ହଠାତ ନବୀନ ନିବାସରେ ପହଁଚିଗଲେ ଅରୁଣ। ଏବେ ଅରୁଣ ପଟ୍ଟନାୟକଙ୍କୁ ରାଜନୀତି ଶିଖାଇବେ ନବୀନ।

ଓଡିଶା ଆସିଲେ ନବୀନଙ୍କ ପୁତୁରା ଅରୁଣ। ଅରୁଣ ପଟ୍ଟନାୟକଙ୍କୁ ରାଜନୀତି ଶିଖାଇବେ ନବୀନ। ଓଡ଼ିଶାରେ ନବୀନଙ୍କ ପରେ ମଙ୍ଗ ଧରିବେ ଅରୁଣ। ବିଜେଡିର ବଡ଼ ବଡ଼ ମୁଣ୍ଡି ଏବେ ଅରୁଣଙ୍କ ଅଧୀନରେ କାମ କରିବେ।ନବୀନ ନିବାସରେ ଅରୁଣ। ଶୁକ୍ରବାର ଦିନ ନବୀନ ନିବାସରେ ପହଁଚିଯାଇଛନ୍ତି ପୁତୁରା ଅରୁଣ ପଟ୍ଟନାୟକ। ଆଉ ଏବେ ହାତ ଧରି ଅରୁଣ ପଟ୍ଟନାୟକଙ୍କୁ ଶିଖାଇବେ କ’ଣ କ’ଣ କରିବାକୁ ହେବ। ନବୀନ ପାଲଟିବେ ଅରୁଣଙ୍କ ଗୁରୁ। ସବୁକିଛି ଟିକନିକ କରି ଶିଖାଇବେ ନବୀନ। ସେ ଯେମିତି ବିଜୁ ପଟ୍ଟନାୟକଙ୍କ ପରେ ଓଡ଼ିଶାରେ ଆସି ଲୋକଙ୍କୁ ବୁଝାଇଥିଲେ ଅରୁଣଙ୍କୁ ମଧ୍ୟ ଓଡ଼ିଶାରେ ଲୋକଙ୍କୁ ବୁଝାଇବାକୁ ସାହାର୍ଯ୍ୟ କରିବେ। ଏମିତି କିଛି ଚର୍ଚ୍ଚା ଶୁକ୍ରବାର ଦିନ ଜୋର ଧରିଥିଲା।

ଯେତେବେଳେ ଅରୁଣ ପଟ୍ଟନାୟକ ନବୀନ ନିବାସରେ ଆସି ପହଂଚିଯାଇଥିଲେ ବୋଲି ଚହଳ ପଡିଥିଲା। ନବୀନ ନିବାସରେ ବୈଠକ ବସିଥିଲା। ସେତେବେଳେ ନବୀନ କହିଥିଲେ ମେ ଅଭି ଜିନ୍ଦା ହୁଁ ମରା ନେହିଁ ହୁଁ। ଆଉ ଏଇ ଗୋଟିଏ କଥା ସୂଚାଇ ଦେଇଥିଲା କି ଓଡିଶା ରାଜନୀତିରେ କିଛି ବିରାଟ ପରିବର୍ତ୍ତନ ହେବାକୁ ଯାଉଛି। ଆଉ ସେହି ପରିବର୍ତ୍ତନ ଏମିତି କିଛି ହୋଇପାରେ। ଓଡିଶା ରାଜନୀତିକୁ ଆସିପାରନ୍ତି ପୁତୁରା ଅରୁଣ ପଟ୍ଟନାୟକ ବୋଲି ଏବେ ଚର୍ଚ୍ଚା ହେଉଛି। ଅରୁଣଙ୍କ ପାଖକୁ ଫୋନ କଲ ଯିବା ପରେ ନବୀନ ନିବାସରେ ପହଂଚିଯାଇଛନ୍ତି ଅରୁଣ ପଟ୍ଟନାୟକ। ଶୁକ୍ରବାର ନବୀନ ନିବାସରେ ଅରୁଣ ପଟ୍ଟନାୟକ ପହଁଚିଥିବା ଚର୍ଚ୍ଚା ଜୋର ଧରିଛି। ଅରୁଣଙ୍କୁ ନବୀନ ଶିଖାଇ ପାରନ୍ତି ଓଡ଼ିଶାର ରାଜନୀତିର ସୂତ୍ର।

