୫ ଟି ୱେକେଟ ନେବା ପରେ ମୁଣ୍ଡ ଉପରେ ବଲ ବୁଲାଇଲେ ସାମି। ଯାହା ଉପରୁ ପରଦା ଉଠାଇଛନ୍ତି ଶୁଭମନ ଗିଲ।
୫ ଟି ୱେକେଟ ନେବା ପରେ ଏମିତି କଲେ ସାମି। ଯାହାକୁ ନେଇ ଚିନ୍ତାରେ ପଡିଲେ ଦର୍ଶକ। ମ୍ୟାଚ ପରେ ଶୁଭମନ ଖୋଲିଲେ ସାମୀଙ୍କ ରାଜ।ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିଲା ନାହିଁ ସିଙ୍ଗଳି ଟିମ। ଚିତପୋଟାଙ୍ଗ ହୋଇ ପଡିଗଲା। ୩ ପେଜ ବୋଲର ଶ୍ରୀଲଙ୍କା ଦଳର ବିଶ୍ୱକପ ଜିତିବାର ସ୍ୱପ୍ନ ଭାଙ୍ଗି ଚରମାର କରିଦେଇଛନ୍ତି। ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂ। ଉଭୟ କ୍ଷେତ୍ରରେ ଟିମ ଇଣ୍ଡିଆ କମାଲ କରିଥିଲା। ଆଉ ଏହି ମ୍ୟାଚରେ ସାମୀଙ୍କ ପ୍ରଦର୍ଶନ ଉଚକୋଟିର ଥିଲା। ସାମି ୫ ଟି ୱେକେଟ ନେବା ପରେ ନିଜ ମୁଣ୍ଡ ଉପରେ ବଲ ଘୁରାଇଥିଲେ। ହେଲେ ଏମିତି କଣ ପାଇଁ ସେ କଲେ ତାହା କେହି କିଛି ବୁଝି ପାରିନଥିଲେ।
ଖେଳ ସରିବା ପରେ ଏହା ଉପରେ ପରଦା ଉଠାଇଥିଲେ ଅପନର ଶୁଭମନ ଗିଲ। ପ୍ରେଜେନଷ୍ଟେସନ ପାର୍ଟିରେ ସେ ସବୁ ସତ କଥା ବଖାଣି ଦେଇଥିଲେ। ଆଉ ତାପରେ ସବୁ କ୍ରିକେଟ ପ୍ରେମୀ ସବୁ ସତ କଥା ଜାଣିବାକୁ ପାଇଥିଲେ।ବିଶ୍ୱକପରେ ଆଜି ମୁହାଁ ମୁହିଁ ହୋଇଥିଲେ ଭାରତ ଏବଂ ଶ୍ରୀଲଙ୍କା। ଟସ ନେଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ସିଙ୍ଗଳ ଦଳ। ପ୍ରଥମ ବୋଲକୁ ଚୌକା ମାରିଥିଲେ ରୋହିତ ଶର୍ମା। ହେଲେ ଦ୍ୱିତୀୟ ବୋଲରେ ସେ କିନ୍ତୁ କିଲିଂ ବଲ ହୋଇଥିଲେ। ଏହାପରେ ମଙ୍ଗ ସମ୍ଭାଳି ଥିଲେ ବିରାଟ ଓ ଗିଲ। ଉଭୟ ଅର୍ଦ୍ଧ ସତକ ହାସଲ କରିବା ପରେ ଆଉଟ ହୋଇଯାଇଥିଲେ।
