ଜେଜେବାପାଙ୍କ ଘରକୁ ଗଲେ ନ୍ୟୁଜଲାଲଣ୍ଡ ଖେଳାଳି ରଚିନ ରବୀନ୍ଦ୍ର… ନଜର ଉତାରିଦେଲେ ଜେଜେମା’।
ରଚିନ ରବୀନ୍ଦ୍ରଙ୍କ ନଜର ଉତାରିଦେଲେ ଜେଜେମା’। ବେଙ୍ଗଲରେ ରହୁଛନ୍ତି ରଚିନଙ୍କ ଜେଜେବାପା ଓ ଜେଜେମା’। ବିଶ୍ୱକପରେ ସର୍ବାଧିକ ରନ କରି ଚର୍ଚ୍ଚାରେ ଅଛନ୍ତି ରଚିନ।ଆଜ୍ଞା ହଁ ଚଳିତ ବିଶ୍ୱକପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଭାରତୀୟ ଵଂଶଭବନ ନ୍ୟୁଜଲାଲଣ୍ଡ କ୍ରିକେଟର ରଚିନ ରବୀନ୍ଦ୍ର। ନ୍ୟୁଜଲାଲଣ୍ଡ ଦଳ ପକ୍ଷରୁ ଅପନିଂ ବ୍ୟାଟିଂ କରୁଥିବା ରଚିନ ଦମଦାର ପ୍ରଦର୍ଶନ କରି ସାଉଣ୍ଟିଛନ୍ତି ଅନେକ ପ୍ରଶଂସା। ନିୟମିତ ଭାବେ ତାଙ୍କ ବ୍ୟାଟରୁ ବାହାରୁଛି ରନ ଖାଲି ବ୍ୟାଟ ନୁହେଁ ବୋଲରେ ବି କମାଲ କରୁଛନ୍ତି ରଚିନ ରବୀନ୍ଦ୍ର।
ଗୁରୁବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିଶ୍ୱରେ ୪୨ ରନ କରିବା ସହ ୨ ୱକେଟ ମଧ୍ୟ ହାସଲ କରିଥିଲେ। ଆଉ ନିଜ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବେଙ୍ଗାଲୁରରୁ ଏମ ଚିନା ସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚକୁ ନ୍ୟୁଜଲାଲଣ୍ଡ୫ ୱକେଟରେ ଜିତିବା ସହ ବିଶ୍ୱକପ ସେମି ଫାଇନାଲ ପାଇଁ ରାସ୍ତା ପରିଷ୍କାର କରିଛି।
ନ୍ୟୁଜଲାଲଣ୍ଡ ଟିମ ଗତ କିଛି ଦିନ ହେଲା ବେଙ୍ଗାଲୁରରୁରେ ରହିଛି। ପାକିସ୍ତାନ ବିପକ୍ଷ ମ୍ୟାଚରେ ନ୍ୟୁଜଲାଲଣ୍ଡ ଏହିଠାରେ ହିଁ ଖେଳିଥିଲା। ଯେଉଁଥିରେ ରଚିନ ମଧ୍ୟ ଏକ ଦମଦାର ଇନିଂସ ଖେଳି ସତକ ହାସଲ କରିଥିଲେ।ତେବେ ଗତ କାଲି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଶେଷ ହେବା ପରେ ରଚିନ ରବୀନ୍ଦ୍ର ବେଙ୍ଗାଲୁରରୁରେ ରହୁଥିବା ନେଇ ନିଜ ଜେଜେମା’ ଓ ଜେଜେବାପାଙ୍କ ଘରକୁ ଯାଇଥିଲେ ଆଉ ସେଠାରେ ତାଙ୍କର ଜେଜେମା’ ରଚିନଙ୍କ ନଜର ଉତାରିଛନ୍ତି। ତାଙ୍କ ନାତିକୁ କୁଆଡେ ନଜର ଲାଗିଯିବ ସେଥିପାଇଁ ଜେଜେମ’ ଙ୍କର ଭାରି ଚିନ୍ତା।
