ଟେଷ୍ଟ ସିରିଜ ପୂର୍ବରୁ ଅଜବ ଜିଦ କଲେ ଇଂଲଣ୍ଡ ଖେଳାଳି….କହିଲେ ଆମେ ଭାରତୀୟଙ୍କ ହାତରୁ ଖାଇବୁନି!

ଟେଷ୍ଟ ସିରିଜ ପୂର୍ବରୁ ଅଜବ ଜିଦ କଲେ ଇଂଲଣ୍ଡ ଖେଳାଳି। ସେମାନଙ୍କ ଡିମାଣ୍ଡ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ। କାହିଁକି ଭାରତୀୟଙ୍କ ହାତରୁ ଖାଇବୁନୁ କହିଲେ? କାହିଁକି ନିଜ ରୋଷେୟାଙ୍କୁ ନେଇ ଆସିବେ ଭାରତ।ବନ୍ଧୁଗଣ ଜମା ସୁଧରିଲେ ନାହିଁ ଇଂଲଣ୍ଡ ଖେଳାଳିମାନେ। ତେବେ ଏମିତି କିଛି କହିଛନ୍ତି ଜାହାକୁ ନେଇ ସମସ୍ତେ ଗାଳି ଦେଉଛନ୍ତି। ଆପଣ ଜାଣିଥିବେ ଚଳିତ ମାସରେ ଇଂଲଣ୍ଡ କ୍ରିକେଟ ଟିମ ଭାରତ ଗସ୍ତରେ ଆସୁଛନ୍ତି। ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତକୁ ଆସୁଛନ୍ତି ଇଂଲଣ୍ଡ କ୍ରିକେଟ ଖେଳାଳି। କାରଣ ଏହି ସିରିଜରେ ପ୍ରଥମ ବ୍ୟାଟ୍ସ ଜାନୁଆରୀ ୨୫କୁ ହାଇଦ୍ରାବାଦ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ତେବେ ତାହା ପୂର୍ବରୁ ଦଳର ସଦସ୍ୟ ଏମିତି ଏକ ଜିଦ ଧରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ଏହି ଗସ୍ତରେ ଭାରତୀୟଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବା ପାଇଁ ମନା କରି ଦେଇଛନ୍ତି ଇଂଲଣ୍ଡ ଖେଳାଳି। ଭାରତୀୟଙ୍କ ଦ୍ୱାରା ରନ୍ଧା ଯାଇଥିବା ଖାଦ୍ୟ ସେମାନେ ଖାଇବେ ନାହିଁ ବୋଲି କହିଛନ୍ତି। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି।ତେବେ ଖେଳାଳିମାନେ ନିଜ ଡାଇଟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ତେଣୁ ଖେଳାଳିମାନଙ୍କ ପାଇଁ ରୋଷେଇ କରୁଥିବା ବ୍ୟକ୍ତି ମଧ୍ୟ ଏବେ ସେମାନଙ୍କ ସହ ଆସୁଛନ୍ତି।

ଯାହା ଖବର ମିଳିଛି ଇଂଲଣ୍ଡ ଟିମ ପ୍ରସିଦ୍ଧ ପୁଟବଲ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡର ରୋଷେୟାଙ୍କ ସହ ଯାତ୍ରା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ମସାଲାଯୁକ୍ତ ଖାଦ୍ୟ ପସନ୍ଦ କରୁଥିବା ଖେଳାଳିମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ। ଯାହା ଦ୍ୱାରା ସେମାନେ ରୋଗରେ ପଡିବେ ନାହିଁ। ଏହି ସିରିଜ ପାଇଁ ଇଂଲଣ୍ଡ ସହ ଶେଫ(ରୋଷେୟା) ଉମର ମେଜିୟାନ ମଧ୍ୟ ଯାତ୍ରା କରିପାରନ୍ତି। ଏହାପୂର୍ବରୁ ଉମର ଡିସେମ୍ବର ୨୦୨୨ରେ ଟିମ ସହ ପାକିସ୍ତାନ ଯାତ୍ରା କରିଥିଲେ।

ତେବେ ଏହି ସପ୍ତାହର ଏହି ଯାତ୍ରା ସମୟରେ ଖେଳାଳିମାନଙ୍କୁ ଅସୁସ୍ଥତାରୁ ରକ୍ଷା କରିବା ପାଇଁ ଇଂଲଣ୍ଡ ଚଳିତମାସ ଶେଷରେ ନିଜ ରୋଷେୟାଙ୍କ ସହ ଭାରତକୁ ଆସିବ। ଜାନୁୟାରୀ ୨୫ ତାରିଖରେ ହାଇଦ୍ରାବାଦରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଉମର ମେଜିୟାନ ଦଳ ସହ ସାମିଲ ହେବେ। ଇଂଲଣ୍ଡ ହାଇଦ୍ରାବାଦରେ ଏହି ସିରିଜ ଆରମ୍ଭ କରିବ ଏହା ପରେ ବିଶାଖାପାଟନମ, ରାଜକୋଟ, ରାଞ୍ଚି ଏବଂ ଧର୍ମଶାଳାରେ ଶେଷ ମ୍ୟାଚ ଖେଳାଯିବ।

ତେବେ ଏଇ ଖବର ସାମ୍ନାକୁ ଆସିବା ପରେ ଇଂଲଣ୍ଡ ଖେଳାଳିଙ୍କୁ ପରିହାସ କରିବାରେ ହାତ ଛଡା କରିନାହାନ୍ତି ଭାରତୀୟ ପୂର୍ବତନ କ୍ରିକେଟର ବିରେନ୍ଦ୍ର ସିଂୱାଲ। ସେ ସେମାନଙ୍କ ଉପରେ କଡା ସମାଲୋଚନା କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *