ବାବର ଆଜମ ଠାରୁ ଗାଦି ଛଡ଼ାଇ ଆଣିଲେ ଶୁଭମାନ ଗିଲ୍
ଦମ୍ ଦେଖାଇଦେଲେ ଶୁବମନ୍ ଗିଲ୍ । ପାକିସ୍ଥାନୀ ଅଧିନାୟକଙ୍କୁ ଦେଲେ ବଡ଼ ଝଟକା। ଗିଲଙ୍କ ଠାରୁ ତଳକୁ ଖସିଗଲେ ବାବର। ବ୍ୟାଟିଂ-ବୋଲିଂ ସବୁଥିରେ ଭାରତୀୟ ଏକ ନମ୍ବର। ହଁ ଦର୍ଶକବନ୍ଧୁ ବିଶ୍ଵ କ୍ରିକେଟରେ ଏବେ ପୁଣିଥରେ ଆରମ୍ଭ ହୋଇ ଯାଇଛି ଭାରତୀୟ ଖେଳାଳୀଙ୍କ ରାଜ୍। ବ୍ୟାଟିଂ ଓ ବୋଲିଂ ସବୁଥିରେ ଏକ ନମ୍ବର ହୋଇଛନ୍ତି ଟିମ୍ ଇଣ୍ଡିଆର ପ୍ଲେୟାର। କିଛିଦିନ ତଳେ ପାକିସ୍ଥାନୀ ଖେଳାଳୀ ଯେଉଁ ଜାଗାରେ ଥିଲେ ଏବେ ସେହି ଜାଗାରେ ରାଜୁତି କରୁଛନ୍ତି ଭାରତୀୟ ଖେଳାଳୀ ।
ଚଳିତ ବିଶ୍ଵକପରେ ଭାରତର ପ୍ରଦର୍ଶନ ସହିତ ତାଳ ଦେଇ ଦଳର ଖେଳାଳିମାନଙ୍କ ବ୍ୟକ୍ତିଗତ ରାଙ୍କିରେ ମଧ୍ୟ ଉନ୍ନତି ଘଟିଛି। ଆଇ.ସି.ସି. ର ସଦ୍ୟ ପ୍ରକାଶିତ ତାଲିକା ଅନୁଯାୟୀ ବିଶ୍ଵର ନମ୍ୱର୍ ୱାନ୍ ବ୍ୟାଟର ହୋଇଛନ୍ତି ଭାରତୀୟ ଷ୍ଟାର ଓ କ୍ନର୍କ ହୋଇଛନ୍ତି ଶୁବମନ୍ ଗିଲ୍ । ଆଉ ପାକିସ୍ଥାନୀ ଅଧିନାୟକ ବାବର ଆଜମଙ୍କୁ ଲାଗିଛି ଜବରଦସ୍ତ ଝଟକା। ପାଖାପାଖି ତିନି ବର୍ଷ ହେବ ଏହି ଆଇ.ସି.ସି. ରାଙ୍କିରେ ଏହି ପାକିସ୍ଥାନୀ ବ୍ୟାଟର୍ ରାଜୁତି କରିଆସୁଥିବା ବେଳେ ଏବେ ତାଙ୍କ ଠାରୁ ଗାଦି ଛଡ଼ାଇ ଆଣିଛନ୍ତି ଭାରତର ଉଦ୍ଦ୍ୟମାନ୍ ଖେଳାଳୀ ଗିଲ୍ ।ଆଠ ଶହ ତିରିଶ ରାଟିଂ ପଏଣ୍ଟ ସହ ଆଇ.ସି.ସି. ଦିନିକିଆ ପୁରୁଷ ବ୍ୟାଟର୍ ତାଲିକାରେ ଶୁବମନ୍ ଗିଲ୍ ଏବେ ଏକ ନମ୍ବରକୁ ଉନ୍ନୀତ ହୋଇଛନ୍ତି। ଆଉ ଆଠ ଶହ ଚବିଶ ପଏଣ୍ଟ ପାଇଁ ବାବର ଆଜମ୍ ଦୁଇ ନମ୍ବର ସ୍ଥାନକୁ ଖସି ଆସିଛନ୍ତି।
ଏହା ସହ ଚଳିତ ବିଶ୍ବକପରେ ଜବରଦସ୍ତ ଫର୍ମରେ ଥିବା ଭାରତୀୟ ଦଳର ତାରକା ବ୍ୟାଟର୍ ବିରାଟ କୋହଲି ବି ଉପରକୁ ଲମ୍ଫ ମାରିଛନ୍ତି। ସାତ ଶହ ସତୁରି ପଏଣ୍ଟ ସହ ତିନିଟି ସ୍ଥାନ ଉପରକୁ ଉଠି ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆର ଏହି ରନ୍ ମେସିନ୍। ତେବେ ଦକ୍ଷିଣ ଆଫ୍ରିକାର ଏହି ଷ୍ଟାର ବ୍ୟାଟର୍ କ୍ୱିନ୍ଟନ୍ ଡିକକ୍ କୋହଲିଙ୍କ ଠାରୁ ଗୋଟିଏ ପଏଣ୍ଟ ଅଧିକ ଅର୍ଥାତ୍ ସାତ ଶହ ଏକସ୍ତରି ରାଟିଂ ପଏଣ୍ଟ ସହ ତିନି ନମ୍ବର ସ୍ଥାନରେ ଅଛନ୍ତି।
