ଛୋଟବେଳେ ଆମେ ସାରଙ୍କ ପାଖରେ ପାଠ ପଢିଥିଲୁ… ଆଜି ସେ ଆମ ମୁଖ୍ୟମନ୍ତ୍ରୀ ହେଲେ ଆମେ ଭାରି ଖୁସି ।

ବନ୍ଧୁଗଣ ବର୍ତ୍ତମାନ ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ । ‘ନବୀନ ଯୁଗ’ ରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ଆରମ୍ଭ ହେଉଛି ‘ମୋହନ ଯୁଗ’ । ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶା ପାଇଛି ଆଉ ଜଣେ ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପି ବିଧାୟକ ଦଳର ନେତା ମୋହନ ମାଝୀ । ବିଜେପି ସରକାରରେ ଆଜିଠାରୁ ମୋହନ ମାଝୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପାଇଛି ସାରା ଓଡ଼ିଶା । ନୂଆ ମୁଖ୍ୟମନ୍ତ୍ରୀ ପାଇଥିବାରୁ ଓଡ଼ିଶାବାସୀ ମଧ୍ୟ ବହୁତ ଖୁସି ଅଛନ୍ତି । ଲୋକମାନଙ୍କ ସେବା କରିବା ପାଇଁ ତାଙ୍କୁ ବଛାଯାଇଛି ।

ତେବେ ବର୍ତମାନ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଗଲା କେନ୍ଦୁଝର ରାଇକଳା ଗାଁ । କିଏ ଜାଣିଥିଲା ଏହି ଅଖ୍ୟାତପଲ୍ଲୀର ପୁଅ ରାତାରାତି ବିଖ୍ୟାତ ହେବେ ବୋଲି । ପ୍ରତିଟି ପ୍ରତିବନ୍ଧକ ଓ ଗରିବୀର ତାଡ଼ନାକୁ ଅତିକ୍ରମ କରି ମୁଖ୍ୟମନ୍ତ୍ରୀ ହେବା ସହ ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ସେ ଏବେ ବନିଛନ୍ତି ଭାଗ୍ୟବିଧାତା । ଆଜି ଯିଏ ଶୁଣୁଛନ୍ତି ତାଙ୍କରି କଥା, ଆତ୍ମବିଭୋର ହେଉଛନ୍ତି । ପରିବାର ଲୋକଙ୍କ ସମେତ ଆତ୍ମୀୟ ସ୍ବଜନ, ବନ୍ଧୁ ପରିଜନ, ପାଠ ପଢ଼ାଇଥିବା ଗୁରୁଜନ ତଥା ତାଙ୍କ ପାଖରୁ ପାଠ ପଢିଥିବା ପିଲା ସମସ୍ତଙ୍କ ମନ ଆଜି କୁଣ୍ଢେମୋଟ।

ତେବେ ନିକଟରେ ମୂଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟରୁ ପାଠ ପଢିଥିବା ପିଲାଙ୍କ ସହିତ ଏକ ସାକ୍ଷାତକାର ସମୟରେ ସେମାନେ କହିଛନ୍ତି ଯେ ତାଙ୍କ ଘର କେଉଁଝରରେ ଓ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରୀ ହେଉଛନ୍ତି ସେମାନେ । ମୋହନ ମାଝୀଙ୍କ ଠାରୁ ପାଠ ପଢ଼ିଛନ୍ତି ସେମାନେ ତାଙ୍କ ଷ୍ଟୁଡେଣ୍ଟ୍ । ତେଣୁ ସେମାନେ ବହୁତ୍ ଉତ୍ସାହିତ ଅଛନ୍ତି ଓଡିଶାରେ ବିଜେପି ସରକାର ଆସିଲା । ଆଗକୁ ଏ ସରକାର କେଉଁ ଦିଗରେ ବିଶେଷ କରି ଆଇଟି ସେକ୍ଟରରେ ଓଡିଶାରେ କଣ କଣ ସବୁ ଡେଭେଲପମେଣ୍ଟ କରୁଛନ୍ତି ତାହା ଦେଖିବାକୁ ଉତ୍ସାହିତ ।

ଏତେ ଦିନ ପରେ ଓଡ଼ିଶାକୁ ଗୋଟେ ପରିବର୍ତ୍ତନର ଆବଶ୍ୟକତା ଥିଲା ଯେଉଁଟା କି ବର୍ତ୍ତମାନ ହେଇଛି । ଓଡ଼ିଶାରେ ପଦ୍ମ ଫୁଲ ଫୁଟିଛି ତ ଏବେ ସମସ୍ତଙ୍କ ଆଶା ଗୋଟେ ଅଛି ଯେ ଓଡ଼ିଶାରେ କିଛି ଗୋଟେ ଡେଭେଲପମେଣ୍ଟ ହେବ । ନୂତନ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଟିଚର୍ ଥିଲେ । ଛୋଟବେଳେ ସେ ଶିଶୁ ମନ୍ଦିରରେ ପାଠ ପଢୁଥିଲେ ଆଉ ତାଙ୍କୁ ପାଠ ପଢ଼ାଇଥିବରୁ ବହୁତ୍ ଖୁସି ଲାଗୁଛି ଯେ ତାଙ୍କ ଜନ୍ମ ମାଟିର ଲୋକ ଜଣେ ଆଜି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବହୁତ୍ କିଛି ଆଶା ଅଛି ଏବଂ ସେସବୁ ନିଶ୍ଚୟ ପୂରଣ ହେବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *