ଯଶୋଦା ମା’ ହୋଇ ପୁଅକୁ ବଡ଼ କଲି, ଏବେ କହୁଛନ୍ତି ମୁଁ ଚୋରି କରିଛି… ଦେଖା ବି କରାଇ ଦେଉନାହାନ୍ତି।
ପୁଅର ଫୋଟକୁ ଧରି କାନ୍ଦୁଛି ମା’। କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖୁନି। ପୁଅ ସହ ବିତାଇଥିବା ପ୍ରତ୍ୟକଟି ମୁହୂର୍ତ୍ତ ମା’ର ଆଖି ଆଗରେ ଆଜି ନାଚି ଯାଉଛି। ପୁଅର ସେଇ ମିଠା ମିଠା ଡାକ ଆଜି କାନକୁ ସୁଭି ଯାଉଛି। ଦୀର୍ଘ ୭ ବର୍ଷ ଧରି ଯେଉଁ ପୁଅକୁ କୋଳେଇ କାଖେଇ ଏଡିକି ଟିଏରୁ ଏତେ ବଡ଼ କରିଥିଲା ସେଇ ପୁଅକୁ ଭେଟିବା ପାଇଁ ମା’ର ମନ ଆଜି ବ୍ୟାକୁଳ ହେଉଛି। ସେ ଦଶ ମାସ ଦଶ ଦିନ ଗର୍ଭ ଯନ୍ତ୍ରଣା ସହି ତାକୁ ଅନ୍ତ ଫାଡ଼ି ଜନ୍ମ ଦେଇନି ସତ। ଦେବକୀ ନହେଲେ ବି ଯଶୋଦା ମା’ଟେ ପରି ସେଇ କାଁହ୍ନୁର ଫେରିବା ବାଟକୁ ଚାହିଁ ବସିଛି।
ଆଜକୁ ଗୋଟେ ମାସ ବିତି ଗଲାଣି ନିଜ ପାଳିତ ପୁଅକୁ ନଦେଖି ଅହରହ ଦିନ ରାତି ଝୁରି ହେଉଛି ମା’। କାନ୍ଦି କାନ୍ଦି ନୟାନ୍ତ ହୋଇଗଲାଣି। ହେଲେ ତା ପୁଅକୁ ସବୁଦିନ ପାଇଁ ତା ପାଖରୁ ଛଡ଼େଇ ନେଇଛନ୍ତି। ତା ଜୀବନ ଠାରୁ ବି ଅଧିକ ପ୍ରିୟ କଳା କାହ୍ନୁକୁ ଦେଖି ପାରିବନି ତା ଯଶୋଦା ମା’। ଆଜି ତା ଠାରୁ ହିଁ ଦୂରେଇ ରହିବାକୁ ଏକ ନିଆଁରା କଟକଣା ଲଗେଇ ଦେଇଛି ବୌଧ ଶିଶୁ ସୁରକ୍ଷା ମଙ୍ଗଳ ବିଭାଗ। ଥରୁଟିଏ ବି ଭେଟିବାକୁ ଦେଉନି। ଏପଟେ ପୁଅ ଏବଂ ସେପଟେ ମା’ ବିରହ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।
ସେପଟେ ବିଚରା କୁନି ପିଲାଟି କିଛି କହିପାରୁନି କି କିଛି ବୁଝି ପାରୁନି। ନିଜ ମା’ଠୁ ଦୂରେଇ ହୋଇ ଖାଲି ସମସ୍ତଙ୍କୁ ବିକଳ ହୋଇ ଚାହିଁ ରହିଛି। ମନେ ମନେ ମା’କୁ ଖୋଜୁଛି। ହେଲେ ମା’କୁ ତା ପାଖରେ ପାଉନି। ଏପଟେ ମା’ର ଅବସ୍ଥା ମଧ୍ୟ ସମାନ। ନାଁ ଖାଉଛି ନାଁ ପିଉଛି ପୁଅକୁ ଦେଖି ଦେଖି ତା ମନ ଭରି ଯାଉଛି। ଯାହାକୁ ଏତେ ଭଲ ପାଉଥିଲେ ଏତେ ସ୍ନେହ ଦେଉଥିଲେ ଆଜି ସେ ତାଙ୍କ ଠାରୁ ହିଁ ଦୂରେଇ ଯାଇଛି। ଆଉ ଆଜି ସେଇ ପୁଅକୁ ଏତେ ସ୍ନେହ ଦେବାର ମିଳିଛି ଶାସ୍ତି।
ତାଙ୍କର ଅପରାଧ ଥିଲା ଯେ ସେ ମାନବିକତା ଦୃଷ୍ଟିରୁ ଜଣେ କୁଆଁରୀ ମା’ର ଅଲଡା ଶିଶୁକୁ ଆପଣାଇ ନେଇ ମା’ର ମମତା ଦେଇଥିଲେ। ପୁଅ ଭଳି ତାକୁ ଲାଳନ ପାଳନ କରିଥିଲେ। ଆଉ ନିଜ ପୁଅର ପରିଚୟ ଦେଇ ତାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ତାକୁ ମଧ୍ୟ ଇଂଲିଶ ମିଡିୟମ ସ୍କୁଲରେ ନାମ ଲେଖାଇଥିଲେ। ଖାଲି ସେତିକି ନୁହେଁ ନିଜ ସର୍ଭେସ ବୁକରେ ଉତରାଧିକାରୀ ଭାବରେ ନମିନି ରଖିଥିଲେ। ଆଉ ଯାହାର ପରିଣାମ ଆଜି ତାଙ୍କୁ ଭୋଗିବାକୁ ମିଳୁଛି।
ଏତେ ସବୁ କରିବା ପରେ ବି ତାଙ୍କୁ ମିଳିଛି ଏଭଳି ଦଣ୍ଡ। ଆଜ୍ଞା ହଁ ବନ୍ଧୁଗଣ ଏ କଥା ଆମେ କହୁନୁ ଏଭଳି କିଛି କହିଛନ୍ତି ଏହି ଯଶୋଦା ମା’ ଜଣକ।ହଁ ଆଜ୍ଞା ଏ ହେଉଛି ଗତ ଏକ ମାସ ତଳର ଘଟଣା। ବୌଧ ଜିଲ୍ଲା ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କଲନିରେ ଜଣେ ନର୍ସଙ୍କ ଘରୁ ପୋଲିସ ଶିଶୁ ମଙ୍ଗଳ ବିଭାଗ ଦ୍ଵାରା ଉଦ୍ଧାର ହୋଇଥିବା ବହୁ ଚର୍ଚ୍ଚିତ ଶିଶୁ ପୁତ୍ର ଉଦ୍ଧାର ଘଟଣା।
୨୦୧୬ ବୋଡ଼ ପୁର ଗାଁର ମାନସିକ ରୋଗରେ ଜଣେ ପୀଡିତ ମହିଳାଙ୍କର ଏକ ୩ ମାସର ଶିଶୁ ପୁତ୍ର କୁଆଡେ ନିଖୋଜ ହୋଇଯାଇଥିଲା। ଆଉ ସେହି ଶିଶୁ ପୁତ୍ରଟି ଇଏ ହୋଇଥାଏପାରେ ବୋଲି ଆଶଙ୍କା କରି ନର୍ସଙ୍କ ଘରୁ ପିଲାଟିକୁ ଉଦ୍ଧାର କରାଯାଇ ବିର ନର୍ସିଂପୁର ସ୍ଥିତ ରାମକୃଷ୍ଣ ବାଳାଶ୍ରମରେ ରଖା ଯାଇଛି। ମାତ୍ର ନର୍ସ ବାସନ୍ତୀ ସାହୁଙ୍କ କହିବା ଅନୁସାରେ ୨୦୧୭ ମସିହାରେ ଅନ୍ୟ ଏକ ଜିଲ୍ଲାରୁ ଆସିଥିବା ଜଣେ ଯୁବତୀ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଆଉ ଲୋକ ଲଜ୍ୟା ଭୟରେ ନବଜାତ ଶିଶୁଟିକୁ ନର୍ସକୁ ଦେଇ ଚାଲି ଯାଇଥିଲେ।
ଆଉ ଏ ହେଉଛି ସେହି ପୁଅ। ଜନ୍ମ ପ୍ରମାଣପତ୍ର ମଧ୍ୟ CWC କତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। ତାହା ସତେ ବି ତାଙ୍କୁ ତାଙ୍କର ପାଳିତ ପୁଅକୁ ଫେରେଇବା ତ ଦୂରର କଥା ତାଙ୍କୁ ଦେଖିବା ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଉନି। ଦୀର୍ଘ ୧ ମାସ ବିତି ଯାଇଥିଲେ ମଧ୍ୟ କାହିଁକି ପୋଲିସ ସବିଶେଷ ତଦନ୍ତ କରୁନାହିଁ। ଅଥବା ସେ ଯଦି ୨୦୧୬ ରେ ଜନ୍ମିତ ଶିଶୁ ଏ ଯାଏଁ କାହିଁକି ତାର DNA ଟେଷ୍ଟ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ।