ପାଣ୍ଡିଆନଙ୍କୁ ନେଇ ବଡ଼ କଥା କହିଦେଲେ ନବୀନ । ପୂରା ଓଡ଼ିଶା ବିରୋଧ କରୁଥିବା ବେଳେ ସପୋର୍ଟ କଲେ ନବୀନ ।

ଓଡ଼ିଶାରେ ବିଜେଡିର ପରାଜୟ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଲେ ନବୀନ । ଆଜି ନବୀନ ନିବାସରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି, ଓଡ଼ିଶାର ଜନତାଙ୍କୁ ସେମାନଙ୍କ ଆଶିର୍ବାଦ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ଆମ ସରକାରଙ୍କ ଉପଲବ୍ଧକୁ ନେଇ ଗର୍ବିତ । ଗଣତନ୍ତ୍ରରେ ବିଜୟ କିମ୍ବା ପରାଜୟ ହୋଇଥାଏ । ଓଡ଼ିଶାର ସାଢେ ୪ କୋଟି ଜନତା ମୋ ପରିବାର ଓ ମୁଁ ସେମାନଙ୍କ ସେବା ଜାରି ରଖିବି । ପରାଜୟକୁ ସାଦରତା ସହ ଗ୍ରହଣ କରୁଛୁ । ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହାସହ ନିଜର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କହିଲେ ନବୀନ । କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ନବୀନ ମଧ୍ୟ କହିଥିଲେ, ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ । ଆହୁରି ମଧ୍ୟ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି ବୋଲି ପୁଣି ସ୍ପଷ୍ଟ କଲେ ନବୀନ । କହିଲେ, ସେ ନିର୍ବାଚନ ଲଢ଼ି ନାହାନ୍ତି କି କୌଣସି ଦଳୀୟ ପଦବିରେ ନାହାନ୍ତି । ପାଣ୍ଡିଆନ ସ୍ବାସ୍ଥ୍ୟ, ଶିକ୍ଷା ଓ ମନ୍ଦିର ରୂପାନ୍ତରଣରେ ଭଲ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ବାତ୍ୟା ଓ କୋଭିଡ୍ କାଳରେ ପାଣ୍ଡିଆନ ବହୁତ ଭଲ କାମ କରିଥିବା କଥା ମଧ୍ୟ ଦୋହରାଇଛନ୍ତି ନବୀନ । ଭଲ କାମ କରି ଅବସର ନେଇ ପାଣ୍ଡ୍ୟା ରାଜନୀତିରେ ଯୋଗ ଦେଇଛନ୍ତି । ବିଜେଡିରେ ଯୋଗ ଦେବା ପରେ ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନ ଜଣେ ସଚ୍ଚୋଟ ଓ ଦକ୍ଷ ବ୍ୟକ୍ତି ବୋଲି ନବୀନ କହିଛନ୍ତି । ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଉତ୍ତରାଧିକାରୀ ଓଡ଼ିଶାବାସୀ ହିଁ ବାଛିବେ । ତେବେ ଏଠାରେ ସୂଚାଇ ଦିଆbଯାଇପାରେ କି ରାଜ୍ୟରେ ବିଜେଡିର ବିପର୍ଯ୍ୟୟ ଲାଗି ଭି.କେ ପାଣ୍ଡିଆନଙ୍କୁ ହିଁ ଦାୟୀ କରାଯାଉଛି ।

ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ୨୪ ବର୍ଷର ସ୍ୱଚ୍ଛ ଶାସନ ସତ୍ତ୍ୱେ ଚଳିତ ନିର୍ବାଚନରେ ସେ ହାରିବାର ମୁଖ୍ୟ କାରଣ ପାଣ୍ଡିଆନ୍ ବୋଲି କୁହାଯାଉଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଦଳ ମଧ୍ୟରେ ବହୁ ନେତା ମଧ୍ୟ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି । ତେବେ ଆଜି ଏ ସଂପର୍କରେ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ସେ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଛନ୍ତି ଓ ସମାଲୋଚକମାନଙ୍କୁ ନିନ୍ଦା କରିଛନ୍ତି ।

Leave a Reply

Your email address will not be published. Required fields are marked *