ହଁ ଆଜ୍ଞା ଏବେ ଗୋଟିଏ କଥା ଶୁଣିବାକୁ ମିଳୁଛି ନବୀନଙ୍କ ଏତେ ବଡ଼ ଶାସନ ଭାଇକୁ କିଏ ତୁଲାଇବ। ଏଭଳି ପ୍ରଶ୍ନର ଗୋଟିଏ ଉତ୍ତର ହେଉଛି ଅରୁଣ ପଟ୍ଟନାୟକ। ଓଡିଶାକୁ ଆଉ କେହି ସମ୍ଭାଳି ପାରିବେ ନାହିଁ। ଶାସନ ଭାର ନବୀନଙ୍କ ପରିବାର ବାହାରକୁ ଗଲେ ବିଜେପି ପୁରା ଫାଳ ଫାଳ ହୋଇଯିବ। କାରଣ ଦଳକୁ ଚଳାଇବାର ଶାସନ ଭାର ସମସ୍ତେ ନେବାକୁ ଚାହିଁବେ। ହେଲେ ଅରୁଣଙ୍କୁ ଶାସନ ଭାର ମିଳିଲେ ଦଳ ଯେମିତି ଆଗରୁ ଥିଲା ସେମିତି ହିଁ ରହିବ। ଯେମିତି ବିଜୁ ବାବୁଙ୍କ ପରେ ତାଙ୍କ ଦାୟାଦ ନବୀନଙ୍କୁ ମିଳିଥିଲା ଆଉ ଏବେ ନବୀନଙ୍କ ଉତ୍ତରାଧିକାରୀ ଅରୁଣ ବୋଲି ଓଡ଼ିଶାରେ ଚହଳ ପଡିଛି।

ନବୀନଙ୍କ ପୁତୁରା ଓଡିଶା ଆସିବା ନେଇ ଚର୍ଚ୍ଚା ବଢି ଯାଇଛି। ଆଉ ଏବେ ଏମିତିବି ଚର୍ଚା ହେଉଛି କି ଶୁକ୍ରବାର ଦିନ କୁଆଡେ ଅରୁଣ ଆସି ନବୀନ ନିବାସରେ ପହଂଚିଯାଇଛନ୍ତି।ତେବେ ନବୀନ ଏବେ ଅରୁଣଙ୍କୁ ଶିଖାଇବେ ଓଡ଼ିଶାରେ କେମିତି ରାଜନୀତି ହେବ। ଓଡ଼ିଶାର ପ୍ରଗତି ପାଇଁ କେଉଁ କେଉଁ ସବୁ କାର୍ଯ୍ୟ କରିବାକୁ ହେବ। କାରଣ ଓଡିଶା ହେଉଛି ଏକ ଏମିତି ରାଜ୍ୟ ଯେଉଁଠି ରାଜନୀତି କରିବା ବହୁତ କଷ୍ଟ। ଲୋକଙ୍କ ମନ କଥାକୁ ବୁଝି ରାଜନୀତି କରିବାକୁ ହୁଏ।

ଏଇ ଅରୁଣ ପୂର୍ବରୁ ବାରମ୍ବାର ମନା କରୁଥିଲେ ସେ ରାଜନୀତି କରିବେ ନାହିଁ ବୋଲି। କିନ୍ତୁ ଏହା ବି ହୋଇପାରେ ନବୀନ ଯେମିତି ମନା କରି କରି ରାଜନିତୀରେ ପ୍ରବେଶକରିଥିଲେ। ଠିକ ସେମିତି ଅରୁଣ ମଧ୍ୟ ରାଜନୀତିକୁ ଆସିପାରନ୍ତି।

Leave a Reply

Your email address will not be published. Required fields are marked *