଦୈତାରୀ ପଣ୍ଡାଙ୍କୁ ଗୋଟେ କଥା କହିବି ଯେ ଆପଣ ଜଣେ ଯାତ୍ରା ଜଗତର ବଳିଷ୍ଠ ଅଭିନେତା। ଆପଣଙ୍କର ବହୁତ୍ ଯଶ ଅଛି, ଖ୍ୟାତି ଅଛି। ଆପଣଙ୍କୁ ବହୁତ୍ ଦର୍ଶକ ଦେଖିବାକୁ ବ୍ୟାକୁଳ। ଆପଣଙ୍କୁ ମଧ୍ୟ ବହୁତ୍ ଦର୍ଶକ ସମ୍ମାନ କରନ୍ତି ଏବଂ ଆପଣଙ୍କର କଳାକୁ ବହୁତ୍ ସମ୍ମାନ କରନ୍ତି। ମୁଁ ମଧ୍ୟ ଆପଣଙ୍କୁ ବହୁତ ସମ୍ମାନ କରେ।

ଆପଣ ଆପଣଙ୍କର ସମ୍ମାନକୁ ଜଗିକି ବସନ୍ତୁ। ମୋର ଆପଣଙ୍କ ସହ କୌଣସି ଶତ୍ରୁତା ନାହିଁ। ମୁଁ ଆପଣଙ୍କର ଟଙ୍କାଟେ ଖାଇନି କି ଆପଣ ମୋର ବି ଟଙ୍କାଟେ ଖାଇନାହାନ୍ତି। ମୁଁ ଆପଣଙ୍କର କିଛି ଅସୁବିଧା କରିନି କି ଆପଣ ମୋର ବି କିଛି ଅସୁବିଧା କରି ନାହାଁନ୍ତି। ତେଣୁ ଅଯଥା ଝଗଡ଼ା, ବାଦ ବିବାଦ କରି ମୋତେ ନୀଚ୍ଚ ଦେଖେଇବାକୁ ଚେଷ୍ଟା କରନ୍ତୁନି। ମୋତେ ନୀଚ୍ଚ ଦେଖେଇ ଆପଣ ଉଚ୍ଚ ହେବାକୁ ମଧ୍ୟ ଚେଷ୍ଟା କରନ୍ତୁନି। ଆପଣ ଆପଣଙ୍କ ଜାଗାରେ ରୁହନ୍ତୁ, ମୁଁ ମୋର ଜାଗାରେ ଅଛି।

ଯାତ୍ରା ଜଗତର କିଛି କଳାକାର ମାନଙ୍କୁ ମୁଁ କିଛି କହିବି ମୁଁ ଯାତ୍ରା ପାଇଁ କିଛିଦିନର ମେହେମାନ୍। ମୁଁ ଯାତ୍ରାକୁ ନେଇ ପେଟ ପୋଷୁଛି। ତେଣୁ ଏଇ କଳାକୁ ନେଇ ମୋତେ ଅପମାନ, ଅପବାଦର କଳଙ୍କର ଦାଗ ଲଗାନ୍ତୁନି ଆଜ୍ଞା। ମୁଁ ପ୍ରତ୍ୟେକ କଳାକାର ମାନଙ୍କୁ ସମ୍ମାନ କରେ। ମୁଁ ଜଣେ କଳାକାର, ମୁଁ ମୋର କଳାକୁ ନେଇ ବଞ୍ଚୁଛି। “ମୁଁ ଆଉ ଦୁଇ ବର୍ଷ ପରେ ଯାତ୍ରା ଜଗତରୁ ବିଦାୟ ନେଇଯିବି।ଆପଣମାନେ ଆପଣଙ୍କ ଯାତ୍ରା ଜଗତକୁ ଏମିତି ଟେକି ଧରିଥାଆନ୍ତୁ। ଆପଣମାନେ କୋଳି ଖାଇ ମଞ୍ଜି ପୋତନ୍ତୁ। ଆପଣମାନେ ଖୁସିରେ ଶାନ୍ତିରେ ଜୀବନ ଯାପନ କରନ୍ତୁ। ରାଣୀ ପଣ୍ଡା ଆପଣମାନଙ୍କ ଇଣ୍ଡଷ୍ଟ୍ରିର ଆସିକି ବାଧା ସୃଷ୍ଟି କରିବନି”।

Leave a Reply

Your email address will not be published. Required fields are marked *