ଫୋର୍ମରେ ନଥିବା ଆୟର ଆଜିର ମ୍ୟାଚରେ ଅର୍ଦ୍ଧ ସତକ ହାସଲ କରିଥିଲେ ଆଉ ଫୋର୍ମକୁ ଫେରିଥିଲେ। ଭାରତ ନିର୍ଧାରିତ ୫୦ ଓଭରରେ ୩୫୭ ରନ କରିବାକୁ ସଫଳ ହୋଇଥିଲା। ଗିଲ ଦଳ ପକ୍ଷରୁ ସର୍ବାଧିକ ୯୨ ରନ କରିଥିଲେ।୩୫୮ ରନକୁ ଚେଞ୍ଜ କରିବା ପାଇଁ ଓଲ୍ହାଇ ଥିଲା ଶ୍ରୀଲଙ୍କା ଦଳ। ହେଲେ ଏହା ପରେ ଆରମ୍ଭ ହୋଇଥିଲା ବୁମ୍ରା ସିରାଜ ଏବଂ ସାମୀସ୍ୱ। ପ୍ରଥମ ବଲରେ ସଫଳତା ଦେଇଥିଲେ ଯଶପ୍ରୀତ ବୁମ୍ରା। ଦ୍ୱିତୀୟ ଓଭରେ କିନ୍ତୁ ଜଲବା ଦେଖାଇଥିଲେ ମହମଦ ସିରାଜ। ସେହି ଓଭରରେ ସେ ଦୁଇଟି ୱେକେଟ ନେଇଥିଲେ। ଆଉ ଏହାପରେ ଭାରତୀୟ ବୋଲରଙ୍କ ୱେକେଟ ନେବାର ଗାଡି ଅଟକି ନଥିଲା। ଗୋଟିଏ ପରେ ଗୋଟିଏ ଆଉଟ କରି ଶ୍ରୀଲଙ୍କାକୁ ବ୍ୟାଟିଂ ବିପର୍ଯ୍ୟର ସମୁଖୀନ କରାଇଥିଲେ ସାମି ସିରାଜ ବୁମ୍ରା।
ବୁମ୍ରାଙ୍କ ସ୍ପେଲ ସରିବା ପରେ ବୋଲିଂ କରିବାକୁ ଆସିଥିଲେ ମହମଦ ସାମି। ଆଉ ପ୍ରଥମ ଓଭରରେ ନେଇଥିଲେ ୨ ଟି ୱେକେଟ। ଆଉ ତାଙ୍କର ଘାତକ ସ୍ପେଲ ଆଗରେ ଶ୍ରୀଲଙ୍କା ଦଳ ମୁଣ୍ଡ ନୁଆଁଇ ଦେଇଥିଲା। ତାଙ୍କର ଯାଦୁଇ ବଲ ଆଗରେ କୌଣସି କୌଣସି ବ୍ୟାଟର ବେସି ସମୟ ତିଷ୍ଠି ପାରିନଥିଲେ। ଶେଷରେ ୧୯.୪ ଓଭରେ ୯୫ ରନରେ ଅଲାଆଉଟ ହୋଇଯାଇଥିଲା ଶ୍ରୀଲଙ୍କା।ସାମି ସର୍ବାଧିକ ୫ ଟି ଏବଂ ସିରାଜ ୩ଟି ୱେକେଟ ନେଇଥିଲେ। ୫ଟି ୱେକେଟ ନେବା ପରେ ସାମି ଏମିତି କିଛି କରିଥିଲେ ଯାହାକୁ ନେଇକି କେହି କିଛି ବୁଝି ପାରିନଥିଲେ। ହେଲେ ପ୍ରେଜେନଷ୍ଟେସନ ପାର୍ଟିରେ ସବୁ କିଛି ସତ ବଖାଣି ଦେଇଥିଲେ ଶୁଭମନ ଗିଲ।
କଥା ହେଉଛି ସାମି ନିଜ ମୁଣ୍ଡ ଉପରେ ବଲ ଘୁରାଇଥିଲେ ଯେତେବେଳେ ସେ ୫ଟି ସଫଳତା ନିଜ ନାଁରେ କରିଥିଲେ। ଆଉ ସେ କଣ କହିବାକୁ ଚାହୁଁଥିଲେ ଏବେ ତାହା ଜଣା ପଡିଯାଇଛି। ପ୍ରକୃତ ସତ କଥା ହେଉଛି ସାମି ଭାରତୀୟ ବୋଲିଂ କଚକୁ ଏହି ଇସାରା ଦେଇଥିଲେ ବୋଲିଂ କଚ ପରାସ ମାମ୍ରେଙ୍କ ମୁଣ୍ଡରେ ବାଳ ନଥିବାରୁ ତାଙ୍କୁ ଏହି ଇସାରା କରିଥିଲେ ମହମଦ ସାମି। ଆଉ ଏକଥା ସମସ୍ତ ଦର୍ଶକଙ୍କୁ ଜଣାଇଦେଇଥିଲେ ଗିଲ।ତେବେ ଭାରତ ଏହି ମ୍ୟାଚ ଜିତିବା ପରେ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି।