କିଏ ଏହି ମହିଳା ? ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସେ କାହିଁକି ସାମିଲ ହେବେ I

ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ । ଆସନ୍ତା କାଲି ଶପଥ ଗ୍ରହଣ । ହେଲେ କିଏ ଏହି ମହିଳା? ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସେ କାହିଁକି ସାମିଲ୍ ହେବେ । ହଁ ଆଜ୍ଞା ବନ୍ଧୁଗଣ ଜୁନ୍ ୯ ଅର୍ଥାତ୍ ଅସନ୍ତା କାଲି ନରେନ୍ଦ୍ର ମୋଦୀ କ୍ରମାଗତ ଭାବରେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ସେଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ପୁରା କଡ଼ା ସୁରକ୍ଷାରେ ରହିଛି ରାଜଧାନୀ ଦିଲ୍ଲୀ । କାରଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ବିଦେଶରୁ ବହୁତ୍ ଅତିଥି ଯୋଗ ଦେବାକୁ ଯାଉଛନ୍ତି । କିନ୍ତୁ ଏହି ଅତିଥି ତାଲିକାରେ ଭାରତର ଅନେକ ଲୋକଙ୍କ ନାଁ ମଧ୍ୟ ରହିଛି । ତେବେ ସୂଚନା ଅନୁସାରେ ପିଏମ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ୮ ହଜାର ଅତିଥି ଯୋଗ ଦେବେ । ସେମାନଙ୍କ ମଧ୍ୟରୁ ଜଣେ ଦକ୍ଷିଣ ରେଳବାଇର ଚେନ୍ନାଇ ବିଭାଗର ବରିଷ୍ଠ ସହକାରୀ ଲୋକ-ପାଇଲଟ ଐଶ୍ୱର୍ଯ୍ୟା ଏସ ମେନନ୍ ସାମିଲ ହେବେ ।

ତେବେ କିଏ ଏହି ଐଶ୍ୱର୍ଯ୍ୟା ଏସ ମେନନ୍? ଅଧିକାରୀଙ୍କ କହିବା ଅନୁସାରେ ବର୍ତମାନ ସେ ବନ୍ଦେ ଭାରତ ଟ୍ରେନରେ କାମ କରୁଛନ୍ତି । ଐଶ୍ୱର୍ଯ୍ୟା ଏସ ମେନନ୍ ଜଣେ ଲୋକ-ପାଇଲଟ୍ ଭାବରେ କାର୍ଯ୍ୟ କରନ୍ତି । ସେ ଚେନ୍ନାଇ ବିଜୟୱାଡା ଏବଂ ଚେନ୍ନାଇ କୋଏମ୍ବାଟୁର୍ ର ବନ୍ଦେ ଭାରତ ଏକ୍ସପ୍ରେସ ସେବା ଆରମ୍ଭ କରି ପରିଚାଳନା କରିଥିଲେ । ତାଙ୍କ କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମେନେନ୍ ବହୁତ୍ ବରିଷ୍ଠ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେଇଛନ୍ତି । ତେଣୁ ସେ ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରୀୟ ଭବନରେ ଆୟୋଜିତ ହେବାକୁ ଥିବା ତୃତୀୟ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ନିମନ୍ତ୍ରିତ ହୋଇଥିବା ରେଳ କର୍ମଚାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ କେବଳ ଐଶ୍ୱର୍ଯ୍ୟା ଏସ ମେନନ୍ ନୁହଁନ୍ତି ଏସିଆର ପ୍ରଥମ ମହିଳା ଲୋକ-ପାଇଲଟ୍ ସୁରେଖା ଯାଦବ ମଧ୍ୟ ଯୋଗ ଦେବେ । ୧୯୮୮ ମସିହାରେ ସେ ଭାରତର ପ୍ରଥମ ମହିଳା ଟ୍ରେନ୍ ଡ୍ରାଇଭର ହୋଇଥିଲେ । କିଛି ବର୍ଷ ହେବ ରେଳବାଇ ପକ୍ଷରୁ ଟ୍ରେନ୍ ଡ୍ରାଇଭର ନାଁ ପରିବର୍ତ୍ତନ କରାଯାଇ ଲୋକୋ ପାଇଲଟ୍ ରଖାଯାଇଛି । ସୁରେଖା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରୁ ବନ୍ଦେ ଭାରତ ଟ୍ରେନ୍ ସଂଚାଳନ କରୁଛନ୍ତି । ସେ ଦେଶର ବିଳାସପୂର୍ଣ୍ଣ ଟ୍ରେନ୍ ଡିକାନ୍ କୁଇନ୍ ମଧ୍ୟ ଚଲାଇଛନ୍ତି ।

Leave a Reply

Your email address will not be published. Required fields are marked *