ପରୀକ୍ଷା ହଲରେ ପ୍ରେମିକା ବେଶରେ ପ୍ରେମିକ, ପ୍ରେମିକା ଭଳି ଚୁଡ଼ିଦାର ପିନ୍ଧି ଟିକିଲି ଲଗାଇ ଦେଲା ପରୀକ୍ଷା….।
ପରୀକ୍ଷା ହଲରେ ପ୍ରେମିକା ବେଶରେ ପ୍ରେମିକ। ପ୍ରେମିକା ଭଳି ଚୁଡ଼ିଦାର ପିନ୍ଧି ଟିକିଲି ଲଗାଇ ଦେଲା ପରୀକ୍ଷା। ଏଭଳି ରୂପ ଦେଖି ବେହସ ହୋଇଗଲେ ଅଧ୍ୟାପକ। ପିଆର କେ ଲିଏ କୁଛ ବି କରେଗା ଏ ଖାଲି ଡାଇଲଗ ନୁହେଁ। ଏହି ଡାଇଲଗକୁ ପୁରା ସତ ପ୍ରମାଣିତ କରିଦେଇଛନ୍ତି ଜଣେ ପ୍ରେମିକ।।ପ୍ରେମିକାଙ୍କ ପାଇଁ ସେ ଏମିତି କିଛି କରିଦେଇଛନ୍ତି ଯାହା ପରେ ତାଙ୍କ ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ହଁ ଆଜ୍ଞା ୟାକୁହିଁ କହିବ ପ୍ରକୃତ ପ୍ରେମ। ଯିଏ ନିଜ ପ୍ରେମିକାର ରୂପ ନେଇ ପ୍ରେମିକାକୁ ପାସ କରେଇବା ଚକରରେ ପରୀକ୍ଷା ହଲରେ ଯାଇ ପରୀକ୍ଷା ଦେଇଛି। ହେଲେ ସବୁ ମିଛ ଧରା ପଡିଗଲା। ଝିଅ ବେଶରୁ ପୁଅ ବେଶକୁ ଚାଲି ଆସିଲା।
ଏମିତି କିଛି ମଜାଦାର ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ହରିଦକୋର୍ଟରେ।
ଆପଣ ମାନେ ଦେଖୁଥିବା ଏହି ଫୋଟରେ ଇଏ ମହିଳା ନୁହଁନ୍ତି ଇଏ ମହିଳା ବେଶରେ ଜଣେ ଯୁବକ। ଭୋଟର ଆଇକାର୍ଡ ଠାରୁ ଆରମ୍ଭ କରି ଆଧାରକାର୍ଡ ପର୍ଯ୍ୟନ୍ତ ସବୁକିଛି ଡୁପ୍ଲିକେଟ। ପ୍ରେମିକାର ଫୋଟ ସ୍ଥାନରେ ରହିଛି ନିଜର ଅର୍ଦ୍ଧାଙ୍ଗିନୀ ରୂପରେ ବେଶ। ପ୍ରେମିକାକୁ ପରୀକ୍ଷାରେ ପାସ କରେଇଦେବା ପାଇଁ ପ୍ରେମିକ ଆସିଥିଲା ପରୀକ୍ଷା ଖାତାରେ ଲେଖିବା ପାଇଁ। ଯାହା ପ୍ରେମିକ ପାଇଁ ମହଙ୍ଗା ପଡିଗଲା।
ଖବର ମୁତାବକ ପ୍ରେମିକର ନାମ ହେଉଛି ଅଂଗ୍ରେଟ ସିଂ ଆଉ ପ୍ରେମିକାର ନାମ ହେଉଛି ପରମଜିତ ଗଡ଼।
ଗତ ଜାନୁଆରୀ ୭ ତାରିଖରେ କଟକପୁରା ଡିଏପି ପବ୍ଲିକ ସ୍କୁଲରେ ବାବାଭରିତ ବିଜ୍ଞାନ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଲ୍ଟିପରପସ ହେଲ୍ଥ ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା କେନ୍ଦ୍ରକୁ ଅଂଗ୍ରେଜ ସିଂ ତା ପ୍ରେମିକା ପରମଜିତ ଗଡ଼ ବେଶରେ ସଜେଇ ହୋଇ ପହଁଚି ଯାଇଥିଲେ। ଏମିତିକି ଅଂଗ୍ରେଜ ନିଜକୁ ପରମଜିତ ଗଡ଼ ପ୍ରମାଣିତ କରିବା ପାଇଁ ନକଲି ଭୋଟରକାର୍ଡ ପରିଚୟ ପତ୍ର ସହିତ ନକଲି ଆଧାରକାର୍ଡ ମଧ୍ୟ ତିଆରି କରିଥିଲେ। ହେଲେ ସବୁ ଖେଳ ବାୟୁମେଟ୍ରିକରେ ଧରା ପଡିଗଲା।
୧ ଘଣ୍ଟା ପରୀକ୍ଷା ଦେଇ ସାରିବା ପରେ ଯେତେବେଳେ ଘରକୁ ଯିବା ପାଇଁ ବାହାରିଥିଲେ ସେତେବେଳେ ଅଂଗ୍ରେଜଙ୍କର ହାବଭାଵ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଠିକ ଲାଗିନଥିଲା। ଯାହା ପରେ ବାୟୁମେଟ୍ରିକରେ ଯାଞ୍ଚ କଲା ପରେ ସବୁ ସତ ଧରା ପଡିଯାଇଥିଲା। ସେପଟେ ଅଂଗ୍ରେଜ ସିଂଙ୍କୁ ପୋଲିସ ହାତରେ ଦିଆଯାଇଥିଲା।
ଏହି ଘଟଣା ସାମ୍ନାକୁ ଆସିବା ପରେ ବାପା ବାବାଭରିତ ବିଜ୍ଞାନ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଂଗ୍ରେଜ ସିଂଙ୍କ ପ୍ରେମିକା ପରମଜିତଙ୍କ କଲକୁ ଖାରୋଜ କରିଦେଇଛି।