ରାଜ୍ୟ ସରକାର କଲେ ବଡ଼ ଘୋଷଣା। ମହିଳାଙ୍କ ଖାତାକୁ ୩ ହଜାର ଟଙ୍କା ପଠାଇବେ ରାଜ୍ୟ ସରକାର।

ମହିଳା ମାନଙ୍କ ପାଇଁ ଆସିଛି ଖୁସି ଖବର। ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାଙ୍କ ଖାତାକୁ ଯିବ ୩ ହଜାର ଟଙ୍କା। ରାଜ୍ୟ ସରକାର ସିଧାସଳଖ ମହିଳାଙ୍କ ଖାତାକୁ ପଠାଇବେ ଟଙ୍କା। ତେବେ ଆପଣ ଜାଣିଛନ୍ତି ପୂର୍ବରୁ ମଧ୍ୟ କଲେଜ ପିଲାଙ୍କ ଠାରୁ ଆରମ୍ଭ କରି କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସହାୟତାର ରାଶି ଘୋଷଣା କରିଛନ୍ତି।

ଏବେ ମିଶନଶକ୍ତିର ମହିଳାଙ୍କ ପାଇଁ ସହାୟତାର ରାଶି ଘୋଷଣା କରିଛନ୍ତି ଭରାଜ୍ୟ ସରକାର। SHG ମହିଳା ମାନଙ୍କ ଖାତାକୁ ସିଧା ଯିବ ୩ ହଜାର ଟଙ୍କା। ପ୍ରଥମେ ୧ ହାଜର ଟଙ୍କା ଯିବ ଖାତାକୁ। ଆଉ ସେହି ୧ ହଜାର ଟଙ୍କାରେ SHG ମହିଳାମାନେ ୟୁନିଫର୍ମ କିଣିବେ। ଆଉ ତାପରେ ବ୍ଲେଜର ପାଇଁ ଅତିରିକ୍ତ ୨ ହଜାର ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ତେବେ ୭୦ ଲକ୍ଷ ମହିଳାମାନେ ଏହି ସହାୟତାର ରାଶି ପାଇବେ। ଏଥିପାଇଁ ୭୨୩ କୋଟି ଟଙ୍କା ମଞ୍ଜୁର କରିଛି ରାଜ୍ୟ କ୍ୟାବିନେଟ। ତେବେ ବନ୍ଧୁଗଣ ଆପଣ ମାନେ ପୂର୍ବରୁ ଜାଣିଥିବେ କଳାକାର ମାନଙ୍କର ଭତା ପାଇଁ ରାଜ୍ୟ ସରକାର ସହାୟତାର ରାଶି ଘୋଷଣା କରିଥିଲେ।

କଳାକାର ମାନଙ୍କ ପାଇଁ ୨ ହଜାର ଟଙ୍କା ଏବଂ ଯେଉଁମାନେ ୮୦ ବର୍ଷରୁ ଅଧିକ ହୋଇସାରିଛନ୍ତି ସେମାନଙ୍କୁ ମାସିକ ୨୫୦୦ ଟଙ୍କା ଦେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଆଉ ୮୦ ହଜାର କଳାକାର ଉପକୃତ ହେବେ। ତେବେ ସେହିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନଶକ୍ତିର ମହିଳା ମାନଙ୍କ ପାଇଁ ୩ ହଜାର ଟଙ୍କା ସହାୟତା ରାଶି ଘୋଷଣା ହୋଇଛି।

Leave a Comment

Your email address will not be published. Required fields are marked *

Scroll to Top