ମାଟି ଆଉଁସି ଭୋ ଭୋ ହୋଇ କା-ନ୍ଦୁଛି ଶାଶୂ । ସୁନା ବୋହୂ ପୁଷ୍ପାଞ୍ଜଳିର ମୁହଁ ଆଉ ଦେଖି ପାରିବେନି ଶାଶୂଘର ଲୋକେ ।
ଦୀପାବଳିରେ ଘର ଲୋକଙ୍କ ସହିତ ହଁସ ଖୁସିରେ ଦୀପ ଜାଳିବାକୁ କଲିକତାରୁ ଶାଶୂ ଘରକୁ ଫେରୁଥିଲେ ପୁଷ୍ପାଞ୍ଜଳି । ହେଲେ ଘରେ ପହଞ୍ଚିବା ପୂର୍ବରୁ ଲିଭିଯାଇଛି ତାଙ୍କ ଜୀବନ ଦୀପ । ବସରେ ଥିବା ସ୍ୱାମୀ, ପୁଅ ଓ ଅନ୍ୟ ଯାତ୍ରୀମାନଙ୍କୁ ବାହାରିବାରେ ସେ ସହାୟତା କରିଥିଲେ । ହେଲେ ଶେଷ ମୁହୂର୍ତରେ ସେ ବାହାରି ପାରିନଥିଲେ ଆଉ ବସର ନିଆଁ ଭିତରେ ଜ-ଳି ଯାଇଥିଲେ ପୁଷ୍ପାଞ୍ଜଳି । ଦୀପାବଳି ପାଳିବା ପାଇଁ କୋଲକାତରୁ ଗାଁକୁ ଫେରିବା ବେଳେ ନିଷ୍ଠୁର ସାଜିଛି ଦଇବ । ଅଧା ବାଟରେ ଯାଇଛି ଜୀବନ । ସ୍ୱପ୍ନ ଜ-ଳିପୋ-ଡି ପା-ଉଁଶ ହୋଇଯାଇଛି ।
ହଁ ଆଜ୍ଞା ସୂଚନା ଅନୁସାରେ କେନ୍ଦ୍ରାପଡା ମାର୍ଶାଘାଇ ଥା-ନା ନୀଳାଦ୍ରିପୁର ଗାଁର ପୁଷ୍ପାଞ୍ଜଳି ଦାସ ହସଖୁସିରେ ଦୀପାବଳୀ ପାଳିବା ପାଇଁ ପୁଅ ଓ ସ୍ୱାମୀଙ୍କ ସହ ବସ୍ ଯୋଗେ କଲିକତାରୁ ଗାଁକୁ ଆସୁଥିଲେ । କିନ୍ତୁ ବସ ଅଗ୍ନିକାଣ୍ଡରେ ଯାଇଛି ପୁଷ୍ପାଞ୍ଜଳିଙ୍କ ଜୀବନ । ଦୁର୍ଘ-ଟଣାର କିଛି ସମୟ ପୂର୍ବରୁ ନିଜ ନଣନ୍ଦଙ୍କୁ ଶେଷ ଫୋନ୍ କରିଥିଲେ ପୁଷ୍ପାଞ୍ଜଳି । ରାତି ପ୍ରାୟ ୮ଟାବେଳେ ଏହି ଫୋନ କଲ ଆସିଥିଲା । ଦୀପାବଳି ପାଇଁ ଘରକୁ ଆସୁଥିବାରୁ ଶନିବାର ସକାଳୁ ସେ ଉଠିବା ପୂର୍ବରୁ ସମସ୍ତେ ଘରେ ପହଞ୍ଚି ଯାଇଥିବେ ବୋଲି ନଣନ୍ଦଙ୍କୁ କହିଥିଲେ ।
ହେଲେ ପୁଷ୍ପାଞ୍ଜଳି ଆଉ ଫେରିଲେ ନାହିଁ । ଶାଶୁ ଘରେ ପହଞ୍ଚିଲା ପୁଷ୍ପାଞ୍ଜଳିଙ୍କ ମୃ-ତ୍ୟୁର ଖବର । ପୁଷ୍ପାଞ୍ଜଳିଙ୍କ ସ୍ୱାମୀ କୋଲକାତାରେ କାମ କରୁଥିବାରୁ ୭ ବର୍ଷର ପୁଅ ସହ ପୁଷ୍ପାଞ୍ଜଳି ସେଠାରେ ରହୁଥିଲେ । ରବିବାର ଦୀପାବଳି ପାଇଁ ବସରେ ଘରକୁ ଆସୁଥିବା ବେଳେ ଖଡଗପୁର ମାଧପୁର ନିକଟରେ ବସରେ ନିଆଁ ଲାଗିଥିଲା । ହଠାତ୍ ଡ୍ରାଇଭରଙ୍କ ସିଟ୍ ପାଖ ଇଞ୍ଜିନରୁ ବାହାରିଥିଲା ନିଆଁ ସହ ଧୂଆଁ । ତାପରେ ବସର ଗେଟ୍ ଖୋଲି ନପାରିବାରୁ କେହି ଯାତ୍ରୀ ବାହାରି ପାରିନଥିଲେ ।
ଜରୁରୀକାଳୀନ ଗେଟ୍ ଦେଇ ସ୍ୱାମୀ, ପୁଅ ଓ ଅନ୍ୟକୁ ବାହାରକୁ ବାହାର କରିଥିଲେ ପୁଷ୍ପାଞ୍ଜଳି । କିନ୍ତୁ ନିଜେ ନି-ଆଁ କବଳରୁ ବାହାରି ନ ପାରି ଜୀବନ୍ତ ଦ-ଗ୍ଧ ହୋଇଯାଇଛନ୍ତି । ଏହାପରେ ବଦଳିଯାଇଛି ପୁରା ମାହୋଲ । ଶାଶୁଘର ଗାଁରେ କା-ନ୍ଦବୋ-ବାଳି ପଡିଛି । ମାତ୍ର କିଛି କ୍ଷଣ ମଧ୍ୟରେ ପରିବାରର ଖୁସି କୁଆଡେ ଉଭେଇ ଯାଇଛି । ଅନ୍ଧକାରକୁ ଠେଲି ହୋଇଯାଇଛି ପରିବାର । ମାଟି ଆଉଁସି ଆଉଁସି ମୁଣ୍ଡ ବାଡୋଇ ବାହୁନି ଭୋ ଭୋ ହୋଇ କାନ୍ଦୁଛି ଶାଶୂ । ଆଉ କହୁଛି ପୁଷ୍ପାଞ୍ଜଳି ମୋ ବୋହୂ ନଥିଲା ଆମ ଝିଅ ଥିଲା । ସବୁ ବଞ୍ଚିଗଲେ ଖାଲି ତାଙ୍କ ବୋହୂଟା ମ-ରିଗଲା ।