କାରଣ ନାତି ତାଙ୍କର ଏବେ ବିଶ୍ୱକପ ଖେଳୁଛନ୍ତି। ଆଉ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ତେଣୁ ନାତି ଉପରେ କାଳେ କାହାର ନଜର ଲାଗିଯିବ ସେଥିପାଇଁ ସେ ରଚିନଙ୍କ ନଜର ଉତାରିଦେଉଛନ୍ତି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସମସ୍ତେ ଏହାକୁ ଖୁବ ପସନ୍ଦ କରୁଛନ୍ତି।
ଗୁରୁଜନ ମାନଙ୍କ ଦ୍ୱାରା ଭଲ ସଂସ୍କାର ପାଇଥିବା ରଚିନଙ୍କୁ ପ୍ରଶଂସକ ମାନେ ଖୁବ ପ୍ରଶଂସା କରୁଛନ୍ତି।ଏଠାରେ ଆମେ ଜଣେଇଦେବାକୁ ଚାହିଁବୁ କି ଚଳିତ ବିଶ୍ୱକପରେ ଟପ ସ୍କୋରରେ ଅଛନ୍ତି ରଚିନ ରବୀନ୍ଦ୍ର। ୯ ଟି ମ୍ୟାଚ ଖେଳି ୭୦.୬୨ ହାରରେ ୫୬୫ ରାନ କରିଛନ୍ତି ରଚିନ। ଯେଉଁଥିରେ ୩ ଟି ସତକ ଏବଂ ୨ ଟି ଅର୍ଧ ସତକ ମଧ୍ୟ ସାମିଲ ଅଛି।ରଚିନଙ୍କ ବାପା R କ୍ରୀଷ୍ଣମୂର୍ତି ୯୦ ଦଶକରେ ଭାରତ ଛାଡି ନ୍ୟୁଜଲାଲଣ୍ଡରେ ଯାଇ ରହିଥିଲେ। ସେହିଠାରେ ହିଁ ରଚିନଙ୍କ ଜନ୍ମ ହୋଇଥିଲା। ରଚିନଙ୍କ ବାପା କୃଷ୍ନମୂର୍ତି ଜଣେ କ୍ରିକେଟ ପ୍ରେମୀ ଏବଂ ସେ ୱଲିଂଟନରେ ଏକ କ୍ରିକେଟ କ୍ଳବ ମଧ୍ୟ ଆରମ୍ଭ କରିଥିଲେ।
ତେବେ କ୍ରିକେଟ ରିଯାଇନ ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ଼ଙ୍କ ପ୍ରଶଂସକ କ୍ରୀଷ୍ଣମୂର୍ତି ନିଜ ପୁଅ ନାଁ ମଧ୍ୟ ରାହୁଲ ଓ ସଚିନଙ୍କ ନାଁକୁ ମିଶାଇ ରଚିନ ରଖିଥିଲେ। ରଚିନ ମଧ୍ୟ ବଡ଼ ହୋଇ ନିଜ ବାପାଙ୍କ ସ୍ୱପ୍ନକୁ ପୂରଣ କରିବା ସହ ଏବେ ନ୍ୟୁଜଲାଲଣ୍ଡ ଦଳ ପାଇଁ କ୍ରିକେଟ ଖେଳୁଛନ୍ତି।ରଚିନ ରବିନ୍ଦ୍ରଙ୍କ ବୟସ ଏବେ ମାତ୍ର ୨୩ ବର୍ଷ ହୋଇଥିବା ବେଳେ ସେ ନିଜର ପଦାର୍ପଣ ବିଶ୍ୱକପରେ ସେ ଦମଦାର ପ୍ରଦର୍ଶନ ଦ୍ୱାରା କ୍ରିକେଟ ପଣ୍ଡିତ ମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।