“ଜେଲ ଭିତରେ ଏମିତି ବି ଲୋକ ଅଛନ୍ତି ଯେକି ୫୦୦ ଟଙ୍କା ନଥିବାରୁ ବାହାରକୁ ଆସି ପାରୁନାହାନ୍ତି” : ଇତିଶ ପ୍ରଧାନ ।
ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଇତିଶ ପ୍ରଧାନ ନିକଟରେ ବିଜେପିରେ ଯୋଗ ଦେଇଛନ୍ତି । ବିରାଟ ପାଟୁଆରରେ ଶତାଧିକ ସମର୍ଥକଙ୍କ ସହ ଆସି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ଇତିଶ ପ୍ରଧାନ । ତେବେ ସେ କଂଗ୍ରେସର ହାତ ଛାଡ଼ି ବିଜେପି ରେ ମିଶିବା ପରେ ନିକଟରେ ଏକ ସାକ୍ଷାତକାର ସମୟରେ ବାଖାଣିଛନ୍ତି ନିଜ ରାଜନୀତି ଜୀବନର କିଛି ଅଙ୍ଗେ ନିଭାଇଥିବା ଘଟଣା ସମ୍ପର୍କରେ । ତେବେ ଇତିଶ ପ୍ରଧାନ କହିଛନ୍ତି ଜେଲ୍ ଭିତରେ କାଟିଥିବା ୮୭ ଦିନ ବହୁତ୍ ଦୁଃଖଦ ସମୟ ଥିଲା ତାଙ୍କ ପାଇଁ ।
ଆଉ ମଧ୍ୟ ବହୁତ୍ ଶିଖିବାର ସମୟ ଥିଲା ଯେ କେତେବେଳେ ମଧ୍ୟ ଏମିତି ଘଟଣା ଘଟିଯାଇ ପାରେ । ଗୋଟେ ଦିନର ୨୪ ଘଣ୍ଟାରୁ ଗୋଟାଏ ଘଣ୍ଟା ପାଇଁ ମଧ୍ୟ ତାଙ୍କୁ ସେଠି ନିଦ ହୁଏନାହିଁ । ସବୁବେଳେ ଭାବୁଥାନ୍ତି ଖାଲି ଏ ଦୁନିଆ କେତେ ସ୍ୱାର୍ଥପର । ତଥାପି ଜେଲ୍ ରେ ଇତିଶ ବିଭିନ୍ନ କଏଦୀଙ୍କ ସହିତ ମିଶନ୍ତି, କଥାବାର୍ତ୍ତା କରନ୍ତି ଦୁଃଖ ସୁଖ ବୁଝନ୍ତି । ଜେଲ୍ ରେ ବହୁତ୍ ନୀରିହ ଲୋକମାନେ ମଧ୍ୟ ଫସି ରହିଛନ୍ତି ଯେଉଁମାନେ ବିନା କାରଣରେ କୌଣସି ଦୋଷ ନକରି ଜେଲ୍ ଯାଇଛନ୍ତି । ୭୦% ଦୋଷ ଥିବା ଲୋକ ତ ଅଛନ୍ତି ତାଙ୍କୁ ଦଣ୍ଡ ମିଳିବା ଦରକାର କିନ୍ତୁ ବାକି ୩୦% ନିର୍ଦ୍ଦୋଷ ।
ଆଜିକାଲି ପୋଲିସ୍ ମଧ୍ୟ ଏତେ ନିଷ୍ଠୁର ହୋଇଯାଇଛି ଯେ ଜଣେ ଦୋଷ କରିଥିବ କିନ୍ତୁ ତା ଯାଗାରେ ଆଉ ଜଣଙ୍କୁ ଆରେଷ୍ଟ୍ କରି ଜେଲରେ ପୂରାଇ ତାକୁ ଗୋଟେ କ୍ରିମିନାଲର ଆଖ୍ୟା ଦେଉଛନ୍ତି ଯେଉଁମାନେ କି ୧୦୦୦/୫୦୦ ଟଙ୍କା ପାଇଁ ଜେଲ୍ ରୁ ବାହାରକୁ ବାହାରି ପାରୁନାହାନ୍ତି ବୋଲି ଇତିଶ ପ୍ରଧାନ କହିଛନ୍ତି । ଇତିଶ ଆହୁରି ମଧ୍ୟ କହିଛନ୍ତି ଜେଲ ଭିତରେ ଯେଉଁମାନଙ୍କୁ ସାହାର୍ଯ୍ୟ ଦରକାର ବୋଲି ସେ ଉପଲବ୍ଧି କରିଛନ୍ତି, ସେମାନଙ୍କ ମଧ୍ୟରୁ କିଛିକଙ୍କୁ ସାହାର୍ଯ୍ୟ ମଧ୍ୟ କରିଥିଲେ ଇତିଶ ।
ଆହୁରି ଅନାଥ ପିଲା କିଛିଙ୍କୁ ସେ ବେଲ୍ ମଧ୍ୟ କରାଇଥିଲେ ସେ ସମୟରେ । ଇତିଶ ପ୍ରଧାନ କହିଛନ୍ତି ସେ ଯେବେ ଜେଲ୍ ଗଲେ ଇସ୍ତଫା ଦେଇ ସାରିଥିଲେ ଦଳରୁ । ତେଣୁ ସେ କୌଣସି ବିଶିଷ୍ଟ ଲୋକ ବୋଲି ଭାବୁନଥିଲେ ତେଣୁ ବାକି ସାଧାରଣ କଏଦୀ ଯେପରି ରହୁଥିଲେ ସେ ମଧ୍ୟ ସେପରି ରହୁଥିଲେ । ଆଉ ବାକି ଖାଇବା ପିଇବା ଏମିତି ଥିଲା ସେ ଜେଲ୍ ରୁ ବାହାରିଲେ ୧୮ କେଜି ଝଡିଯିବା ସହ ବହୁତ୍ ସାରା ରୋଗ ସାଥିରେ ଧରି ବାହାରିଥିଲେ । ତେବେ ଜେଲ୍ ଭିତରେ ସେ ପୂଜା କରନ୍ତି ଆଉ ଜଗନ୍ନାଥଙ୍କୁ ଧ୍ୟାନ କରନ୍ତି ବାକି ସମୟ ନିଦ ହୁଏନି ବୋଲି ଲାଇବ୍ରେରୀରୁ ବହି ଆଣି ପଢ଼ନ୍ତି ବୋଲି କହିଛନ୍ତି ଇତିଶ ପ୍ରଧାନ ।