ମୋତେ ମୋ ସ୍ୱାମୀଙ୍କ ପାଖକୁ ଛାଡ଼, ମୁଁ ଶେଷଥର ପାଇଁ ମୁଁ ମୋ ସ୍ୱାମୀଙ୍କୁ ଟିକେ ଦେଖିବି ।
ବନ୍ଧୁଗଣ ଆତଙ୍କବାଦୀଙ୍କ ଡିନାମାଇଟ୍ ବିସ୍ପୋରଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇ ଯାଇଛନ୍ତି । ଆଉ ସେହି ଓଡ଼ିଆ ବିଏସଫ୍ ଯବାନଙ୍କ ନାଁ ପ୍ରକାଶ ଚନ୍ଦ୍ର ଶିଅଳ । ପ୍ରକାଶଙ୍କ ଘର ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଗୋପାଳପୁର ଅଞ୍ଚଳରେ । ତେବେ ପ୍ରକାଶଙ୍କ ମୃ-ତ୍ୟୁ ପରେ ପରିବାର ଲୋକେ ତଥା ସାଙ୍ଗ ସାଥି ଦୁଃ-ଖରେ ମ୍ରି-ୟମା-ଣ ହୋଇ ପଡ଼ିଛନ୍ତି । ସଂପୂର୍ଣ୍ଣ ଅଞ୍ଚଳରେ ଖେଳି ଯାଇଛି ଶୋ-କର ଛାୟା ।
ତେବେ ସୂଚନା ଅନୁଯାୟୀ, ଗତକାଲି ଛତିଶଗଡ଼ କନକେର ଜିଲ୍ଲା ରେଙ୍ଗାଗୁଣ୍ଡିରେ ନିର୍ବାଚନ ପୋଲିଂ ପାର୍ଟିକୁ ସୁର-କ୍ଷା ଦେଇ ନେବାବେଳେ ଡିନାମାଇଟ୍ ବିସ୍ପୋରଣ ଗୁରୁ-ତର ଆ-ହତ ହେଇଥିଲେ । ତେବେ ଗତ ମଙ୍ଗଳବାର ରାତିରେ ତାଙ୍କର ମୃ-ତ୍ୟୁ ଘଟିଛି । ପ୍ରକାଶ ୨୦୦୭ ମସିହାରେ ବିଏସଏଫ୍ରେ କନଷ୍ଟେବଳ ଭାବରେ ଯୋଗ ଦେଇଥିଲେ । ତେବେ ନିଜ ଜନ୍ମମାଟି ପୈତୃକ ଗାଁରେ ପ୍ରକାଶଙ୍କ ମ-ର ଶରୀର ପହଞ୍ଚିବା ପରେ ଶୋକାକୁଳ ହୋଇ ଉଠିଥିଲା ସମ୍ପୂର୍ଣ ପରିବେଶ । ରାଷ୍ଟ୍ରୀୟ ସମ୍ମାନ ଦିଆଯାଇ ରିତିନୀତି ଅନୁସାରେ କରା ଯାଇଛି ଶେଷକୃତ୍ୟ ।
ତେବେ ସହୀଦ ପ୍ରକାଶଙ୍କ ମ-ର ଶରୀର ଗାଁରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦା-ରକ ଦୃଶ୍ୟ । ଦୁଆର ମୁହଁରେ ସହୀଦ ସ୍ଵାମୀ ଆଉ ଘର ଭିତରୁ ସ୍ୱାମୀକୁ ଶେଷଥର ପାଇଁ ଦେଖିବାକୁ ଧାଇଁ ଆସିଥିଲା ସ୍ତ୍ରୀ । ଆଉ ମର ଶରୀର ପାଖରେ ଛିଡା ହୋଇ ହାତରେ ଫୁଲ ମାଳ ଧରି ସ୍ବାମୀଙ୍କୁ ଅନ୍ତିମ ବିଦାୟ ଦେଉଛନ୍ତି । ଆଉ ମନେ ମନେ କହୁଥିଲେ ମୋ ହାତରୁ ଶେଷଥର ପାଇଁ ମାଳ ପିନ୍ଧିଦିଅ । ଆଉ କାନ୍ଦି କାନ୍ଦି କହୁଥିଲେ ଏହି ସ୍ୱାର୍ଥପର ଦୁନିଆରେ ତାଙ୍କୁ ଏକା କରି ଆରପାରିକୁ ଚାଲିଗଲେ ।
ସାତ ଜନ୍ମର ସାଥି ହେବାପାଇଁ କଥା ଦେଇ ସ୍ତ୍ରୀକୁ ଛାଡ଼ି ପରକରି ଚାଲିଗଲେ ସ୍ଵାମୀ । ହାତରେ ଫୁଲମାଳ ଧରି ଧର୍ଯ୍ୟର ସହ ସ୍ଵାମୀଙ୍କ ମର ଶରୀର ନିକଟରେ ଛିଡ଼ା ହୋଇଛନ୍ତି ସ୍ତ୍ରୀ । ଆଉ ସ୍ତ୍ରୀଙ୍କ ଆଖିରେ ରହିଛି ଅବିଶ୍ରାନ୍ତ ଲୁହ । ଛାତିକୁ ବାଡ଼େଇ ଚି-ତ୍କାର କରି କାନ୍ଦୁଥିଲେ ସ୍ତ୍ରୀ ଆଉ କା-ନ୍ଦି କା-ନ୍ଦି ସ୍ବାମୀଙ୍କୁ କହୁଛନ୍ତି ଉଠିଯାଓ । ସେ ଜାଣିଛନ୍ତି ତାଙ୍କ ସ୍ଵାମୀ ବୀରଗତି ପ୍ରାପ୍ତ ହୋଇଛନ୍ତି ତଥାପି ମନକୁ ବୁଝାଇ ପାରୁନଥିଲେ । ଆଉ ସ୍ତ୍ରୀର ଅବସ୍ଥା ଦେଖି ଉପସ୍ଥିତ ସବୁ ଲୋକ ମଧ୍ୟ ଧର୍ଯ୍ୟହରା ହୋଇପଡୁଥିଲେ ।