ସାଲେପୁର ଟିକେଟ ପାଇବା ପରେ ବଡ଼ ବଡ଼ କଥା କହିଦେଲେ ଅରିନ୍ଦମ

ନିର୍ବାଚନ ପୂର୍ବରୁ ଅଭିନେତା ଅରିନ୍ଦମ କହିଛନ୍ତି ଯେ ମୋର ସର୍ବପ୍ରଥମେ ଇଚ୍ଛା ହେଉଚି ଯେ ମୁଁ ଯେଉଁଠିକୁ ଯାଉଛି ପ୍ରଥମେ ଲୋକଙ୍କୁ ଜାଣେ। ଲୋକଙ୍କ ପାଇଁ କାମ କରିବାକୁ ମୋତେ ଏକ ସୁଯୋଗ ମିଳିଚି । ଚାଲେଞ୍ଜ କଥା କହିଲେ ମୋ ପାଇଁ ଯାହା ଏକ ବଡ଼ ଚାଲେଞ୍ଜ ରହିବ।ସମସ୍ତଙ୍କ ପାଖରେ ପହଞ୍ଚି ସମସ୍ତଂକ କଥା ବୁଝିବା ଏକ ଚାଲେଞ୍ଜ ରହିବ।

ତେବେ ଜିତିବା କଥାକୁ ନେଇ ସେ କହିଛନ୍ତି ଯେ ସାରା ଓଡ଼ିଶା ବାସୀ ମନସ୍ଥ କରିସାରିଲେଣି ଏକ ପରିବର୍ତ୍ତନ ଆଣିବାକୁ।ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ଲହର ଚାଲିଚି ଯାହା ନିଶ୍ଚୟ ପ୍ରଭାଵ ପକାଇବ।ତେବେ ସେ କହିଛନ୍ତି ଯେ ଏଥର ନିର୍ବାଚନ ଲୋକଙ୍କ ନିର୍ବାଚନ।ତାଙ୍କ ହାତରେ କଥା ସେମାନେ ତାଙ୍କ ଭବିଷ୍ୟତ ପାଇଁ ଉଚିତ୍ ନିଷ୍ପତି ନେବେ।

ଆଗାମୀ ଦିନରେ ସାଲେପୁର ରେ ବିଜେଡି ରୁ ଜଣେ ବିଧାୟକ ରହି ଆସିଛନ୍ତି ।ନିହାତି ଭାବରେ ମୋ ପାଇଁ କଡ଼ା ଟକ୍କର ହେବ।ତେବେ ମୋର ବିଶ୍ବାସ ଓଡ଼ିଶା ବାସୀ ଉଚିତ୍ ନିଷ୍ପତି ନେବେ, ସାମ୍ନା ରେ ଯିଏ ବି ରହିଲେ ତାଙ୍କୁ ସେ ସାମ୍ନା କରିବେ।ସେଥିପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଅରିନ୍ଦମ କହିଛନ୍ତି।ତେବେ ସେ କହିଛନ୍ତି ଯେ ଏ ରେକର୍ଡ ମୁଁ ଭାଙ୍ଗିବିନି ଲୋକମାନେ ଏ ରେକର୍ଡ଼ ଭଙ୍ଗିବେ , ସେଠିକାର ଜନ୍ତା ରେକର୍ଡ଼ ଭାଙ୍ଗିବେ।

କାରଣ ସମସ୍ତେ ମନ ବାନ୍ଧି ସାରିଲେଣି ଯେ ଆଗାମୀ ଦିନରେ ତାଙ୍କ ଭବିଷ୍ୟତ କଣ ହେବାକୁ ଯାଉଛି।ଯଦି ସେମାନେ ତାଙ୍କ ଭବିଷ୍ୟତ ପାଇଁ ଚିନ୍ତା କରିବେ ଏକ ବିକଶିତ ଓଡ଼ିଶା ପାଇଁ ଚିନ୍ତା କରିବେ ତେବେ ନିଶ୍ଚୟ ଉପଯୁକ୍ତ ନିଷ୍ପତି ନେବେ।ତେବେ ଆମର ଦୁଇଟି ମୋଟ ରହିଛି ତାହା ହେଲା ଓଡ଼ିଶାରେ ବିଜେପି ସରକାର ରହୁ ଆଉ ସାଂସଦ ବି ବିଜେପି ଜିତୁ।

Leave a Comment

Your email address will not be published. Required fields are marked *

Scroll to Top