“ନବୀନକୁ ବର୍ବାଦ କରିବାକୁ ଓଡିଶା ଆସିଥିଲା ପାଣ୍ଡିଆନ ମୁଁ ଆଗରୁ ଜାଣିଥିଲି” : ରାଣୀ ପଣ୍ଡା ।

ବନ୍ଧୁଗଣ ମଙ୍ଗଳବାର ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ବିଜେଡିକୁ କ୍ଷମତାଚ୍ୟୁତ କରି ଅପ୍ରତ୍ୟାଶିତ ଭାବେ ବହୁମତ ହାସଲ କରିଛି ବିଜେପି । ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ପଟ୍ଟନାୟକ ପ୍ରଥମ ଥର ପରାଜୟକୁ ସାମ୍ନା କରିଛନ୍ତି । ଆଜି ସେ ଆଉ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି । ୨୦୨୪ ନିର୍ବାଚନରେ ପରାଜୟ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହାନ ଜନନାୟକ ନବୀନ ପଟ୍ଟନାୟକ । ତେବେ ନବୀନଙ୍କର ବହୁତ୍ ପ୍ରଶଂସକ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଣୀ ପଣ୍ଡା ।

ଆଉ ନିର୍ବାଚନରେ ନବୀନ ହାରିବା ପରେ ନିକଟରେ ଏକ ସାକ୍ଷାତକାର ସମୟରେ ରାଣୀ ନିଜର ମନ୍ତବ୍ୟ ରଖି କହିଛନ୍ତି ଯେ ପାଣ୍ଡିଆନ ତା କଥା କଣ କହିବେ ତାହାରି ପାଇଁ ତାଙ୍କ ସ୍ଵାମୀ ନବୀନ ବର୍ବାଦ । କିଛି କଳାକାର ଯେଉଁ ପଇସା ଲୋଭରେ ଯାଇକି ପାଣ୍ଡିଆନ୍ ର ଚାଟୁଥିଲେ ସେମାନଙ୍କର ପାଇଁ ମଧ୍ୟ କଳା ଲାଇନ୍ ବର୍ବାଦ୍ ବଦନାମ । ଏବଂ ସେ ପର୍ସନାଲି ଜାଣିଛନ୍ତି ଏସବୁ ରାଜନୀତି ମାନେ ରାଜନୀତି ଚାଲିଛି । ପାଣ୍ଡିଆନ୍ ତ ଭିତରେ ସବୁ ଗେମ୍ କରିକି ପାଲା କରିଛି ଆଉ ସେ ଓଡିଶା ଆସିଥିଲା କାହିଁକି । ଆସିଥିଲା ନବୀନ ପଟ୍ଟନାୟକଙ୍କୁ ହରେଇବ ଓ ଓଡ଼ିଶାକୁ ବର୍ବାଦ କରି ଯିବ ବୋଲି ଆସିଥିଲା ନା ।

ଏଇଟା ବୋଧହୁଏ ଓଡ଼ିଶା ଲୋକ ଜାଣି ନଥିଲେ ଏବେ ଜାଣୁଛନ୍ତି କିନ୍ତୁ ସେ ଆଗରୁ ଜାଣିଥିଲେ । ହେଲେ ଜାଣିଲେ କଣ ହେବ ସେ ନବୀନ ପାଖରେ ଏମିତି ଲାଗିକରି ଥିଲା ଯେ ତାଙ୍କର କର୍ମୀମାନେ ଯାଇ ପାରୁନଥିଲେ ସେ ଜଣେ ସାଧାରଣ ଲୋକ କେମିତି ଯିବେ । ତେଣୁ ଯାହା ଭି ହେଇଛି ଭଲହେଇଛି । ଓଡ଼ିଶାବାସୀଙ୍କ ଭଲ ପାଇବା ଏମିତି ରହୁଥାଉ ସରକାରଙ୍କ ଉପରେ । ଆଉ ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଭଲ ଲୋକ ହୁଅନ୍ତୁ ।

ଓଡ଼ିଶାବାସୀଙ୍କ ଯେଉଁ ବିଶ୍ୱାସ ଭରସା ଆଶା ଅଛି ତାକୁ ଭାଙ୍ଗି ନ ଦିଅନ୍ତୁ ବିଜେପି ସରକାର । ଯେଉମାନେ ହାରି ଯାଇଛନ୍ତି ଏବେ ମଧ୍ୟ ସୁଯୋଗ ଅଛି ନିଜକୁ ସୁଧାରି ନିଅନ୍ତୁ ଲୋକଙ୍କ ସେବା କରନ୍ତୁ । ପୁଣି ପରବର୍ତ୍ତୀ ସୁଯୋଗକୁ ଅପେକ୍ଷା କରନ୍ତୁ । ଓଡ଼ିଶାରେ କିପରି ଗୋଟେ ବଡ଼ ପରିବର୍ତ୍ତନ ଅଣାଯିବ ସେହି ମାର୍ଗକୁ ବଦଳାନ୍ତୁ । ନିହାତି ଭାବରେ ନବୀନ ପଟ୍ଟନାୟକଙ୍କ ଜାଗା କେହି ନେଇ ପାରିବେନି । ସେ ତାଙ୍କ ହୃଦୟରେ ପୂଜା ପାଉଛନ୍ତି ପାଉଥିବେ ଜୀବନ ସାରା । ଓଡ଼ିଶାବାସୀଙ୍କର ଯେଉଁ ସ୍ନେହ ଶରଦ୍ଧାରେ ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ଭାରକୁ ସମ୍ଭାଳିଥିଲେ ସେଇଭଳି ଜଣେ ଭଲ ମୁଖ୍ୟମନ୍ତ୍ରୀ ଆସନ୍ତୁ ବୋଲି ସେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *