ସ୍ତ୍ରୀକୁ ବୁଲେଇବି ବୋଲି ଅଟୋ କିଣିଛି…
ଆମକୁ ସବୁବେଳେ ଛୋଟ ବେଳୁ ହସାଉ ଥିବା ଜଣେ ଅଭିନେତା ଆଜି କିଛି ଅଲଗା ରୁପରେ ଦେଖିବାକୁ ମିଳିଲେ। ଆଜି ହଠାତ୍ ଆସି ଆମେ ଗୋଟେ ଜାଗାରେ ପହଞ୍ଚିଥିଲୁ। ଯେଉଁଠିକି ଆମେ ତାଙ୍କୁ ଅଟୋ ଚଲେଇବାରେ ଦେଖିଲୁ। ହଠାତ୍ ଅଭିନୟ ଛାଡ଼ି ସେ ଅଟୋ କାହିଁକି ଚଳେଇଲେ ତାଙ୍କୁ ଆଜି ସେଇ ବିଷୟରେ କଥା ହେବା । ମୋ ପାଖରେ ଅଛନ୍ତି ହରି ଭାଇ। ଯିଏକି ଆମେ ଛୁଆ ବେଳୁ ଦେଖି ଆସିଛୁ ହସେଇ ହସେଇ ପେଟ ବଥା କରି ଦିଅନ୍ତି।
କିନ୍ତୁ ଆପଣ ଆଜି ନିଜେ ଦେଖି ପାରୁଥିବେ ସେ ନିଜେ ବସିକି ଅଟୋ ଚଳାଉଛନ୍ତି ଆଉ ବେକରେ ଗାମୁଛା ଗୋଟେ ଅଛି । ସେ ପୁରା ଅଟୋ ଡ୍ରାଇଭର୍ ଗେଟଅପରେ ଅଛନ୍ତି। ଭାଈ ଆପଣ କାହିଁକି ଅଟୋ ଚଳାଉଛନ୍ତି। କଣ ଆପଣଙ୍କର ପଇସାପତ୍ର ଟିକେ କମିଗଲା କି। ଜୀବନରେ ବହୁତ୍ ଚରିତ୍ର କରିବାକୁ ପଡ଼େ। ହରି ଭାଇ ବହୁତ୍ ଚରିତ୍ର କରିଛନ୍ତି। ଏଇଥିରେ ଗୋଟେ ଅଟୋ ଡ୍ରାଇଭରର ଭୂମିକା। ଏବଂ ଅଟୋ ଚଲେଇ ଶିଖି ନଥିଲି। ଏଇ ଯେଉଁ ଏତେଦିନର ସୁଟିଂ ଭିତରେ ଚଲେଇବା ଶିଖି ଗଲି।
ଖାଲି ମୋ ସ୍ତ୍ରୀକୁ ଧରି ବୁଲାଉଛି। ଦେବଜାନୀ ମୋ ସ୍ତ୍ରୀ ହେଇଛି ‘ଭାଗିଆ ଭାରିଯା’ ସିନେମାରେ। ତାକୁ ଧରି ବୁଲାଉଛି ଖୁସି ପାଉଛି ଆଉ କଣ। ସ୍ତ୍ରୀ ପାଇଁ ସ୍ଵାମୀ କଣ କରିପାରେ କେତେ ଦୂର ପର୍ଯ୍ୟନ୍ତ ଯାଇପାରେ। ନିଜ ଭାରିଯାକୁ ବସିକି ଅଟୋରେ ବୁଲେଇବା ଅଲଗା । ଅଟୋଟା ମୋର ସିନେମାରେ ତିଆରି କରାଯାଇଛି। ଯେ କେବଳ ନିଜ ସ୍ତ୍ରୀକୁ ବସିକି ବୁଲେଇବାକୁ ଆଉ ଭଡ଼ା କରିବାକୁ ନୁହେଁ। ଖୁସି ଆଉ,ବିନ୍ଦାସ୍ ଆଉ। ସ୍ତ୍ରୀ ପାଇଁ ମଣିଷ କେତେ କରିପାରେ। ଓଡ଼ିଶାରେ ବିରଳ ହଉ କି ଭାରତରେ ବିରଳ ହଉ ଏଇଟା ଭଡ଼ା କରିବା ପାଇଁ ନୁହେଁ। ସେମିତି ଜଣେ ଜଣେ ଥାଆନ୍ତି ଦ୍ଵାର ମୁହଁରେ କାରଟା ଶୋ କରି ରଖନ୍ତି, ଚଲାନ୍ତି ନାହିଁ। ଏଇଟା ଗୋଟେ ନୂଆ ଜିନିଷ ଆଉ ଅଟୋଟା ଖାଲି କିଣା ହେଇଛି ସ୍ତ୍ରୀକୁ ବସେଇକି ବୁଲାଯିବ।ଆଉ କିଛି କାହାର ସେବା କରାଯିବନି। କି ପଇସା ରୋଜଗାର କରାଯିବନି।
ସୋସିଆଲ ମିଡ଼ିଆ, ରିଲ୍ସ ଗୋଟେ ବିବାହିତ ମହିଳାର ଜୀବନ ପ୍ରତି ଏଇଟା ଫଳପ୍ରଦ କି ଖରାପ୍ ସେଇଟା ଆମେ ସୁନ୍ଦର ଭାବେ ବର୍ଣ୍ଣନା କରିଛୁ ଆଜିକା ସମୟରେ। ଆପଣ ଦେଖିଥିବେ ଗୋଟେ ଗାଁରେ ସ୍ତ୍ରୀ ଲୋକ ବି ଚୁଲି ଫୁଙ୍କିକି ରିଲ୍ସ୍ କରୁଛି। ମାଟି ବୋଝ ମୁଣ୍ଡେଇ ଥିବା ସ୍ତ୍ରୀ ଲୋକ ବି ରିଲ୍ସ୍ କରୁଛି। ତେଣୁ ଏଇ ରିଲ୍ସ୍ ଏମିତି ଗୋଟେ ଲୋକଙ୍କ ଧମନୀ ଭିତରେ ପଶି ଗଲାଣି ତାହା କ୍ଷତି କି ଲାଭ ତାକୁ ଆମେ ସିନେମାରେ ଦର୍ଶେଇଛୁ ଏବଂ କାହାଣୀର କଣ୍ଟେଣ୍ଟଟା ହେଉଛି ଏଇୟା। ହରି ଭାଇ କହିଲେ ତାଙ୍କର ସିନେମାଟିକୁ ସମସ୍ତେ ଦେଖନ୍ତୁ । ତାଙ୍କ ସୁନ୍ଦର ଅଟୋରେ ତାଙ୍କ ସୁନ୍ଦର ଭାରିଯା ବସି ଯିବେ। ଆପଣ ଆସି ମୁଭି ନିହାତି ଭାବରେ ଦେଖନ୍ତୁ। ଜଣେ କମେଡିର କିଙ୍ଗ ତାଙ୍କୁ କୁହାଯାଏ କିନ୍ତୁ ସେ ବର୍ତ୍ତମାନ ଏମିତି ଏମିତି କ୍ୟାରକ୍ଟର ଆଣୁଛନ୍ତି ଯେଉଁଥି ପାଇଁ କି ବାଧ୍ୟ ହେଉଛନ୍ତି ଲୋକ ଆଖିରେ ଲୁହ ଆଣିବା ପାଇଁ। ଆଶା କରୁଛି ଆପଣ ‘ଭଗିଆ ଭାରିଯା’କୁ ଅନେକ ସାରା ଭଲ ପାଇବା ଦେବେ।