୨୦୨୪ ରେ ରାଜ୍ୟ ଓ କେନ୍ଦ୍ରରେ କାହାର ହେବ ବିଜୟ?

ରାତି ପାହିଲେ ଇଂରାଜୀ ନବ ବର୍ଷ ୨୦୨୪ । ଆଉ ସେଥିପାଇଁ ସବୁଆଡ଼େ ଉତ୍ସବ ମୁଖର ହେଇ ପଡ଼ିଛି। ଆଉ କିଏ କେତେ ପ୍ଲାନ୍ ମଧ୍ଯ କରିଛନ୍ତି।୨୦୨୩ ଅନେକଙ୍କର ଭଲ କଟିଛି ଆଉ ଅନେକଙ୍କର ମନ୍ଦ କଟିଛି। ଏହାରି ଭିତରେ ୨୦୨୪ ଆସିଯାଇଛି। ସମସ୍ତଙ୍କ ମନରେ ଉଦ୍ଦୀପନା ରହିଛି ଯେ ୨୦୨୪ କେମିତି କଟିବ। ଆମେ ମଧ୍ୟ ଆଲୋଚନା କରିବା ଯେ ଦେଶର ଭାଗ୍ୟ କେଉଁ ଆଡ଼କୁ ଯିବ ଆଉ ରାଜ୍ୟର ଭାଗ୍ୟ କେଉଁ ଆଡ଼କୁ ଯିବ। ଆମ ସହିତ ଅଛନ୍ତି ଜ୍ୟୋତିର୍ବିଦ ବିଭୂତାନନ୍ଦ ଶତପଥୀ।

ଦେଶର ଭାଗ୍ୟ ଭବିଷ୍ୟତ କହିଲେ ୨୦୨୪ ପ୍ରଥମେ ଅଙ୍କ ଜ୍ୟୋତିଷ ଅନୁଯାୟୀ ୨୦୨୪, ୮ ନମ୍ବର ଉପରେ ଡିପେଣ୍ଡ କରେ ଯାହା ଶନିଙ୍କ ନମ୍ବର ଆଉ ଜଷ୍ଟିସର ପ୍ରତୀକ। ତେଣୁ ୨୦୨୪ରେ କିଛି ଯୁଗାନ୍ତ ରିଚ୍ ଜଜମେଣ୍ଟ କରେ ଆଉ ନ୍ୟାୟ ବହୁତ୍ ଲୋକଙ୍କ ସପକ୍ଷରେ ଯାଇପାରେ। ନରେନ୍ଦ୍ର ମୋଦିଙ୍କ ବିଷୟରେ କହିଲେ ୨୦୧୪ରେ ମୁଁ କହିଥିଲି ଯେ କେବଳ ନରେନ୍ଦ୍ର ମୋଦି ପ୍ରଧାମନ୍ତ୍ରୀ ହେବେନି ସେ ୨୦୨୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ। ପୁଣିଥରେ ତାକୁ ଦହୋରାଉଛି ନରେନ୍ଦ୍ର ମୋଦିଙ୍କର ବିଛା ରାଶି , ବିଛା ଲଗ୍ନ।

ବର୍ତ୍ତମାନ ମଙ୍ଗଳ ମହାଦଶା ଚାଲୁଛି। ମଙ୍ଗଳ ମହାଦଶା ସାତ ବର୍ଶ ୨୦୨୮ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଇଲେକ୍ସନ ବେଳକୁ ମଙ୍ଗଳ ମହାଦଶାରେ ଶନି ଅନ୍ତର ଦଶା ଚାଲିବ। ମଙ୍ଗଳ ମହାଦଶା ଶନି ଅନ୍ତର ଦଶାରେ ଆମର କେ.ପି. ମେଥଡ୍ ଅନୁଯାୟୀ ନରେନ୍ଦ୍ର ମୋଦିଙ୍କର ବିଜୟ ଅବଶ୍ୟମ୍ଭାବି । ମୁଁ କୌଣସି ବ୍ୟକ୍ତି ବିଶେଷଙ୍କୁ ନେଇ କହୁନାହିଁ କିନ୍ତୁ ନରେନ୍ଦ୍ର ମୋଦିଙ୍କର କୁଣ୍ଡଳୀ ବହୁତ୍ ଷ୍ଟ୍ରଙ୍ଗ। ଆଉ ତାଙ୍କ କୁଣ୍ଡଳୀରେ ମଙ୍ଗଳ ମହାଦଶା ଚାଲିଛି ସେଥିପାଇଁ ତାଙ୍କ ଆଗରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ନିର୍ବାଚନ ବୈତରଣୀ ପାର କରିବ।

କିନ୍ତୁ ସବୁଠୁ ବଡ଼ କଥା ହେଉଛି ଏଠି ମୁଖ୍ୟମନ୍ତ୍ରୀଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ି ଯାଇପାରେ। ବର୍ତ୍ତମାନ ଏବେ ଚାଲିଛି ଶୁକ୍ର ମହାଦଶା ।ଶୁକ୍ର ମହାଦଶାରେ ବର୍ତ୍ତମାନ ବୃହସ୍ପତି ଚାଲିଛି। ବୃହସ୍ପତି ୦୪.୦୭.୨୦୨୪ ପର୍ଯ୍ୟନ୍ତ ଚାଲିବ। ତେଣୁ ତାଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟା ତାଙ୍କୁ କିଛି ପାଦ ପଛକୁ ନେଇ ଯାଇପାରେ। କିନ୍ତୁ ୦୪.୦୭.୨୦୨୪ ରୁ ୦୩.୦୯.୨୦୨୭ ଶୁକ୍ର ମହାଦଶାରେ ଶନି ଅନ୍ତର ଦଶା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଚାଲିବ। ଶୁକ୍ରରେ ଶନି ସମୟରେ ମୋତେ କାହିଁକି ଲାଗୁଛି ଓଡ଼ିଶା ଆକାଶରେ କିଛି ସେଇଭଳି ହେଇପାରେ ଯାହା ବହୁତ୍ କୋକଙ୍କୁ ଆଘାତ ଦେଇପାରେ ।

Leave a Reply

Your email address will not be published. Required fields are marked *