ଜାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର କେତେ ସମ୍ପତ୍ତି ରହିଛି। ଏତିକି କୋଟି ଟଙ୍କାର ମାଲିକ ହେଉଛନ୍ତି CM।

ଶିକ୍ଷକରୁ କ୍ୟାରିୟର ଆରମ୍ଭ କରି ହୋଇଥିଲେ ବିଧାୟକ। ଆଜି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। ଜାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର କେତେ ସମ୍ପତ୍ତି ରହିଛି? ଏତିକି କୋଟି ଟଙ୍କାର ମାଲିକ ହେଉଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଆଜ୍ଞା ହଁ ବନ୍ଧୁଗଣ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ। ଗୁରୁଜୀ ରୁ ହୋଇଥିଲେ ସରପଞ୍ଚ। ଏହା ପରେ ବିଧାୟକ ଥିଲେ। ଆଉ ଏବେ ଓଡ଼ିଶାରେ ହେବାକୁ ଯାଉଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ଆଉ କିଛି ଘଣ୍ଟାର ଅପେକ୍ଷା ପରେ ବରିଷ୍ଠ ବିଜେପି ନେତା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ କାଲି ନାମ ଘୋଷଣା ପରେ ପରିବାର ଲୋକେ ଏବଂ ମୋହନ ମାଝୀ ଭାବ ବିହଳ ହୋଇପଡିଛନ୍ତି। ଆଉ ଏନେଇ ତାଙ୍କ ବାସଭବନରେ ଦେଖିବାକୁ ମିଳିଥିକା ସେଲିବ୍ରେସନର ମାହଲ। ପରିବାର ଲୋକେ ପରସ୍ପରକୁ ମିଠା ଖୁଆଇ ବେସ ଆନନ୍ଦ ଏବଂ ହସ ଖୁସିରେ ସେଲିବ୍ରେଟ କରିଥିଲେ। ଏହା ସହିତ ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ସାଙ୍ଗସାଥି ବନ୍ଧୁ ପରିଜନ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଆସି ମୋହନ ମାଝୀ ଓ ତାଙ୍କ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏପଟେ ମୋହନ ମାଝୀଙ୍କ ପତ୍ନୀ ହେଉଛନ୍ତି ଜଣେ ହୋମିଓପ୍ୟାଥିକ ଡାକ୍ତର। ସେ ଦୀର୍ଘ ଦିନ ଧରି ଲୋକଙ୍କୁ ସେବା ଯୋଗାଇବା ପରେ ଏବେ ସେ ଚାକିରୀ ଛାଡିଛନ୍ତି। ଆଉ ହଠାତ ଗତ କାଲି ସ୍ବାମୀଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହେବା ପରେ ପତ୍ନୀଙ୍କର ଖୁସି ତ ନକହିଲେ ସରେ। ଏହା ସହ କହିଛନ୍ତି ମୁଁ ଭାବିଥିଲି ମନ୍ତ୍ରୀ ହେବେ ବୋଲି କିନ୍ତୁ ସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ପାଇଥିବାରୁ ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି ମୋହନ ମାଝୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି।।ମୁଁ ତାଙ୍କ ପତ୍ନୀ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି।

ପ୍ରିୟ ମୁଖ୍ୟମନ୍ତ୍ରୀ ପାଇଥିବାରୁ ଓଡିଶାବାସୀ ମଧ୍ୟ ବେସ ଖୁସି ଅଛନ୍ତି। ଲୋକଙ୍କ ସେବା କରିବା ପାଇଁ ତାଙ୍କୁ ବଛା ଯାଇଛି। ଆଜି ବିଧିବଦ୍ଧ ଭାବେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ ଭୁବନେଶ୍ୱର ଜନ୍ତା ମୈଦାନରେ ଆୟୋଜନ ମଧ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ।

ଗତ କାଲି ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ଅଡର ଅଫ ଆପାର୍ଟମେଂଟ ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ବୟସ ହେଉଛି ୫୩ ବର୍ଷ। ସେ କେନ୍ଦୁଝର ଆସନରୁ ୨୦୦୦ ମସିହାରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ସେ ୨୦୦୪ ରୁ ୨୦୦୯ ଏବଂ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ବିଧାୟକ ଅଛନ୍ତି। ଏବେ ମୋହନ ମାଝୀଙ୍କ ଉପରେ CM ମୁକୁଟ।

ତେବେ ନଜର ପକାନ୍ତୁ ମୋହନ ମାଝୀଙ୍କର କେତେ ରହିଛି ସମ୍ପତି?

ମୋହନ ମାଝୀଙ୍କର ସତ୍ୟପାଠ ଅନୁସାରେ ତାଙ୍କର ସମ୍ପତ୍ତି ରହିଛି ୧ କୋଟି ୯୭ ଲକ୍ଷ ୮୨ ହଜାର ଟଙ୍କାର ସମ୍ପତି। ତେବେ ଏଥିରେ ମୋହନଙ୍କର ପତ୍ନୀଙ୍କର ମଧ୍ୟ ସମ୍ପତ୍ତି ରହିଛି। ରାଜଧାନୀ ଭୁବନେଶ୍ବରରେ ବି ମଧ୍ୟ ତାଙ୍କର ଘରଟିଏ ନାହିଁ। ମୋହନ ମାଝୀଙ୍କ ମୁଣ୍ଡରେ ରହିଛି ୯୫ ଲକ୍ଷ ଟଙ୍କାର ଋଣ। ଖାଲି ତାଙ୍କ ପତ୍ନୀ ନାଁରେ ଗୋଟେ ପେଟ୍ରୋଲ ପମ୍ପ ରହିଥିବା ଜଣା ପଡ଼ିଛି। ମୋହନ ମାଝୀଙ୍କର ମା ମଧ୍ୟ ପୁଅ ମୁଖ୍ୟମନ୍ତ୍ରୀ ହେବା ଖବର ଶୁଣି ଛାତି କୁଣ୍ଢେମୋଟ ହୋଇଯାଉଛି।

Leave a Reply

Your email address will not be published. Required fields are marked *