ସମାଚାରସ୍ପେଶାଲ ରିପୋର୍ଟ

ଇଏ କଣ କଲେ ସୁର ରାଗିଗଲା କଂଗ୍ରେସ…

ବିଜେଡ଼ି ପାଇଁ ପ୍ରଚାର କଲେ ସୁର। କହିଲେ ଡବଲ୍ ଶଙ୍ଖରେ ଭୋଟ ଦିଅ। ବିଜେଡ଼ି ବିଧାୟକକୁ କହିଲେ ବେଷ୍ଟ। ହଁ ଦର୍ଶକ ବନ୍ଧୁ ପୁଅ ପାଇଁ ଭୋଟ ମାଗୁ ମାଗୁ ବିଜେଡ଼ି ପାଇଁ ପ୍ରଚାର କରି ଦେଇଛନ୍ତି ସୁର ରାଉତରାୟ। ଜଣେ ବିଜେଡ଼ି ବିଧାୟକଙ୍କୁ ପ୍ରଶଂସା କରିବା ସହ ସେ ଜିତିବେ ବୋଲି ଜୋର୍ ଦେଇ କହିଛନ୍ତି ସୁର।

ଖାଲି ସେତିକି ନୁହେଁ ଯେତେବେଳେ ତାଙ୍କ ସାନ ପୁଅକୁ ବିଜେଡ଼ି ଟିକେଟ ଅଫର୍ କଲା ସେତେବେଳେ ସେ କୁଆଡ଼େ କହୁଥିଲେ ମାଡ଼ିଚାଲ୍। କଂଗ୍ରେସ ବିଧାୟକ ସୁର ରାଉତରାୟ ଏମିତି ସବୁ କଥା କହୁଥିବା ବେଳର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି।

ଯାହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ କ୍ଷୁବ୍ଧ ହୋଇଥିବା କଥା ସାମ୍ନାକୁ ଆସିଛି। ପ୍ରକୃତରେ କଥା ହେଉଛି ଯେ ଉତ୍ତର ଭୁବନେଶ୍ଵରରେ ହେଉଥିବା ଏକ କ୍ରିକେଟ୍ ମ୍ୟାଚରେ ଅତିଥି ଭାବେ ଯୋଗଦେଇ ଥିଲେ ସୁର। ସେଠାରେ ସ୍ଥାନୀୟ ବିଜେଡ଼ି ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଅତିଥି ସାଜିଥିଲେ। ଆଉ ଯେତେବେଳେ ସୁରଙ୍କ ଭାଷଣ ଦେବାର ପାଳି ପଡ଼ିଲା ସେତେବେଳେ ସେ ବିଜେଡ଼ି ବିଧାୟକ ସୁଶାନ୍ତ ରାଉତଙ୍କୁ ପ୍ରଶଂସା କରିବା ସହ ସେ ହିଁ ବେଷ୍ଟ ବୋଲି କହିଥିଲେ। ସୁର କହିଥିଲେ କି ଉତ୍ତର ଭୁବନେଶ୍ୱରରେ ଗଲା ପାଞ୍ଚ ବର୍ଷ ଧରି ସୁଶାନ୍ତ କାମ କରିଛନ୍ତି। ସେ ହିଁ ବେଷ୍ଟ। ଏକଥା ସେ ପାଣ୍ଡିଆନଙ୍କୁ ଜଣାଇଥିବା କହିଛନ୍ତି ସୁର।

ସେ କହିଛନ୍ତି କି ବିଜେଡ଼ିର ପାଣ୍ଡିଆନ କି ଅନ୍ୟ ନେତାମାନେ ପଚାରିଥିଲେ କି ଉତ୍ତର ଭୁବନେଶ୍ୱରରୁ ବିଧାୟକ ଆସନରେ ଥିବା ସୁଶାନ୍ତ ରାଉତ କେମିତି କାମ କରୁଛନ୍ତି । ଆଉ ସୁର କୁଆଡ଼େ ସେମାନଙ୍କୁ କହିଥିଲେ କି ସୁଶାନ୍ତ ପାଞ୍ଚ ବର୍ଷ ଧରି କାମ କରୁଛନ୍ତି। ସୁଶାନ୍ତ ହିଁ ବେଷ୍ଟ। ତାଙ୍କୁ ଟିକେଟ ଦିଅ ବୋଲି ସେ ପାଣ୍ଡିଆନଙ୍କୁ କହିଥିବା ତାଙ୍କ ଭାଷଣରେ କହିଛନ୍ତି ସୁର। ଖାଲି ସେତିକି ନହେଁ ସେ ପୁଣି ଏମିତି କିଛି କହିଦେଇଛନ୍ତି ଯାହାକୁ ନେଇ ଏବେ ଜର୍ଦର ଚର୍ଚ୍ଚା ହେଉଛି ।

ସେ କହିଛନ୍ତି ଯେତେବେଳ ତାଙ୍କ ସାନ ପୁଅକୁ ବିଜେଡ଼ିରୁ ପ୍ରାର୍ଥୀ ହେବା ପାଇଁ ଅଫର୍ ଦିଆଯାଇଥିଲା ଆଉ ପୁଅ ଆସି ତାଙ୍କୁ ପଚାରି ଥିଲେ ସେତେବେଳେ ସୁର କୁଆଡ଼େ ତାଙ୍କୁ କହିଥିଲେ ଯେ ଜଗନ୍ନାଥ ବଡ଼ ସୁଜଗ ଦେଇଛନ୍ତି ମାରିଚଲ୍ ମନ୍ମଥ ରାଉତରାୟ ଯେତେବେଳେ ବିଜେଡ଼ିରୁ ଲଢ଼ିବା ପାଇଁ ନିଷ୍ପତ୍ତି ନେଲେ। ସେତେବେଳେ ବରିଷ୍ଠ କଂଗ୍ରସ ନେତା ସୁର ରାଉତରାୟ ଦୁଖୀତଃ ଥିବା କହିଥିଲେ । କିନ୍ତୁ ସୁର ଏବେ ଭାଷଣ ଦେବା ବେଳେ ସୁର ଯାହା କହିଛନ୍ତି ସେଥିରୁ ଭିନ୍ନ କିଛି ଜଣାପଡୁଛି

Leave a Reply

Your email address will not be published. Required fields are marked *