ଅଡିଓ କଲ୍ ଭାଇରାଲ କରି ସମସ୍ତଙ୍କ ପୋଲ ଖୋଲି ଦେଲେ ମନୋଜ ମିଶ୍ର ।

ବନ୍ଧୁଗଣ ଦିନକୁ ଦିନ ତେଜୁଛି ଓଲିଉଡ଼ କଳି । ଆଉ ଏହାରି ମଧ୍ୟରେ ଅଭିନେତା ମନୋଜ ମିଶ୍ର ସାର୍ବଜନୀନ କରିଛନ୍ତି କଲ ରେକର୍ଡ । ବାସନ୍ଦ ହେବା ପୂର୍ବରୁ ଏବଂ ଏବେ ବସିଥିବା ପ୍ରଯୋଜକ ବୈଠକ ବେଳେ ମନୋଜ କଣ କଥା ହୋଇଥିଲେ ତାହା ନିଜେ ସାର୍ବଜନୀନ କରିଛନ୍ତି ମନୋଜ ମିଶ୍ର । ତେବେ ଏହି ତିନି ଜଣ ହେଉଛନ୍ତି ପ୍ରଯୋଜକ ସ୍ଥିତ ପଟ୍ଟନାୟକ, ଟୁଟୁ ନାୟକ ଏବଂ କୁନା ତ୍ରିପାଠୀ । ମନୋଜ ମିଶ୍ର ନିଜେ ଫେସବୁକରେ ଅଡିଓ କଲ ପ୍ରଘଟ କରିଛନ୍ତି ।

ଉଭୟଙ୍କ ସହ ମନୋଜ ମିଶ୍ର କଥା ହେଉଥିବା କଲ ରେକର୍ଡରୁ ଜଣାପଡିଛି । ଯେଉଁଥିରେ ବାସନ୍ଦ କରିବା ପଛରେ ଟୁଟୁ ନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣାପଡିଛି । କିନ୍ତୁ ଟୁଟୁ ନାୟକଙ୍କ ସମେତ ପୂର୍ବରୁ କଥାବାର୍ତା ସମୟରେ ମନୋଜଙ୍କୁ ସେ କହୁଛନ୍ତି ଯେ ଅନୁଭବ ଓ ଅରିନ୍ଦମ ନିଶ୍ଚିତ ଭାବେ ନିଆଁରେ ଘିଅ ଢାଳିଛନ୍ତି । ଅନ୍ୟପଟେ ମଧ୍ୟ ପ୍ରଯୋଜକ ସ୍ଥିତ ପଟ୍ଟନାୟକଙ୍କ କଥାରୁ ଜଣାପଡୁଛି ଯେ ବାସନ୍ଦ ବେଳେ ଜଣେ ପ୍ରଯୋଜକ ବିରୋଧ କରିଥିଲେ ।

ଏହାପରେ କଳାକାର ସଂଘର ସଂପାଦକ ଶ୍ରୀତମ ଦାସ ବାସନ୍ଦକୁ ସମର୍ଥନ କରୁଥିବା ଜଣାପଡିଛି । ସ୍ପିକର ରେ ଥିଲା ବେଳେ ଶ୍ରୀତମ କୁଆଡ଼େ କହିଥିଲେ ଯେ, “ହଁ ଅତିରିକ୍ତ ହେଉଛି ଆପଣମାନେ ମନୋଜଙ୍କୁ ଵ୍ୟାନ୍ କର ମୁଁ ଆପଣଙ୍କ ସହିତ ଅଛି” । ଯାହାକି ଉପସ୍ଥିତ ସମସ୍ତେ ଶୁଣିଥିଲେ ଏବଂ ପ୍ରଯୋଜକ ସ୍ଥିତ ପଟ୍ଟନାୟକ ଫୋନ ରେ ଏହାଅନୋଜଙ୍କୁ କହୁଥିବା ଅଡିଓ ରେକର୍ଡ଼ରେ ଶୁଣିବାକୁ ମିଳିଛି ।

ସେହିପରି କୁନା ତ୍ରିପାଠୀଙ୍କ ସହ ମନୋଜଙ୍କ କଥାବର୍ତାର ଅଡିଓ ଜାରି ହୋଇଛି । ଯେଉଁଥିରେ ମନୋଜ କହୁଛନ୍ତି, ତାଙ୍କ ମା ଅସୁସ୍ଥ ଥିବାରୁ ସେ ପ୍ରଯୋଜକ ବୈଠକକୁ ଆସି ପାରିନଥିଲେ ବୋଲି । ତେବେ ବନ୍ଧୁଗଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦିନକୁ ଦିନ ବଢି ଚାଲିଛି କଳି I ମନୋଜ ମିଶ୍ରଙ୍କୁ ନେଇ ବିବାଦରେ ଆସିଛି ନୂଆ ମୋଡ଼ I ଏବେ ଓଡ଼ିଆ ଫିଲ୍ମ ପ୍ରଡ୍ୟୁସର ଟୁଟୁ ନାୟକ ଓ ମନୋଜ ମିଶ୍ରଙ୍କ ଅଡିଓ କଲ ଭାଇରାଲ ହେବା ପରେ ତାଙ୍କ ସହିତ ସମସ୍ତେ ମିଶି ଖେଳୁଛନ୍ତି ବୋଲି ଏମିତି କିଛି କହିଛନ୍ତି ମନୋଜ ମିଶ୍ର I

Leave a Reply

Your email address will not be published. Required fields are marked *