ସେହିପରି ଅଷ୍ଟ୍ରେଲିଆ ଓ କ୍ନର୍କ ୱାର୍ନର୍ ସାତ ଶହ ତେୟାଲିଶ ପଏଣ୍ଟ ସହ ପାଞ୍ଚ ନମ୍ବର ସ୍ଥାନରେ ଥିବା ବେଳେ ଭାରତର ଅଧିନାୟକ ତଥା ହିଟ୍ ମ୍ୟାନ୍ ରୋହିତ ଶର୍ମା ଏହି ତାଲିକାରେ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ଏହି ତାଲିକାର ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଅନ୍ୟ କୌଣସି ଭାରତୀୟ ବ୍ୟାଟର୍ ନ ଥିବା ଜଣାପଡ଼ିଛି ।ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି କି ଟିମ୍ ଇଣ୍ଡିଆର ଯୁବ ତାରକା ଶୁବମନ୍ ଗିଲ୍ ପାକିସ୍ଥାନୀ ବ୍ୟାଟରଙ୍କୁ ତଳକୁ ଖସାଇ ଏକ ନମ୍ବର ସ୍ଥାନ ହାସଲ କରିଥିବା ବେଳେ ,ବୋଲିଂ ତାଲିକାରେ ବି ପାକିସ୍ଥାନୀଙ୍କ ରାଜୁତିକୁ ଶେଷ କରିଦେଇଛି ଭାରତ।
ପାକିସ୍ଥାନୀ ଦ୍ରୁତ ବଲର୍ ସାହିନ୍ ସାହା ଆଫ୍ରିଦିଙ୍କୁ ବହୁତ୍ ତଳକୁ ଠେଲି ଦେଇଛନ୍ତି ଭାରତୀୟ ପେସର୍ ମହମ୍ମଦ ଶିରାଜ୍ । ସାତ ଶହ ନଅ ପଏଣ୍ଟ ସହ ଦୁଇଟି ସ୍ଥାନ ଉପରକୁ ଉଠି ଶିରାଜ୍ ଏବେ ଆଇ.ସି.ସି. ଦିନିକିଆ ପୁରୁଷ ବଲର୍ ତାଲିକାରେ ଏକ ନମ୍ବର ଆସନ ହାତେଇ ନେଇଛନ୍ତି। ଆଉ ଗତ ସପ୍ତାହରେ ନମ୍ବର ୱାନ ବୋଲର୍ ଥିବା ଆଫ୍ରିଦି ଏବେ ପାଞ୍ଚ ନମ୍ବର ସ୍ଥାନକୁ ଖସି ଯାଇଛନ୍ତି। ଏହା ସହ ଭାରତୀୟ ଦଳର କଚଟି ସ୍ପିନର କୁଳଦୀପ ଯାଦବ ମଧ୍ୟ ଛଅ ଶହ ଏକଷଠି ପଏଣ୍ଟ ସହ ତିନିଟି ସ୍ଥାନ ଉପରକୁ ଉଠି ଚାରି ନମ୍ବର ବୋଲର୍ ହୋଇଛନ୍ତି। ଆଉ ଛଅ ଶହ ଅଠାବନ ପଏଣ୍ଟ ସହ ଆଫ୍ରିଦି ତାଙ୍କ ତଳକୁ ରହିଛନ୍ତି। ତେବେ ଟିମ୍ ଇଣ୍ଡିଆର ପ୍ରମୁଖ ବେଷ୍ଟ ବୋଲର୍ ଜସ୍ପ୍ରିସ୍ ବୋମ୍ରା ତାଲିକାର ଆଠ ନମ୍ବର ସ୍ଥାନରେ ଥିବା ବେଳେ ବିଶ୍ବକପରେ ଜବରଦସ୍ତ ବୋଲିଂ କରୁଥିବା ମହମ୍ମଦ ସାମୀ ଦଶ ନମ୍ୱରରେ ରହିଛନ୍ତି।