“ତାଙ୍କ ମା ମୋତେ ବହୁତ ଭଲପାଆନ୍ତି, ମୋ ମା ବି ତାଙ୍କୁ ବହୁତ ଭଲପାଆନ୍ତି । ସବୁବେଳେ ଖାଇବାକୁ ନେଇ ଆସନ୍ତି” : ସିମ୍ରନ ।
ନିକଟରେ ଏକ ସାକ୍ଷାତକାର ସମୟରେ ସିମ୍ରନଙ୍କୁ ପଚରା ଯାଇଥିଲା ଯେ ତାଙ୍କୁ ବାଙ୍ଗିରି ବୋଲି କେହି କେହି ଚିଡାଇଛନ୍ତି କି ନାହିଁ ବୋଲି । ଆଉ ଏହାର ଉତ୍ତରରେ ସିମ୍ରନ୍ କହିଥିଲେ ଯେ ନାଇଁ ତାଙ୍କ ହାଇଟ୍ ଛୋଟ ହେଲେ ଆଜି ପର୍ଯ୍ୟନ୍ତ କେହି ସେମିତି ବାଙ୍ଗିରି ବୋଲି କହି ନାହାଁନ୍ତି କିମ୍ଵା କମ୍ ହାଇଟକୁ ନେଇ କେହି କେବେ କମେଣ୍ଟ କରି ନାହାଁନ୍ତି । ସେ ଏବେ ଭାବୁଛନ୍ତି ଯେ କାହିଁକି କହିନାହାନ୍ତି ବୋଲି । ଯିଏ ଭି ଦେଖନ୍ତି କୁହନ୍ତି କ୍ୟୁଟ ଝିଅଟେ ବୋଲି । ଏହାପରେ ବର୍ତମାନ ତାଙ୍କର କଣ ପ୍ଲାନିଂ ଅଛି କେବଳ ପାଠ ପଢ଼ା ପାଇଁ ପ୍ଲାନିଂ ଅଛି ଆଉ କିଛି ବୋଲି ପଚରା ଯାଇଥିଲା ।
ତେବେ ଏହାର ଉତ୍ତରରେ ସିମ୍ରନ କହିଥିଲେ ଯେ ଆଗକୁ ପ୍ଲାନିଂ କଣ ଅଛି ବୋଲି ପ୍ରଶ୍ନରେ ସେ ବହୁତ୍ କନଫ୍ୟୁଜ୍ ହୋଇ ଯାଆନ୍ତି । କାରଣ ସେ ବର୍ତମାନରେ ବିଶ୍ୱାସ କରନ୍ତି ଏବଂ ତାଙ୍କ କର୍ମ କରି ଚାଲନ୍ତି । ବାକି ସେ ହାତ ଟେକି ଦିଅନ୍ତି ମହାପ୍ରଭୁ ଜଗନ୍ନାଥଙ୍କୁ ସେ କର୍ମ ଠିକ୍ ଥିଲେ ଭଲ ଫଳ ଦେବେ ବୋଲି କହିଥିଲେ ସିମ୍ରନ ।
ପାଠ ସେ ଛାଡିବେନି । ପାଠ ତା ବାଟରେ ଅନ୍ୟ ପକ୍ଷରେ ଶାଠକୁ ଶାଠ ଭି ଚାଲିବ । ତେବେ ସନୋଜଙ୍କ ସହିତ ସିମ୍ରନଙ୍କ ପ୍ରଥମ ଅନୁଭୂତି କେମିତି ଥିଲା ବୋଲି ପ୍ରଶ୍ନରେ ସେ ଉତ୍ତର ଦେଇଥିଲେ ଯେ ପ୍ରଥମ ଦିନ ସୁଟିଂ ସେଟ୍ ର ବହୁତ୍ ୟୁନିକ ଭାବରେ ଏଣ୍ଟ୍ରି ହୋଇଥିଲା । କିନ୍ତୁ ସନୋଜ ବହୁତ୍ ଫ୍ରେଣ୍ଡଲି । ଆଉ ସିମ୍ରନଙ୍କୁ ଗାଇଡ ଭି କରିଛନ୍ତି । ଆକ୍ଟିଂରେ ହେଉ କି କଥା କହିବା ଶୈଳୀ ହେଉ ସେ ତାଙ୍କୁ ବହୁତ୍ ଜିନିଷ ଶିଖାଇଛନ୍ତି ।
ସେ ସିମ୍ରନଙ୍କୁ କୁହନ୍ତି ଏମିତି ବସିବୁନି ସେମିତି ବସିବୁନି ତେଣୁ ସତରେ ସେ ତାଙ୍କ ଦ୍ବିତୀୟ ମା ବୋଲି କହିଥିଲେ ସିମ୍ରନ । ଆଉ ସନୋଜ ତାଙ୍କର ଜଣେ ଭଲ ସାଙ୍ଗ । ତେବେ ସମସ୍ତେ ତାଙ୍କୁ କୁହନ୍ତି ଯେ ସନୋଜଙ୍କୁ ବାହା ହୋଇଯିବା ପାଇଁ କିନ୍ତୁ ସମସ୍ତେ ଭୁଲି ଯାଉଛନ୍ତି ଯେ ତାଙ୍କ ବୟସ ଟା କେତେ ସେ ମାତ୍ର ୧୯ ବର୍ଷର । ସବୁ ଜିନିଷର ଗୋଟେ ବୟସ ଥାଏ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ସନୋଜଙ୍କ ମାମା ତାଙ୍କୁ ବହୁତ ଭଲପାଆନ୍ତି ଏପରିକି ସିମ୍ରନଙ୍କ ମା ବି ସନୋଜଙ୍କୁ ବହୁତ ଭଲପାଆନ୍ତି ପୁଅ ହିଁ ଭାବନ୍ତି ।