ବନ୍ଦ ହୋଇଯିବ ଆହାର କେନ୍ଦ୍ର, ଲକ୍ଷ୍ମୀ ବସ। ଚିନ୍ତାରେ ସାଧାରଣ ଲୋକ ଆଗକୁ କ’ଣ ହେବ?

ବନ୍ଦ ହୋଇଯିବ ଲକ୍ଷ୍ମୀ ବସ ବନ୍ଦ ହୋଇଯିବ ଆହାର କେନ୍ଦ୍ର। ଆରମ୍ଭ କରିଥିଲେ ନବୀନ ସରକାର କିନ୍ତୁ ହାରିଗଲା ପରେ ବନ୍ଦ ହୋଇଯିବ ସବୁ।।ହାରିଗଲେ ନବୀନ ହାରିଗଲା ଦଳ ବନ୍ଦ ହୋଇଯିବ ନବୀନ କରିଥିବା ଗୋଟିଏ ଗୋଟିଏ ସ୍କିମ। ଗରିବ ଧନୀ ସଭିଙ୍କ ଆଖିରେ ଲୁହ। ପରିବର୍ତ୍ତନ ଚାହୁଁଥିବା ଲୋକଟି ବି ଆଜି ନବୀନଙ୍କ ବିଷୟରେ ଭାବି ଦେଲା ବେଳକୁ ଛା ଗଡି ଯାଉଛି ଲୁହ।ଦୀର୍ଘ ୨୫ ବର୍ଷର ଶାସନରେ ଓଡ଼ିଆ ଲୋକଙ୍କ ହୃଦୟରେ ଏମିତି ବସିଥିଲେ ନବୀନ ଆଜି ମୁଖ୍ୟମନ୍ତ୍ରୀ ପଦ ଯାଇଛି ବୋଲି କେହି ବି ସହଜରେ ବିଶ୍ୱାସ କରି ପାରୁନାହାନ୍ତି।

ତେବେ ନବୀନ ବାହାରେ ରହି ପାଠ ପଢିଲେ କିନ୍ତୁ ରାଜନୀତିରେ ପାଦ ଦେବା ପରେ ଓଡ଼ିଶାରେ ଦେଖିଥିଲେ କେତେ କ’ଣ ଅଭାବ ରହିଛି ଲୋକଙ୍କୁ ନାଁ ସ୍ୱାସ୍ଥ୍ୟ ସେବା ମିଳୁଛି ନାଁ ଲୋକଙ୍କୁ ଭଲରେ ଦୁଇ ମୁଠା ଖାଇବାକୁ ମିଳୁଛି ଆଉ ରାଜନୀତିରେ ସମୟ ଗଡ଼ିବା ସହ ନବୀନ ଆଣିଲେ ନୂଆ ନୂଆ ଯୋଜନା। ଯେଉଁଥିରେ ଲୋକଙ୍କ ମୁହଁରେ ହସ ଫୁଟାଇ ପାରିଥିଲର। ଏମିତିକି ସାଧାରଣ ଲୋକେ ନବୀନଙ୍କୁ ପସନ୍ଦ କରି ସ୍ଥାନୀୟ ନେତାଙ୍କୁ ଭୋଟ ଦେଇଥିଲେ ଆଉ ନବୀନଙ୍କୁ ଏମିତି ଭଲ ପାଇବାର ଫଳ ୫ ଥର ଲଗାତାର ଦେଇଥିଲେ। ଆଉ ଏଭଳି ଭାବେ ଶାସନ ଗାଦିରେ ବସିଥିଲେ ନବୀନ ପଟ୍ଟନାୟକ।

ତେବେ ଅନେକ କାର୍ଯ୍ୟ ଭିତରୁ ଆହାର ଜେନ୍ଦ୍ର ଲକ୍ଷ୍ମୀ ବସ ଯୋଜନା ମଧ୍ୟ ରହିଥିଲା ଯାହାର ଫାଇଦା ସିଧାସଳଖ ଗରିବଙ୍କ ପାଖରେ ପହଁଚୁଥିଲା। ହେଲେ ସେହି ଗରିବ ଲୋକଟି ଆଜି ଚିନ୍ତାରେ ପଡିଛି।ମାତ୍ର ୫ ଟଙ୍କାରେ ଖାଇବା ସହ ୫ ଟଙ୍କାରେ ବସରେ ଯାତ୍ରା କରୁଥିଲେ ଲୋକେ। ତେବେ କିଛି ଅଞ୍ଚଳରେ ଦେଖିବାକୁ ମିଳିଛି ଲକ୍ଷ୍ମୀ ବସରୁ ଷ୍ଟିକର କାଢି ଦିଆଯାଇଛି। ଯାହାକୁ ନେଇ ଚର୍ଚ୍ଚା ହେଲାଣି ଯେ ଅତି ଶୀଘ୍ର କୁଆଡେ ବନ୍ଦ ହୋଇଯିବ ଲକ୍ଷ୍ମୀ ବସ। ଆଉ ଚର୍ଚ୍ଚା ହେଉଛି ସେହିଭଳି କୁଆଡେ ବନ୍ଦ ହୋଇଯିବ ଆହାର କେନ୍ଦ୍ର।

ତେବେ ବିଜେପି କାର୍ଯ୍ୟକର୍ତା କିମ୍ବା ଉଚ୍ଚପଦସ୍ଥ ନେତା ଓଡ଼ିଶାରେ ଏହିସବୁ ସ୍କିମ ଆଗକୁ କାମ କରିବ ନାଁ କରିବନି ତାକୁ ନେଇ ଏବେ କୌଣସି ସୋଷ୍ଟିକରଣ ଦେଇନାହାନ୍ତି। ତେବେ ଏପର୍ଯ୍ୟନ୍ତ ବିଜେପି ତାଙ୍କର କାହାକୁ ମୁଖ୍ୟମନ୍ତ୍ରୀ ଆଗକୁ କରିବ ତାହା ଦେଖିବାକୁ ବାକିରହିଲା।

Leave a Reply

Your email address will not be published. Required fields are marked *